Breaking News: ବର୍ତ୍ତମାନର ସବୁଠୁ ବଡ ଖବର, ଆଜିଠୁ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଭାରତ ବନ୍ଦ, ଦେଖନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ…

ନମସ୍କାର ବନ୍ଧୁଗଣ ଆଜି ଅର୍ଥାତ ମାର୍ଚ 28 ଓ 29 ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିଅନ୍ । ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନ ଧରେ ଟ୍ରେଡ୍ ୟୁନିଅନ୍ ବନ୍ଦ ଡାକରା ଦେଇଥିବା ବେଳେ ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ୍ ହେବ । ବନ୍ଧୁଗଣ କୃଷି ଆଇନରେ ପରିବର୍ତ୍ତନ ଅଣା ଯାଇଥିଲା । ଏହାକୁ ବିରୋଧ କରି ପରିବର୍ତ୍ତନ କରିବା ପାଇଁ ପୂର୍ବରୁ ଅନେକ ଆନ୍ଦୋଳନ କରା ଯାଇଥିଲା ।

ତେବେ ଆମେ ମାନୁଛୁ କି ସରକାର ସବୁବେଳେ ଜନସାଧାରଣ ଆବଶ୍ୟକତାକୁ ଦୃଷ୍ଟି ରେ ରଖି ସବୁବେଳେ କାର୍ଯ୍ୟ କରନ୍ତି । ବେଳେ ଏହା ଜନ ବିରୋଧୀ ମଧ୍ୟ ହୋଇଯାଇଥାଏ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିଅନ୍ । ତେବେ କୃଷକ ଏବଂ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ସରକାରଙ୍କ ନୂଆ କୃଷି ନୀତି ବିରୁଦ୍ଧରେ ଏହି ଭରତ ବୃନ୍ଦ ଡାକରା ଦିଆ ଯାଇଛି ।

ସରକାରୀ ବ୍ୟାଙ୍କର ଘରୋଇ କରଣ ଓ ବ୍ୟାଙ୍କିଂ ଆଇନ୍ ଅଧିନିୟମ-୨୦୨୧କୁ ବିରୋଧ କରି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି। ରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀ ମାନଙ୍କ ୟୁନିୟନ ଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ତେବେ ଯାହାବି ହେଉ ଏହି ବନ୍ଧ ଡ଼ାକରାରେ ସବୁ ଠାରୁ ଅଧିକ ପ୍ରଭାବିତ ହେବ ବ୍ୟାଙ୍କ ସେବା କାରଣ । ଦୀର୍ଘ ୪ ଦିନ ଧରି ଏହି ସେବା ଗୁଡିକ ବନ୍ଦ ରହିବ ବୋଲି ଯାହା ଶୁଣିବା ପାଇଁ ମିଳୁଛି ।

ତେବେ ୨୮ ଓ ୨୯ ତାରିଖ ଦୁଇଦିନ ଧରି ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି ସୂଚନା ଦେଇଛି ଭାରତୀୟ ଟେଷ୍ଟ ବ୍ୟାଙ୍କ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍।

ତେବେ ଟ୍ରେଡ୍ ୟୁନିଅନ୍ ଦେଇଥିବା ସୂଚନା ଅନୁସାରେ, ୨ ଦିନିଆ ଭାରତ ବନ୍ଦରେ ପରିବହନ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ସାମିଲ୍ ହେବେ । ଏହାଛଡ଼ା ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ବି ହରତାଳକୁ ସହଯୋଗ କରିବେ । କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ ବିଭାଗ, ଆୟକର ଓ ଜୀବନ ବୀମା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଭାରତ ବନ୍ଦକୁ ସମର୍ଥନ କରି ପାରନ୍ତି ।

ତେବେ ଅନ୍ୟପଟେ ରାଉରକେଲାରେ ବନ୍ଦର ପ୍ରଭାବ ପଡ଼ିପାରେ । ୧୨ ଦଫା ଦାବିରେ ଦିଆଯାଇଥିବା ଭାରତ ବନ୍ଦକୁ ଶ୍ରମିକ ସଂଗଠନ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତିକୁ ବିରୋଧ ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋର୍ଡ ପ୍ରତ୍ୟାହାର କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବିରେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି ।

ଦୁଇ ଦିନିଆ ଧର୍ମଘଟ ଆନ୍ଦୋଳନ ସମୟରେ କଳ କାରଖାନା, ଦୋକାନ ବଜାର, ବସ୍, ଟ୍ରକ୍ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *