ଅଚାନକ Ukraine କୁ ମନେ ପଡିଗଲା ମହାଭାରତ କଥା ! ଆଉ ଯାହା କହିଲା…ଶୁଣି ସମସ୍ତେ ହେଲେ କାବା !

ନମସ୍କାର ବନ୍ଧୁଗଣ ତେବେ ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ରୁଷ ସହ ଯୁଦ୍ଧ ମଧ୍ୟରେ ଭାରତର ସହାୟତା ମାଗିଛି ୟୁକ୍ରେନ୍ । ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ନ ହଟି ଋଷ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ କରିଦେଇଛି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି ।


ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରଦୂତ ଇଗୋର ପୋଲଖା । ତେବେ ସେ ମହାଭାରତ ର ପ୍ରସଙ୍ଗ ଉଠାଇ କହିଥିଲେ କି ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ଯୁଦ୍ଧ ପୂର୍ବରୁ ଅନେକ ଶାନ୍ତି ପୂର୍ଣ୍ଣ ଆଲୋଚନା କଥା ବାର୍ତ୍ତା ହୋଇଥିଲା ଏବଂ ଯୁଦ୍ଧ କୁ ରୋକିବା ପାଇଁ ମଧ୍ୟ ଚେଷ୍ଟା କରାଯାଉ ଥିଲା କିନ୍ତୁ ଏହା ଅସକ୍ଷମ ହୋଇଥିଲା ଏବଂ ମହାଭାରତ ଯୁଦ୍ଧ ହୋଇଥିଲା ।

କିନ୍ତୁ ଆମ ପରିସ୍ଥିତି ଟେ ଶାନ୍ତି ପୂର୍ଣ୍ଣ ଆଲୋଚନା ଆବଶ୍ୟକ ଅଟେ । ଏହା ସହ ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ୟୁକ୍ରେନ୍ । ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ‘ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।

ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ହେବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ । ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ । ‘


ତେବେ ସେହିପରି, ୟୁକ୍ରେନ-ରୁଷିଆ ବିବାଦ ଉପରେ ଭାରତର ଆଭିମୁଖ୍ୟ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି । ଯୁଦ୍ଧରେ ଭାରତର ଆଭିମୁଖ୍ୟ ନିରପେକ୍ଷ ଓ ଏହାକୁ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହା ଯାଇଛି । ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *