ଗୁରୁ ଶିଷ୍ୟଙ୍କ ନିଆରା ପ୍ରେମ, ଶିକ୍ଷକଙ୍କୁ ଜାବୁଡି ଧରି କାନ୍ଦିଲେ ପିଲେ, ଭିଡିଓ ଦେଖିଲେ ଆପଣ ବି ଭାବୁକ ହେଇଯିବେ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସାଧାରଣତଃ କିଛି ଏଭଳି ଶିକ୍ଷକ ରହିଥାନ୍ତି ଯାହାକୁ ପିଲାମାନେ ନିଜ ଆଦର୍ଶ ବୋଲି ମାନିଥାନ୍ତି । ତାଙ୍କ କଥାରେ ଅନୁପ୍ରାଣିତ ହୋଇ ମନଲଗାଇ ପାଠ ପଢିବା ସହିତ ସଫଳ ହେବାକୁ ଚେଷ୍ଟା କରନ୍ତି । ଏମିତି ଶିକ୍ଷକ ପ୍ରତି ପିଲାଙ୍କର ପ୍ରିୟ ହୋଇଥାନ୍ତି ଏବଂ ଏହିଭଳି ଶିକ୍ଷକଙ୍କ ଠାରୁ ଦୂରକୁ ଯିବାର ହେଲେ ଆଖିରୁ ଝରି ଆସେ ସ୍ନେହ ପ୍ରେମ ଏବଂ ସନ୍ନମାନର ଅଶ୍ରୁ । ତେବେ ଏହିଭଳି ଏକ ଭାବପ୍ରବଣ ମୁହୂର୍ତ୍ତର ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖେଳିଯାଇଛି ।

ଏହା ବୟାନ କରୁଛି ଯେ ସମାଜ ଯେତେ ଆଧୁନିକତା ଆଡକୁ ଗତି କରୁ ନା କାହିଁକି, ପ୍ରତ୍ୟକ ମଣିଷ ଜୀବନରେ ଜଣେ ଗୁରୁଙ୍କର ସ୍ଥାନ ଅତୁଳନୀୟ । ଏହିଭଳି ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଦୃଷ୍ଟି ଆକର୍ଷଣ କରୁଛି । ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବୋଧନ ଦେବା ସମୟରେ କୋଳାଇ ଧରି କାନ୍ଦି ପକାଉଛନ୍ତି ଛାତ୍ରଛାତ୍ରୀ । କାରଣ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଯାଇଅଛି । କିନ୍ତୁ ଛୋଟ ଛୋଟ ଛୁଆ ନିଜ ଶିକ୍ଷକଙ୍କୁ ଛାଡିବାକୁ ଚାହୁଁନାହାଁନ୍ତି ।

ଏଥିପାଇଁ ଛାତ୍ର ଛାତ୍ରୀଙ୍କ ଆଖିରୁ ଝରିଯାଉଛି ଲୁହ । ଏହି ଲୁହ ହେଉଛି ଶିକ୍ଷକଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ବୋଧର ପ୍ରମାଣ । ଏହି ମହାନ ଶିକ୍ଷକଙ୍କର ନାମ ହେଉଛି ସୁହେନ୍ଦ୍ର ସିଂ ବାଘି । ସୂଚନା ଅନୁଯାୟୀ ଦୀର୍ଘ ୪ ବର୍ଷ ହେବ ସେ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ଏବଂ ୧୨ ଜୁଲାଇ ୨୦୨୨ରେ ତାଙ୍କର ଏହି ସ୍କୁଲରେ କାର୍ଯ୍ୟକାଳ ଶେଷହୋଇଛି ।

ଫେରୁଏଲ ସମୟରେ ପିଲା ମାନେ ନିଜ ପ୍ରିୟ ଶିକ୍ଷକଙ୍କୁ ଛାତିରେ ଲଗାଇ କାନ୍ଦିବାକୁ ଲାଗିଥିଲେ । ଏହି ଦୃଶ୍ୟ ଭାରତର ଗୁରୁ ଶିଷ୍ୟ ପରମ୍ପରାକୁ ପୁଣି ଥରେ ଜୀବିତ କରିଛି । ଏହାକୁ ଦେଖି ସମସ୍ତେ ଭାବବିହୋଳ ହେଉଛନ୍ତି । ପିତାମାତା ଙ୍କ ପରେ ଗୁରୁ ହିଁ ପିଲାଙ୍କର ପ୍ରଥମ ଶିକ୍ଷକ । ଯିଏ ଅନ୍ଧକାରରୁ ଆଲୋକର ପଥ ଦେଖାଇଥାନ୍ତି । ସେଥିପାଇଁ ଗୁରୁଙ୍କର ସ୍ଥାନ ସ୍ଵତନ୍ତ୍ର ରହିଥାଏ ।

ଉତ୍ତର ପ୍ରଦେଶର ଏହି ବିଦ୍ୟାଳୟର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଲୋକଙ୍କୁ ଭାବୁକ କରିବାରେ ଲାଗିଛି । ତେବେ ଏହି ଦୃଶ୍ୟ କୁ ଦେଖିଲେ ସାଧାରଣ ଲୋକେ ମଧ୍ୟ କାନ୍ଦି ପକାଉଛନ୍ତି । ସତରେ ଗୁରୁଶିଷ୍ୟଙ୍କର ଏହି ସମ୍ପର୍କ ମହାନତାର ଉଦାହରଣ ଦେଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *