ଏବେ କିପରି ଅଛି Abhishek ଙ୍କ ସ୍ବାସ୍ଥ୍ୟବସ୍ଥା, ବାପା କାନ୍ଦି କାନ୍ଦି କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇ ରହିଛି । ସମସ୍ତେ ଏହି ମହାମାରୀ ଠାରୁ ଭୟବିତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି ।

ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମହାମାରୀ ଅନେକ ଜୀଵନ ନେଇ ସାରିଲାଣି । ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା

ତେବେ ଭଦ୍ରକ ଜିଲ୍ଲାର ବସୁଦେବପୁରର ଅଭିଷେକ ମହାପାତ୍ର । ତାଙ୍କର ଏହି କିଛି ଦିନ ତଳେ ହିଁ ବିବାହ ହୋଇଥିଲା ଏବଂ ବିବାହ ର ମାତ୍ର ଆଠ ଦିନ ପରେ ସେ ଜାଣିବାକୁ ପାଇଲେ କି ସେ କରୋନା ସଂକ୍ରମିତ ରେ ଆକ୍ରାନ୍ତ । ତେବେ ସେ ଏହା ପରେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏକମୋ ଚିକିତ୍ସା ନିହାତି ଆବଶ୍ୟକ ଥିଲା ଏବଂ ଡାକ୍ତର ମାନେ ତାଙ୍କୁ କୋଲକତା ନେବା ପାଇଁ ମଧ୍ୟ କହିଥିଲେ । ସେଥିପାଇଁ ଏକ କୋଟି ଟଙ୍କା ର ଆବଶ୍ୟକ ମଧ୍ୟ ପଡୁ ଥିଲା ।

ତେବେ ଅଭିଷେକ ଙ୍କ ଆର୍ଥିକ ଅବସ୍ଥା ଏତେ ସୁଦୃଢ ନଥିଲା ତେଣୁ ତାଙ୍କ ପରିବାରର ଲୋକେ ଓଡିଶା ବାସୀ ଙ୍କୁ ଫୋନ ପେ ଯୋଗେ ତାଙ୍କୁ ସାହାଯ୍ୟ ର ନିବେଦନ କରିଥିଲେ । ଏହା ଛଡା ବର୍ତ୍ତମାନ କୋଲକତା ରୁ ଏକ ଏୟାର ଆମ୍ବୁଲାନ୍ସ ପାଇଁ ୨୪ ଲକ୍ଷ ଟଙ୍କା ଯୋଗାଡ଼ ହୋଇ ପାରୁ ନଥିଲା କିନ୍ତୁ ଗଣମାଧ୍ୟମ ର ପ୍ରଚାର ପରେ ୨୪ ଘଂଟା ରେ ୨୪ ଲକ୍ଷ ଟଙ୍କା ଯୋଗାଡ ହୋଇ ପାରି ଥିଲା ।

ଏହା ପରେ ସେ କଲିକତା ର ହସ୍ପିଟାଲରେ ଏକମୋ ଟ୍ରିଟମେଂଟ ହୋଇଥିଲା ତେବେ ତାଙ୍କ ବାପା ଙ୍କ ଅନୁସାରେ ଅଭିଷେକ ବର୍ତ୍ତମାନ ସୁସ୍ଥ ହେଉଛନ୍ତି । ସମସ୍ତ ଙ୍କୁ ଦେଖି ପାରୁଛନ୍ତି ଏବଂ ସେଠାକାର ଡାକ୍ତର ମାନେ କୌଣସି ଅବହେଳା ମଧ୍ୟ କରୁ ନାହାନ୍ତି ଭଲ ଭାବରେ ଚିକିତ୍ସା କରୁଛନ୍ତି ।

ସେଠାରେ ତାଙ୍କ ମାଆ ଏବଂ ସ୍ତ୍ରୀ ଅଛନ୍ତି ତାଙ୍କର ଦେଖାଶୁଣା କରୁଛନ୍ତି ତେବେ ଡାକ୍ତର ଙ୍କ ଅନୁସାରେ ଅଭିଷେକ ସୁସ୍ଥ ହେବା ପରେ ମଧ୍ୟ ଦୁଇ ମାସ କିମ୍ବା ତିନି ମାସ ପରେ ହିଁ ଓଡିଶା ଆସି ପାରିବେ କାରଣ ସୁସ୍ଥ ହେବା ପରେ ତାଙ୍କର ନିୟମିତ ଚେକଅପ ପାଇଁ ଆସିବାକୁ ପଡିବ ସେଥିପାଇଁ ସେ କଲିକତା ରେ ଦୁଇ ତିନି ମାସ ରହିବେ ।

ତେବେ ତାଙ୍କ ବାପା ଡାକ୍ତର ଏବଂ ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *