ଓଲିଉଡ ରୁ ଆସିଲା ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଦେଲେ ଓଡିଶାର କମେଡି କିଂଗ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ବନ୍ଧୁଗଣ ବର୍ତ୍ତମାନ କରୋନା ସ୍ଥିତି ଭୟାବହ ରୂପ ନେଇଛି । ପ୍ରତିଦିନ କିଛି ନା କିଛି ଖରାପ ଖବର ଶୁଣିବାକୁ ମିଳୁଛି । ଏବେ କରୋନା ଏଭଳି ବିକଟାଳ ରୂପ ଧରିଛି ଯାହା ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି, ହସ୍ପିଟାଲ ରେ ବେଦ ମିଳୁ ନାହିଁ, ଅକ୍ସିଜେନ, ଛଟପଟ ହେଇ ଲୋକଙ୍କ ଜୀବନ ଚାଲି ଯାଉଛି । ଖାଲି ପଡିଆ ପାଲଟିଛି ଶ୍ମଶାନ ।

ଏମିତି କି ସଂସ୍କାର ପାଇଁ ମଧ୍ୟ ସମାସନ ରେ ଜାଗା ଟିକେ ମିଳୁ ନାହିଁ । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି କରୋନାରେ ଆଖି ବୁଜି ଦେଇଛନ୍ତି ଆଉ ଜଣେ ଅଭିନେତା । ଆଜ୍ଞା ହଁ ଆଜି ଆଖି ବୁଜି ଦେଇଛନ୍ତି ଯାତ୍ରା ଜଗତର ଆଗଧାଡିର ହାସ୍ୟ ଅଭିନେତା ଜଗା ରାଉତ ।

ଯିଏ ଦିନେ ଯାତ୍ରା ପେଣ୍ଡାଲ ରେ ଲୋକଙ୍କୁ ହସାଇ ହସାଇ ବେଦମ କରି ଦେଉଥିଲେ ସେ ଆଜି ଆଉ କାହାରି ମୁହଁ ରେ ହସ ଫୁଟାଇବା ପାଇଁ ଆଉ ଦୁନିଆରେ ନାହାଁନ୍ତି । ଆଜି ତାଙ୍କର ପରଲୋକ ହୋଇ ଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ତ୍ୟାଗ କରିଛନ୍ତି । କରୋନା ଆଜି ତାଙ୍କ ଜୀବନ ଦୀପ ଲିଭାଇ ଦେଉଛି ।

୮୪ ବର୍ଷ ବୟସରେ ଆଜି ସକାଳ ୯ଟା ୩୦ରେ ତାଙ୍କର ମୃ-ତ୍ୟୁ ହୋଇଛି । ସେ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର କାଳିଆପଦାର ଉତରାୟଣୀ ଅପେରାରୁ ନିଜର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ । ଶେଷରେ କଳିଙ୍ଗ ଗଣନାଟ୍ୟରେ ଅଭିନୟ ଜାରି ରଖିଥିଲେ ଜଗା ।

ଅପେରାରେ ପ୍ରାୟ ୪୦ ବର୍ଷ ହେବ ଅଭିନୟ କରି ଆସୁଥିଲେ ଏବଂ ପ୍ରାୟ ୬୬ ବର୍ଷ ହେବ ଯାତ୍ରା ଦୁନିଆ ସହ ଜଡିତ ଥିଲେ । ସେ କୋଣାର୍କ ଗଣନାଟ୍ୟରେ ମଧ୍ୟ ଅଭନୟ କରିଛନ୍ତି । ତାଙ୍କର ଚମତ୍କାର ଅଭିନୟ ଲୋକଙ୍କ ମନକୁ ବେଶ ଚୁଇଁ ଥାଏ ।

ଏମିତି କେହି ନାହିଁ ଯିଏ ତାଙ୍କ ଅଭିନୟ ଦେଖି ନ ହସିଛି । କିନ୍ତୁ ସମସ୍ତଙ୍କୁ ହସାଉଥିବା ଏହି ଅଭିନେତା ଆଉ ଦୁନିଆରେ ନାହାଁନ୍ତି । ତେଣୁ ଫେଣ୍ଡ୍ସ କରୋନା ରୁ ବଞ୍ଚିବା ପାଇଁ ସବୁବେଳେ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ସମସ୍ତ ଗାଇଡ ଲାଇନ କୁ ନିଶ୍ଚୟ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *