ଆଉ 8 ମାସ ଚାଉଳ ଦେବା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ Naveen Patnaik, ଦେଖନ୍ତୁ ସେ ମୋଦୀଙ୍କୁ କଣ କହିଲେ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚିଛି । ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ଆଠ ମାସ ପାଇଁ ଚାଉଳ ଯୋଗାଇ ଦେବା କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର ।

ଚଳିତ ବର୍ଷ ମେ ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣ କୁ ବୃଦ୍ଧି କରାଯାଇ ଥିଲା । ବର୍ତ୍ତମାନ ଏହି ଚାଉଳ ଯୋଗାଣ ବନ୍ଦ ହୋଇଯିବ । ହେଲେ କରୋନା ର ପ୍ରଭାବ କମି ନଥିବାରୁ ଆଉ ଆଠ ମାସ ପର୍ଯ୍ୟନ୍ତ ଏହି ଯୋଜନା ରେ ଗରିବ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ପାଖରେ ଅଧିକ ପରିମାଣରେ ଚାଉଳ ମହଜୁଦ ଥିବାରୁ ଏହା ସମ୍ପର୍କରେ ବିଚାର କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ପ୍ରଧାନମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ରେ ଲେଖିଛନ୍ତି କି – ଆଉ ଆଠ ମାସ ଚାଉଳ ଦେବା ପାଇଁ କାରଣ କରୋନା ସମ୍ପୂର୍ଣ୍ଣ ଭାବରେ କମି ନାହିଁ । ତେବେ ଆପଣ ମାନେ ଜାଣିଥିବେ କି ଏହି କରୋନା ଦୀର୍ଘ ଦୁଇ ବର୍ଷ ହେବ କମିବାର ନାଁ ମଧ୍ୟ ନେଉ ନାହିଁ । ତେବେ ଜନ ସାଧାରଣଙ୍କ ଜୀଵନ କୁ ଦୃଷ୍ଟି ରେ ରଖି ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରାଯାଇ ଥିଲା ।

ଫଳ ରେ ଲୋକମାନେ ଘରେ ରହିଥିଲେ ଏବଂ ଏହା ଦ୍ବାରା ସେମାନଙ୍କ ଜୀଵନ ଧାରଣ ରରେ ବାଧା ପ୍ରାପ୍ତ ମଧ୍ୟ ଉପୁଜିଥିଲା । ସବୁଠାରୁ ଅଧିକ ଗରିବ ଶ୍ରେଣୀ ର ଲୋକମାନେ ପ୍ରଭାବିତ ହେଲେ । ଏହି ସବୁକୁ ଦୃଷ୍ଟି ରେ ରଖି ସରକାର ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଇଥିଲେ । ଚାଉଳ,ଗହଁମ ଆଦି ସରକାର ଯୋଗାଇ ଦେଇଥିଲେ । ଏହା ବ୍ୟତୀତ କିଛି ଟଙ୍କା ମଧ୍ୟ ଯୋଗାଇ ଦେଇଥିଲେ ।

ଏହା ଦ୍ୱାରା ଅନେକ ଗରିବ ଲୋକମାନେ ଉପକୃତ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ କରୋନା ସମ୍ପୂର୍ଣ୍ଣ ଭାବରେ କମି ନାହିଁ । ଏହା ସହ କାମ ମଧ୍ୟ ମିଳୁ ନାହିଁ ଅଧିକାଂଶ ଲୋକମାନେ ବର୍ତ୍ତମାନ ନିଜ ରୋଜଗାର ହରାଇ ଘରେ ବସିଛନ୍ତି ଏବଂ କାମ ଖୋଜୁଛନ୍ତି । ତେବେ ଏଭଳି ପରିସ୍ଥିତି ରେ ପ୍ରଧାନମନ୍ତ୍ରୀ କଲ୍ୟାଣ ଅନ୍ନ ଯୋଜନା ରେ ଦିଆ ଯାଉଥିବା ଚାଉଳ ବନ୍ଦ କରି ଦିଆଯିବ ତେବେ ବର୍ତ୍ତମାନ ସମୟରେ କରୋନା ସମ୍ପୂର୍ଣ୍ଣ ଭାବରେ କମ ହୋଇ ନାହିଁ ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ଲେଖିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ କଲ୍ୟାଣ ଅନ୍ନ ଯୋଜନା ରେ ଦିଆ ଯାଉଥିବା ଚାଉଳ ଆଉ ଆଠ ମାସ ଦିଆଯାଉ । କାରଣ ବର୍ତ୍ତମାନ କେନ୍ଦ୍ର ପାଖରେ ଅଧିକ ପରିମାଣ ର ଖାଦ୍ୟ ମହଜୁଦ ହୋଇ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ଏ ବିଷୟ ନେଇ କଣ ମତାମତ ରହୁଛି ଜାଣିବାକୁ ବାକି ରହିଲା । ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *