ନମସ୍କାର ବନ୍ଧୁଗଣ ତେବେ ସାରଥୀଙ୍କ ପରେ ସାମ୍ନାକୁ ଆସିଲେ ସୋନାଲି ପୁଣି ସେହି କେନ୍ଦ୍ରାପଡ଼ା କି ନିଜକୁ ମା ଜଙ୍କଡ ବାସିନୀଙ୍କ ସହ କଲେ ତୁଳନା ମା ଶାରଳାଙ୍କ ପୀଠ ଝଙ୍କଡ଼ ପରେ ଦ୍ୱିତୀୟ ଶାରଳା କ୍ଷେତ୍ର ହେବ ଡେରାବିଜ୍ ବ୍ଲକ୍ ହରୀୟଙ୍କ ସେ ନିଜେ ଶାରଳା ସାଜି ପାଇବେ ପୂଜା ଏକଥା ଆମେ କହୁନୁ ଅଜ୍ଞା ଏକଥା ନିଜେ କହୁଛନ୍ତି ମହିଳା ଜଣଙ୍କ ହରୀୟଙ୍କ ଗାଁକୁ ଦ୍ୱିତୀୟ କନକପୁରୀ କରିବେ ବୋଲି କାଲି ବୁଲୁଛନ୍ତି ସୋନାଲି ।

ତେବେ ପବିତ୍ର ଗଙ୍ଗା ପାଣି ଓ ଫୁଲକୁ ନିଜ ଗୋଡ଼ରେ ଥୋଇ ହିନ୍ଦୀ ଧର୍ମ ଭାବାବେଗ ସହ ଖେଳୁଛନ୍ତି ବିଗତ ଦିନରେ କେନ୍ଦ୍ରାପଡ଼ା ବାରିମୂଳରେ ସାରଥୀ ନିଜକୁ ଭଗଵାନ ବୋଲାଇ ଲୋକଙ୍କୁ ଠକି ଚର୍ଚ୍ଚାକୁ ଆସିଥିଲା ନାନା ଘଟଣା ଘଟିଗଲା ସାରଥିଙ୍କୁ ନେଇ ବିଭିନ୍ନ କିଳଙ୍କାରି କରି ଶେଷରେ ଆଇନ ଜାଲରେ ଛନ୍ଦି ହୋଇ ଜେଲ୍ ଯାଇଥିଲା ସାରଥି ଏବେ ପୁଣି ହରୀୟଙ୍କ ଅଞ୍ଚଳରୁ ସାରଳା ନାଁରେ ବାହାରିଲେଣି ସୋନାଲି ।
ନିଜକୁ ମା ଶାରଳା ଠାକୁରାଣୀ ବୋଲାଇ ନିଜ ଆସ୍ଥାନ ଜମାଇଛନ୍ତି ଏହି ମହିଳା ସୋନାଲି ମାଲିକ୍ ହରୀୟଙ୍କ ଅଞ୍ଚଳର ଶକ୍ତି ମାଲିକଙ୍କ ସ୍ତ୍ରୀ ସୋନାଲି ମାଲିକ୍ ନିଜ ନାବାଳକ ପୁଅ ପରିବାର ଓ କିଛି ସମ୍ପର୍କୀୟଙ୍କୁ ନେଇ ଚଳେଇଛନ୍ତି ଏମିତି ବିଶ୍ଵାସର ଖେଳ କିଛିଦିନ ତଳେ ଶ୍ରୀକ୍ଷେତ୍ରରେ ପୁରୀକୁ ଯାଇ ଜଗନ୍ନାଥଙ୍କୁ କୁଣ୍ଡାଇ ଚର୍ଚ୍ଚାକୁ ଆସିବା ପରେ ସେ ଏବେ ନିଜକୁ ଠାକୁରାଣୀ ବୋଲାଇ ଅନେକ ସରଳ ନିରୀହ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ।
ତେବେ ରୋଗ ଭଲ କରିବା ଓ କଷ୍ଟ ଦୂର କରିବା ନାଁରେ ତାଙ୍କଠାରୁ ଟଙ୍କା ବି ଅସୁଲି ଚାଲିଛି ଏଥିସହ ହରୀୟଙ୍କ ଗାଁରେ ଏକ ଆସ୍ଥାନ କରି ଏଠାରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରଖି ସୋନାଲି ନିଜେ ଦେବା ବେଦୀଙ୍କ ମୂର୍ତ୍ତିରେ ରଖି ନିଜକୁ ଜୀବନ୍ତ ଠାକୁରାଣୀ ବୋଲି କହୁଛନ୍ତି କିଛି ଭକ୍ତ ବି ହେଲେଣି ଏହି ଭକ୍ତମାନେ ସୋନାଲିଙ୍କ ଗୋଡକୁ ଗଙ୍ଗା ପାଣିରେ ଧୋଉଛନ୍ତି ଓ ଗୋଡ଼ ଉପରେ ଫୁଲକୁ ଚଢ଼ାଉଛନ୍ତି ।
ତେବେ ଏମିତି ହରକତ ଦେଖିଲି ତାଙ୍କର ଗ୍ରାମ ଲୋକ ଏହାକୁ ବିବାଦ କରିଥିଲେ ସେ ସବୁ ଦିନ ଅଧିକ ସାଉଣ୍ଡ ବଜାଇ ଗୀତ ବଜାଉଥିଲେ ଏଥିପାଇଁ ଚାନ୍ଦୋଳ ପୋଲିସ ତାଙ୍କ ଘରକୁ ଯାଇଥିଲା ଏବଂ ତାଙ୍କର ସାଉଣ୍ଡ କୁ ଉଠେଇ ଆଣିଥିଲେ, ହେଲେ ସୋନାଲି ଅଭିଯୋଗ କରିଛନ୍ତି କି ସୋନାଲି ଙ୍କୁ ମିଡ଼ିଆ ପଚାରିବା ପରେ ସେ ଓଲଟା ପୋଲିସ କୁ ଦୋଷ ଦେଇଛନ୍ତି ସେ କହିଛନ୍ତି କି ତାଙ୍କୁ ପୋଲିସ ମାଡ ମାରିଲା ଏବଂ ତାଙ୍କର ଜିନଷ ତାଙ୍କର ବିନା ଅନୁମତିରେ ଉଠେଇ ନେଲା ।

ତେବେ ବର୍ତ୍ତମାନ ଜଣେ ସାମ୍ବାଦିକ ତାଙ୍କ ସହ କଥା ହୋଇଥିଲେ ତେବେ ବର୍ତ୍ତମାନ ତାଙ୍କର ସେହି କଲ ରେକର୍ଡ ଭାଇରାଲ ହେଉଛି ତେବେ ସେଥିରେ ସେ କହିଛନ୍ତି କି ସେ ଭାଇରାଲ ହେବାକୁ ଚାଁହାନ୍ତି ଏବଂ ତାହା ପୁଣି ପୋଲିସ ଷ୍ଟେସନରେ ହେଲେ ସେ କଣ କେତେ ବେଳେ କହୁଛନ୍ତି ତାହା ସିଏ ବି ଜାଣି ପାରୁ ନାହାନ୍ତି ସେ କହିଛନ୍ତି ଜେ ମୁଁ ମୋ ଘରେ ଲଙ୍ଗଳା ହଲେ କି ନାଚିଲେ ମୋତେ କେହି କିଛି କହି ପାରିବେ ନାହିଁ ମୋ ମନ ମୁଁ ଯାହା କରିବି ।
ତେବେ ମୋ ସହ ମୋ ମାଆ ଅଛନ୍ତି ମୋତେ ପୋଲିସ କାନୁନ ଦେଖାଉଛ ମୁଁ ବି ଜାଣିଛି କାନୁନ ଏବଂ ମୋ ପାଖରେ ବହୁତ ପୋଲିସ ଏବଂ ବହୁତ ଓକିଲ ଅଛନ୍ତି ମୋର କେହି କିଛି କରି ପାରିବେ ନାହିଁ । ତେବେ ବର୍ତ୍ତମାନ କଣ ଏହି ଭଣ୍ଡ ମାତାଙ୍କ ଖେଳ ସରିଯିବ କି? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

