Abhishek ଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କଲେ Ollywood ଅଭିନେତ୍ରୀ Jhilik Bhattacharya, କହିଲେ କିଛି ଏମିତି କି…ଆପଣ ବି ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ ଭାଇରାଲ Video

ଗତ କିଛି ଦିନ ହେବ ଆପଣ ମାନେ ଅଭିଷେକ ମହାପାତ୍ର ଙ୍କ କଥା ଶୁଣୁଥିବେ ତାହା ଟିଭି ଚ୍ଯାନେଲ ରୁ ହେଉ ବା କୌଣସି ସୋସିଆଲ ମିଡିଆରୁ ହେଉ । ସେ ଜଣେ ସାଧାର ମଣିଷ ହେଇ ମଧ୍ୟ ତାଙ୍କ ପାଇଁ ଆଜି ସାରା ଓଡିଶା ବାସୀ ପ୍ରାର୍ଥନା କରୁଛନ୍ତି ।

ମାସେ ତଳେ ତାଙ୍କର ବିବାହ ହୋଇଥିଲା । ବିବାହର କେଇତା ଦିନ ବିତିଛି କି ନାଇଁ କରୋନା ମହାମାରୀ ତାଙ୍କୁ ଗ୍ରାସ କଲା । ଗତ କିଛି ଦିନରୁ ସେ କରୋନା ରେ ପିଡିତ ଅଛନ୍ତି ତା ସହିତ ତାଙ୍କୁ ନିମୋନିଆ ମଧ୍ୟ ହୋଇ ଯାଇଛି । ଯେଉଁଥିପାଇଁ ତାଙ୍କର ବହୁତ କ୍ରିଟିକାଲ କଣ୍ଡିସନ ରହିଛି । ଶେଷ ଆଶା ଥିଲା ଇକମୋ ଟ୍ରୀଟମେନ୍ଟ ଯେଉଁଥି ପାଇଁ କୋଟିଏ ରୁ ଅଧିକ ଟଙ୍କା ଆବଶ୍ୟକ ଥିଲା ।

ସେଥି ପାଇଁ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ସ୍ବାମୀଙ୍କ ପାଇଁ ସହାୟତା ଲୋଡିଥିଲେ । ଓଡିଶାବାସୀ ସହାୟତାରେ ସେ କୋଲକାତା ଟ୍ରୀଟମେନ୍ଟ ପାଇଁ ଯାଇ ପାରିଥିଲେ । ତାଙ୍କର ବର୍ତ୍ତମାନ କୋଲକାତା ରେ ଇକମୋ ଟ୍ରୀଟମେନ୍ଟ ଚାଲିଛି । ଆପଣଙ୍କୁ କହି ଦେଉଛୁ କି ବର୍ତ୍ତମାନ ସମୟରେ ଓଲିଉଡ ଅଭିନେତ୍ରୀ ଝିଲିକ ମହାପାତ୍ର ମଧ୍ୟ ତାଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ।

ସେ ଏକ ଭିଡିଓ ପୋସ୍ଟ କରିଛନ୍ତି । ସେ ନିଜେ ମଧ୍ୟ ନିଜ ସମ୍ବଳ ଅନୁସାରେ ତାଙ୍କୁ ସାହାର୍ଯ୍ୟ କରିଥିବାର ସେ କହିଛନ୍ତି । ଏହା ସହିତ ସମସ୍ତଙ୍କୁ ଅଭିଷେକ ମହାପାତ୍ରଙ୍କୁ ହେଲ୍ପ କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଏହା ସହିତ ସେ ଜଗନ୍ନାଥ ଙ୍କ ପାଖରେ ଅଭିଷେକ ଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ କହିଛନ୍ତି ।

ସେ କହିଛନ୍ତି କି ଏହି ପାନଡେମିକ ସମୟରେ ଆମେ ସମସ୍ତଙ୍କ ପାଖରେ ବିପଦରେ ଠିଆ ହେବା କଥା । ଆଜି ଯଦି ଆମେ କାହାକୁ ସାହାର୍ଯ୍ୟ କରିବା କାଲି ଆମେ କୌଣସି ପ୍ରୋବ୍ଲେମ ରେ ପଡିଲେ ଉପରବାଲା ନିହାତି କାହାକୁ ନା କାହାକୁ ଆମ ସାହାର୍ଯ୍ୟ ପାଇଁ ପଠେଇବ । ଏହା ସହିତ ଅଭିଷେକ ଙ୍କ ପତ୍ନୀ ଙ୍କୁ ହେଲ୍ପ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଆପମେ ଆପଣଙ୍କୁ କହି ରଖୁଚୁ କି ବର୍ତ୍ତମାନ ସମୟରେ ମଧ୍ୟ ଅଭିଷେକ ଙ୍କୁ ଆପଣଙ୍କ ସହାୟତା ଏକ ନୂତନ ଜୀବନ ଦାନ ଦେଇପାରେ । ଦୟାକରି ତାଙ୍କୁ ସହାୟତାର ହାତ ବଢାନ୍ତୁ ଓ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *