ପୋଷ୍ଟ ଅଫିସର ସବୁଠୁ ଶସ୍ତା Deposit Schemes, ମାତ୍ର 10 ଟଙ୍କା ବଦଳରେ ମିଳିବ ଦେଢ ଲକ୍ଷ ଟଙ୍କା, ଦେଖନ୍ତୁ କେମିତି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ମାତ୍ର ୧୦ ଟଙ୍କାରେ ଦୂର ହେବ ଆର୍ଥିକ ସମସ୍ୟା । ୧୦ ଟଙ୍କା ଖର୍ଚ୍ଚ କରିଲେ ମିଳିବ ଦେଢଲକ୍ଷ ଟଙ୍କା । ଅଧିକାଂଶ ଲୋକେ ଏଫଡି କିମ୍ବା ଅନ୍ୟ ତରିକାରେ ଟଙ୍କା ନିବେଶ କରିଥାନ୍ତି । ଯେଉଁଠୁ ତାଙ୍କୁ ଏକ ଭଲ ଋଟର୍ନ ମିଳିପାରିବ । ମାତ୍ର ଫାଇନାନ୍ସିଆଲ ମାର୍କେଟରେ ଏଭଳି ନିବେଶ ଜରୁରୀ ନୁହେଁ ଯେ ତାହା ସୁରଖିତ ହୋଇପାରେ । ଏଭଳି ପରିସ୍ଥିତିରେ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡିକ ମଧ୍ୟ ଆପଣଙ୍କର ବହୁତ କାମରେ ଆସିପାରିବ ।

ଯଦି ଆପଣ କମ ଟଙ୍କା ନିବେଶ କରି ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣ ଆପଣଙ୍କ ଟଙ୍କା ନିବେଶ କରିପାରିବେ । ଯେଉଁଠାରେ ଆପଣଙ୍କ ଟଙ୍କା ଉପରେ ଅଧିକ ସୁଧ ମିଳିବ । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ପୋଷ୍ଟ ଅଫିସର ପ୍ରତିଟି ଟଙ୍କା ଉପରେ ସୁରକ୍ଷା ଗ୍ୟାରେଣ୍ଟି ମଧ୍ୟ ସରକାରଙ୍କ ତରଫରୁ ମିଳିବ ।

ପୋଷ୍ଟ ଅଫିସର ସବୁଠାରୁ ଶସ୍ତା ଯୋଜନା,- ପୋଷ୍ଟ ଅଫିସର ଏହି ଯୋଜନାକୁ ଆପଣ କେବଳ ୧୦ ଟଙ୍କାରୁ ମଧ୍ୟ ଆରମ୍ଭ କରିପାରିବେ । ଏହି ସ୍କିମରେ ଆପଣ ମାସକୁ ମାତ୍ର ୧୦ ଟଙ୍କା ନିବେଶ କରିପାରିବେ । ସେହିପରି ପ୍ରତିମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଯାହାକି ନିବେଶକଙ୍କର ସେଭିଙ୍ଗ ଉପରେ ନିର୍ଭର କରିଥାଏ । ଏବଂ ଆପଣ ପ୍ରତିମାସରେ ଏକ ନିର୍ଦ୍ଧାରିତ ରାଶି ନିବେଶ କରିପାରିବେ ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁଠି ଏବଂ କିଭଳି ଖୋଳିବେ ଖାତା ? ଏହି ଆକାଉଣ୍ଟ ଆପଣ ଡାକଘର ଯାଇ ଅଥବା ଅନଲାଇନ ମାଧ୍ୟମରେ ମଧ୍ୟ ଖୋଲିପାରିବେ । ଯଦି ଆପଣ ପୋଷ୍ଟ ଅଫିସରେ ଆର ଡି ଖୋଲୁଛନ୍ତି, ତେବେ ଆପଣ ଉଭୟ କ୍ୟାସ ଅଥବା ଚେକ ଦେଇ ଖୋଲିପାରିବେ । ଆପଣଙ୍କ ଆକାଉଣ୍ଟ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫିସ ଟ୍ରାନ୍ସଫର ହୋଇପାରିବ । ଏଥି ସହିତ ଆପଣ ଦୁଇଜଣ ଆଡଲ୍ଟ ନାମରେ ମଧ୍ୟ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ।

ତେବେ ଏଥିରେ ଆକାଉଣ୍ଟ ଖୋଲିବା ସମୟରେ ହିଁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଆରମ୍ଭ ହୋଇଥାଏ । ଆଉ ଏହି ସମୟସୀମା ଶେଷ ହେବା ପରେ, ଆପଣଙ୍କୁ ସୁଧ ସମେତ ସଂପୂର୍ଣ୍ଣ ପେମେଣ୍ଟ ମିଳିଯିବ । ଆର ଡି ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।  ଏଥିରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଇଁ ମଧ୍ୟ ଇନଭେଷ୍ଟମେଣ୍ଟ ପ୍ଳାନ ପ୍ରସ୍ତୁତ କରାଯାଇପାରିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *