ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି ? ପପୁ, ବିକାଶ ନା ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ…

ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏବେ ସସପେନ୍ସ ଘେରରେ । କିଏ କେଉଁ କଥା କହୁଛି ଓ ଦିଗ କେଉଁ ଆଡକୁ ବଦଳୁଛି ମୃତ୍ୟୁକୁ ନେଇ ଏ କଥାର କାରଣ ଅସ୍ପଷ୍ଟ । ପିପୁଲ ଫର ସେବାର ସଦସ୍ୟ ଅଭିଯୋଗ ଆଣିଲା ବେଳକୁ ତାଙ୍କ ସ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି । କିନ୍ତୁ ସନ୍ଦେହ ଅଛି 3 ଜଣଙ୍କ ଉପରେ । ସେ 3 ଜଣ ହେଉଛନ୍ତି ପପୁ(ଆଦିତ୍ୟଙ୍କ ସାଙ୍ଗ ଓ ପିପୁଲ ଫର ସେବାର ଟ୍ରେଜର ମ୍ୟାଜାର), ବିକାଶ (ଆଦିତ୍ୟଙ୍କ ସାଙ୍ଗ ଯିଏ କି ପିପୁଲ ଫର ସେବାର ସଦସ୍ୟ ଅଟନ୍ତି) ଓ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଏହି 3 ଜଣଙ୍କ ଉପରେ ପୁଲିସ ର ସନ୍ଦେହ ରହିଛି । ଏହି 3 ଜଣଙ୍କୁ ରିମାଣ୍ଡ ରେ ନେବା ପାଇଁ ମଧ୍ୟ ପୁଲିସ ଭାବିଛି ।

ପ୍ରଥମ ସନ୍ଦେହ ହେଉଛି ପପୁଙ୍କ ଉପରେ । ପପୁ PFS ର ଟ୍ରଷ୍ଟ ଭଳି ଟ୍ରେଜର ମ୍ୟାନେଜର ଥିଲେ ଏବଂ ସେଠାକାର ସମସ୍ତ ଦାୟିତ୍ଵ ସେ କ୍ୟାସ ଭାବରେ ତୁଲାଉଥିଲେ । ସେ ଆଦିତ୍ୟଙ୍କୁ ମାଗିଥିଲେ 50 ହଜାର ଟଙ୍କା ଏବଂ 70 ହଜାର ଟଙ୍କା ତା ପରେ ମଧ୍ୟ ମାଗିଛନ୍ତି ବୋଲି ସ୍ତ୍ରୀଙ୍କ ଅଭିଯୋଗରୁ ଜଣା ପଡିଛି ଓ ହ୍ଵାଟ୍ସଆପ ଚାଟ ରୁ ମଧ୍ୟ ଜଣା ପଡିଛି ।

ଦ୍ଵିତୀୟରେ ଆସୁଛନ୍ତି ବିକାଶ

ବିକାଶ ଯିଏ କି ପପୁଙ୍କର ଘନିଷ୍ଟ ବନ୍ଧୁ ଥିଲେ । ବିକାଶଙ୍କର ଆଦିତ୍ୟ ମୃତ୍ୟୁ ପଛରେ ହାତ ଅଛି ବୋଲି ସନ୍ଦେହ କରା ଯାଉଛି । କାରଣ ବିକାଶ ପ୍ରଥମେ ସୁସାଇଡ ନୋଟ ପାଇଥିଲେ ଆଦିତ୍ୟଙ୍କ ରୁମ ରୁ । ଏହା ସ୍ତ୍ରୀ ଅଭିଯୋଗ କରୁଛନ୍ତି ଯେ ସମସ୍ତେ ଘରେ ଥିଲା ବେଳେ ବିକାଶ କେମିତି ସୁସାଇଡ ନୋଟ ପାଇଲେ ଆଦିତ୍ୟଙ୍କର, ଆଉ କେହି ପାଇଲେନି ।

ଏହା ପରେ ତୃତୀୟରେ ସନ୍ଦେହ ଘେରରେ ଅଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଯିଏ ଦୁଇ ସପ୍ତାହ ତଳେ ବିବାହ କରିଥିଲେ ଆଦିତ୍ୟଙ୍କୁ । ତାଙ୍କ ମତ ମଧ୍ୟ ସୋସିଆଲ ମିଡିଆରେ ବଦଳିବାରେ ଲାଗିଛି । ସେ କେବେ କହୁଛନ୍ତି ଆଦିତ୍ୟ ତାଙ୍କ ମୋବାଇଲ ନେଇ ଯାଇଥିଲେ ଓ କେବେ କହୁଛନ୍ତି କି ନା ଆଦିତ୍ୟ ଫ୍ରିଜ ରେ ମୋବାଇଲ ଥୋଇ ଯାଇଥିଲେ । କିନ୍ତୁ ଘଟଣାଟି ସତ ହେଉଛି କି ଆଦିତ୍ୟ ଫ୍ରିଜ ରେ ମୋବାଇଲ ଥୋଇ ଯାଇଥିଲେ ଓ ଏ କଥା ମଧ୍ୟ ସତ ଆଦିତ୍ୟ 11 ଟା ରାତି ପର୍ଯ୍ୟନ୍ତ ନ ଆସିବାରୁ ବିଦ୍ୟାଶ୍ରୀ ତାଙ୍କୁ ସ୍କୂଟି ନେଇ ଖୋଜିବାକୁ ଯାଇଥିଲେ ।

ବିଦ୍ୟାଶ୍ରୀଙ୍କ କହିବା ଅନୁସାରେ ସେ ଆଦିତ୍ୟଙ୍କୁ କେଉଁ ଜାଗାରେ ପାଇ ନଥିଲେ କିନ୍ତୁ ବିଦ୍ୟାଶ୍ରୀ ପ୍ରଥମେ ହିଁ ଆଦିତ୍ୟଙ୍କୁ ପାଇଥିଲେ । ବିକାଶ, ପପୁ ଓ PFS ର ଅନ୍ୟ ସଦସ୍ୟ ଆଦିତ୍ୟଙ୍କୁ ଖୋଜୁଥିଲେ ମଧ୍ୟ ପ୍ରଥମେ ରେଳ ଲାଇନ ପାଖରୁ ବିଦ୍ୟାଶ୍ରୀ ହିଁ ଆଦିତ୍ୟଙ୍କୁ ପାଇଥିଲେ । ତେବେ ସନ୍ଦେହ କିଛି ମାତ୍ରାରେ ବିଦ୍ୟାଶ୍ରୀ ଙ୍କ ଉପରକୁ ମଧ୍ୟ ଆସୁଛି । କିନ୍ତୁ ରେଳ ଲାଇନ ପାଖରୁ ଆସିବା ପରେ ବିଦ୍ୟାଶ୍ରୀ କହିଛନ୍ତି ଯେ ଯଦି କାହାର ମୁଣ୍ଡରେ ଆଘାତ ଲାଗିବ ସେ ମୁଣ୍ଡକୁ କେବେ ବି ରେଳ ଲାଇନରେ ଥୋଇ ମରିବନି ବେକକୁ ହିଁ ରେଳ ଲାଇନ ରେ ଥୋଇବ । ବେକ କଟିଯିବ ଓ ମୁଣ୍ଡ ବି ଯଦି ରେଳ ଲାଇନ ରେ ରହିବ ତାହା ବି କଟିବ । ତେବେ ଆଦିତ୍ୟ କଣ ପାଇଁ ମୁଣ୍ଡକୁ ରେଳ ଲାଇନରେ ଥୋଇ ଥିଲେ ଏବଂ ମୁଣ୍ଡରେ ଆଘାତ ଲାଗିଛି କିନ୍ତୁ କଟି ନାହିଁ । ଏହି କଥାରୁ ଜଣା ପଡୁଛି ଯେ ଆଦିତ୍ୟଙ୍କୁ ହତ୍ୟା କରା ଯାଇଛି କିନ୍ତୁ କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ।

ଏହା ସହିତ PFS ର ସଦସ୍ୟମାନେ ଦାବି କରିଛନ୍ତି ଯେ ଆଦିତ୍ୟଙ୍କ ନୋଟ ତାଙ୍କ ସୁସାଇଡ ନୋଟ ସହ ମିଶୁ ନାହିଁ ଏବଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେ ପୂର୍ବରୁ ଯେଉଁ ହ୍ୟାଣ୍ଡରାଇଟିଙ୍ଗ ରେ ତାଙ୍କର ସୋସିଆଲ ମିଡିଆ ଫେସବୁକ ସାଇଟ ରେ ଯାହା ପୋଷ୍ଟ କରିଥିଲେ ତାହା ମିଶୁ ନାହିଁ ସୁସାଇଡ ନୋଟ ସହ । କିନ୍ତୁ ଏହାକୁ ବଦଳାଇ ତାଙ୍କ ସ୍ତ୍ରୀ କହିଛନ୍ତି ଯେ ସୁସାଇଡ ନୋଟ ସେ ଲେଖିଥିବେ ବୋଲି ମୋର ସନ୍ଦେହ କାରଣ ସେ ବିଭିନ୍ନ ପ୍ରକାରର ହାତଲେଖାରେ ଲେଖନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ବ୍ୟୁରୋ ରୁ ଜଣା ପଡି ନାହିଁ କି ସେହି ନୋଟ ର ହାତଲେଖା ଆଦିତ୍ୟଙ୍କର କି ଆଉ କାହାର ।

ଆଉ ଏକ କଥା ହେଉଛି ଆଦିତ୍ୟଙ୍କ ଶବ ପାଖରେ ଟ୍ରେନ ଲାଇନ ରେ ଏକ ଲୁଙ୍ଗୀ ଆଉ ଗାମୁଛା ପଡିଥିଲା । ଯାହାକୁ ପୁଲିସ ଜବତ କରିଛି କିନ୍ତୁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ସେହି ଲୁଙ୍ଗୀ ଓ ଗାମୁଛା କାହାର ? PFS ସେବାର ସଦସ୍ୟମାନେ ଥାନାରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ଦୃଢ କାର୍ଯ୍ଯାନୁଷ୍ଠାନ ନିଆ ଯାଇ ନାହିଁ । କିନ୍ତୁ ଏହାର CBI ତଦନ୍ତ କରାଯାଉ ବୋଲି PFS ର ସଦସ୍ୟ ଦାବି କରିଛନ୍ତି । ଏହା ତ ସମୟ କହିବ କି କେବେ CBI ତଦନ୍ତ ହେଉଛି ଓ ଆଦିତ୍ୟଙ୍କୁ ନ୍ୟାୟ ମିଳୁଛି । ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆଦିତ୍ୟଙ୍କ ଆତ୍ମାକୁ ଶାନ୍ତି ମିଳୁ । ଏହା ବିଷୟରେ ଅଧିକ ଖବର ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *