ଆଜି ଭୟଙ୍କର ଶସ୍ତା ହେଲା ସୁନା, ଭାଙ୍ଗିଲା ୬ ମାସର ରେକର୍ଡ, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ଆଜି ଆମେ ଆପଣ ମାନଙ୍କୁ ଏକ ଭଲ ଖୁସି ଖବର କହିବାକୁ ଯାଉଛୁ । ପୂଜା ଉପଲକ୍ଷେ ଆଜି 22 କ୍ୟାରେଟ ସୁନା ୧୦ ଗ୍ରାମକୁ ପ୍ରାୟ ୧୭୩୦ ଟଙ୍କା ଶସ୍ତା ହୋଇ ଯାଇଛି । ଏମିତିରେ ଯଦି ଆପଣ ବି ପୂଜା ଉପଲକ୍ଷେ ସୁନା କିଣିବା ପାଇଁ ମନ ରଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ମଉକା ଅଟେ । ଗତ କିଛି ଦିନରୁ ସୁନାର ଦାମ ରେ ଉତ୍ଥାନ ପତ୍ତନ ଲାଗି ରହିଥିଲା । କିନ୍ତୁ ଆଜି ୨୨ କ୍ୟାରେଟ ସୁନା ଗତ ୬ ମାସର ସବୁ ରେକର୍ଡ ଭାଙ୍ଗି ୧୭୩୦ ଟଙ୍କା ୧୦ ଗ୍ରାମ ପ୍ରତି ଶସ୍ତା ହୋଇ ଯାଇଛି ।

ଆଜି ଆମେ ଆପଣଙ୍କୁ ଆଜି ମାନେ ୧୮ ଅକ୍ଟୋବର ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ତେବେ ଡେରି ନ କରି ଚାଲନ୍ତୁ ଜାଣିବା ଆଜିର ସୁନାର ଦାମ କେତେ ରହିଛି ?

୨୨ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୧୭୩ ଟଙ୍କା ହ୍ରାସ ପାଇ ୪,୬୮୧ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୮୫୪ ଟଙ୍କା ଥିଲା ।

ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୧୩୮୪ ଟଙ୍କା ହ୍ରାସ ପାଇ ୩୭,୪୪୮ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୮,୮୩୨ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୧,୭୩୦ ଟଙ୍କା ହ୍ରାସ ପାଇଁ ୪୬,୮୧୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୮,୫୪୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୧୭, ୩୦୦ ଟଙ୍କା ହ୍ରାସ ପାଇ ୪,୬୮,୧୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୮୫,୪୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ତେବେ ଆପଣଙ୍କୁ କହି ଦେଉଛୁ କି ୨୪ କ୍ୟାରେଟ ସୁନାର ଦାମ ଗତକାଲି ୧୦ ଗ୍ରାମ ପ୍ରତି ୧୮୯୦ ଟଙ୍କା ହ୍ରାସ ପାଇଥିବା ବେଳେ ଆଜି ତାହା ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଛି ।

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୧ ଟଙ୍କା ବୃଦ୍ଧି ପାଇ ୫,୧୦୬ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୫,୧୦୫ ଟଙ୍କା ଥିଲା ।

ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୮ ଟଙ୍କା ବୃଦ୍ଧି ପାଇ ୪୦,୮୪୮ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୦,୮୪୦ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୫୧,୦୬୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫୧,୦୫୦ ଟଙ୍କା ଥିଲା ।
ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୧୦୦ ଟଙ୍କା ବୃଦ୍ଧି ପାଇ ୫,୧୦,୬୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫,୧୦,୫୦୦ ଟଙ୍କା ଥିଲା ।

ଆଜି ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୫୧୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୫୧୦ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୨୯୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୩,୭୭୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *