କଂଗ୍ରେସ ବିଧାୟକ Sura ଭାଇଙ୍କୁ ଦେଖି କାହିଁକି ନାଚିଲେ ବିଜେଡି ସାଂସଦ ମୁନା ଖାଁ, ଏମିତି କଣ ହେଲା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ନାଚକୁ ଦେଖି ଅଭିନେତା ମୁନା ନାଚିବାକୁ ଲାଗିଲେ । ତେବେ ଏହି ସମ୍ବନ୍ଧରେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଧାମନଗର ଉପନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା କଂଗ୍ରେସ ଏବଂ ବିଜେଡି ନେତା ପ୍ରଚାର କରୁଥିବାର ନଜର ଆସିଥିଲେ । ସେହି ସମୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ବିଜେଡି ସାଂସଦ ମୁନା ଖାଁ ସାମ୍ନାସାମ୍ନୀ ହୋଇଥିଲେ ।

ସେହି ସମୟରେ ହଠାତ ସୁର ରାଉତରାଯ ନାଚିବାକୁ ଲାଗିଥିଲେ ଏବଂ ଏହାକୁ ଦେଖି ସାଂସଦ ମୁନା ଖାଁ ମଧ୍ୟ ନାଚିଥିଲେ । ସେଠାରେ ଶତାଧିକ ଲୋକେ ଉପସ୍ଥିତ ଥିବା ବେଳେ ସୁର ବାବୁ ଗାଡି ଉପରେ ଛିଡା ହୋଇ ଦୁଇ ହାତକୁ ଉପରକୁ ଟେକି ନାଚିବାକୁ ଲାଗିଥିଲେ । ଏହାକୁ ଦେଖି ସାମ୍ନାରେ ଥିବା ବିଜେଡି ଦଳ ମଧ୍ୟ ହସିବା ସହିତ ମୁନା ଖାଁ ନାଚିବାକୁ ଲାଗିଥିଲେ ।

ତେବେ ଗୀତ ଟି ଲାଗିଥିଲା ଏ ଜୀବନ ନୁହେଁ ଲୁହର ସାଗର ଗୀତରେ ନାଚିଥିଲେ । ଏହା ଅତ୍ୟନ୍ତ ମନୋଲୋଭା ଥିଲା । କାରଣ ନିର୍ବାଚନ ସମୟରେ ସୁର ଙ୍କର ଏଭଳି ଅଦ୍ଭୁତ ନୃତ୍ୟରେ ହଜିଯାଇଥିଲେ ଉପସ୍ଥିତ ଥିବା ସହକର୍ମୀ । ପ୍ରଥମ ଥର ନିମନ୍ତେ ସୁର ଏଭଳି ଭାବରେ ଖୁସି ଥିବାର ନଜର ଆସିଥିଲେ । ଯେତେବେଳେ ସୁର ନାଚୁଥିଲେ ସେହି ସମୟରେ ତାଙ୍କ ଆଖି ପଡିଥିଲା ବିଜେଡି ସାଂସଦ ତଥା ପୂର୍ବରୁ ଚଳଚିତ୍ର ଜଗତରେ ଅଭିନୟ କରିଥିବା ଅଭିନେତା ମୁନା ଖାଁ ଙ୍କ ଉପରେ ।

ସୁର ଏବଂ ମୁନା ଙ୍କ ନଜର ପରସ୍ପର ପଡିବା ପରେ ଆହୁରି ଜୋରରେ ସୁର ହସି ହସି ନାଚିବାକୁ ଲାଗିଥିଲେ । ଏହାପରେ ଏହାକୁ ଦେଖି ମୁନା ଖାଁ ମଧ୍ୟ ହାତ ହଲାଇ ଜୋରରେ ଜୋରରେ ନାଚିବାକୁ ଲାଗିଲେ । ଉଭୟଙ୍କ ନାଚ ଦେଖି ସମସ୍ତେ ସେଠାରେ ହସିବାକୁ ଲାଗିଥିଲେ । ମୁନା ଖାଁ ଙ୍କ ପାଖରେ ଥିବା ଅନ୍ୟ ବିଜେଡି କର୍ମୀ ମଧ୍ୟ ଝୁମୀ ଉଠିଥିଲେ । ତେବେ ଆପଣ ମାନେ ତ ସୁର ଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତାମତ ରଖି ବେସ ଲୋକପ୍ରିୟ ହାସଲ କରିପାରିଛନ୍ତି ।

କାରଣ ତାଙ୍କର କଥାବାର୍ତ୍ତା ହିଁ କିଛି ଏଭଳି ଭାବରେ ହୋଇଥାଏ ଯେ ଲୋକଙ୍କୁ ତାହା ମନଛୁଆଁ ଲାଗିବା ସହିତ ତାନକ ମତାମତ କୁ ବହୁତ ମାନ୍ୟତା ଦେଇଥାନ୍ତି । ତାଙ୍କ ଦମଦାର କଥା ଯୋଗୁଁ ସେ ଆଜି ରାଜନୀତିରେ ତିଷ୍ଠିପାରିଛନ୍ତି । ଏହା ସହିତ ସେ ଜନକଲ୍ୟାଣ କାମ ମଧ୍ୟ କରିଛନ୍ତି । ଯାହାଦ୍ଵାରା ସେ ଅନେକ ଲୋକଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *