‘ଆମେ ଦୁହେଁ ପୁଣି ଖୋଲା ଆକାଶରେ ଘୁରି ବୁଲିବା, ତୁ ତ ନାହୁଁ, ତତେ ଛାଡି ମୁଁ କେମିତି ଏକା ରହିବି…’ ଆପଣଙ୍କ ଆଖି ବି ଛଳଛଳ ହେଇଯିବ, ଜାଣନ୍ତୁ ପୁରା ଖବର…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମରେ ପଡି ଉଭୟ ପ୍ରେମିକ ଏବଂ ପ୍ରେମିକ ପୁଣି ଚର୍ଚ୍ଚାରେ । ଆସନ୍ତୁ ଜାଣିନେବା ବିସ୍ତାର ବିବରଣୀ । ପ୍ରେମିକ ଜଣକ କଥା ଦେଇଥିଲେ ସାରା ଜୀବନ ସାଙ୍ଗ ହୋଇ ରହିବାକୁ । କିନ୍ତୁ କଥା ରଖିଲେ ନାହିଁ । ଅଧା ବାଟରୁ ହାତ ଛାଡି ଚାଲିଗଲେ । ଆଉ ଏହି ଦୁନିଆରେ ଏକା ରହିବା ଲାଭ କ’ଣ ? ଯେଉଁ ପ୍ରେମର ଆକାଶରେ ଦୁହେଁ ଉଡିବୁଲିଥାନ୍ତେ, ସେହି ଆକାଶରେ ପ୍ରେମିକ ଜଣକ ଏକା ଏକା କିଭଳି ବୁଲିବେ ?

ପ୍ରେମିକ ଯେଉଁଠି ଅପେକ୍ଷା କରିଛନ୍ତି ସେଠିକୁ ଚାଲିଗଲେ ପ୍ରେମିକା । ଖୋଲା ଆକାଶରେ ବୁଲିବେ ଯେଉଁଠାରେ ବର୍ତ୍ତମାନ ଉଭୟଙ୍କୁ କେହି ଅଲଗା କରିପାରିବେ ନାହିଁ । ଏହା କୌଣସି ନାଟକ ଅଥବା ଚଳଚିତ୍ର ର କାହାଣୀ ନୁହେଁ । ବାସ୍ତବରେ ଏହିଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଚୌଦୁଆର ଥାନା ଅନ୍ତର୍ଗତ କଖଡି ଗାଁରେ । ଗତ ଦୁଇଦିନ ତଳେ ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଜଣେ ଯୁବକ ଆରପାରିକୁ ଚାଲିଯାଇଥିଲେ ।

ଏହା ପରେ ତାଙ୍କ ପ୍ରେମିକା ମଧ୍ୟ ତାଙ୍କ ପାଖକୁ ଚାଲିଯାଇଛନ୍ତି, ପ୍ରେମିକଙ୍କ ମୃ-ତ୍ୟୁକୁ ଦୁଇ ଦିନ ନ ପୁରୁଣୁ ପ୍ରେମିକାଙ୍କର ମୃ-ତ୍ୟୁ ହୋଇଛି । ଖବର ଅନୁଯାୟୀ ଉଭୟ ପୂର୍ବରୁ ଅନ୍ୟତ୍ର ବିବାହ କରିଥିଲେ । ଉଭୟଙ୍କର ସଂସାର ରହିଅଛି । ମାତ୍ର କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଦୁହେଁ ଦୂହିଁଙ୍କ ପ୍ରତି ଆକର୍ଷିତ ହୋଇ ପ୍ରେମରେ ପଡିଯାଇଥିଲେ । ଉଭୟ ଜାଣିଥିଲେ ଯେ ତାଙ୍କର ଏହି ପ୍ରେମ କାହାଣୀ କେବେ ସଫଳ ହୋଇପାରିବ ନାହିଁ ।

ଏହାପରେ ଦୁହେଁ ଏହିଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ଆପଣ ମାନେ ଅନେକ ପ୍ରେମ କାହାଣୀ କଥା ଶୁଣିଥିବେ ତଥା ନିଜ ଚକ୍ଷୁରେ ଦେଖିଥିବେ କିନ୍ତୁ ଏହା ଏକ ଏଭଳି କାହାଣୀ ଯାହା ଅତୁଳନୀୟ ଅଟେ । ଉଭୟ ସ୍ଵାମୀ ସ୍ତ୍ରୀ ନଥିଲେ, ପ୍ରେମିକା ଜଣକର ମଥାରେ ସିନ୍ଦୁର ଥିଲା ଅର୍ଥାତ ପ୍ରେମିକା ଜଣକ ଅନ୍ୟତ୍ର କେଉଁଠାରେ ବିବାହ କରିଥିଲେ । ଅପର ପାର୍ଶ୍ଵରେ ପ୍ରେମିକ ମଧ୍ୟ ବିବାହ କରିଥିଲେ ।

ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ମନ ଦେଇ ବସିଲେ ଏହା ଜାଣିଥିଲେ ଯେ ସେମାନେ କେବେ ମଧ୍ୟ ଏକାଠି ହୋଇପାରିବେ ନାହିଁ । କିନ୍ତୁ ପ୍ରେମ ଏଭଳି ଥିଲା ଯେ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଉଭୟ କେହି କାହାଠୁ ଅଲଗା ହେବେନି ତଥା ସାରା ଜୀବନ ବନ୍ଧୁ ହୋଇ ରହିବେ । ମାତ୍ର ବିଧିର ବିଧାନ କେ କରିବା ଆନ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *