କିଏ ହେବ Naveen ଙ୍କ ଉତ୍ତରାଧିକାରୀ ? ଉତ୍ତରାଧିକାରୀ ଅପେକ୍ଷାରେ ଗାଦି !

କିଏ ସେ ଗାୟତ୍ରୀ ନନ୍ଦନକାନନ ଯାତ୍ରୀ, ଗାୟତ୍ରୀ ହେବେ କି ନବୀନଙ୍କ ଉତ୍ତରାଧିକାରୀ । ପୁଣି ପରିବାରକୁ ପ୍ରାଧାନ୍ଯ ଦେବେ କି ନବୀନ । କାହାକୁ ନବୀନ ଦେବେ ଆସନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଏହି ଚର୍ଚ୍ଚା ଜୋରଦାର ହୋଇଛି । ପୂର୍ବରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

ମାତ୍ର ଗାୟତ୍ରୀ ଓଡ଼ିଶା ଆସିବା ପରେ ଚର୍ଚ୍ଚାର ମୋଡ ବଦଳି ଯାଇଛି । ଗାୟତ୍ରୀ ହେଉଛନ୍ତି ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଅର୍ଥାତ ନବୀନଙ୍କ ଝିଆରୀ ଓ ଅରୁଣ ପଟ୍ଟନାୟକଙ୍କ ସାବତ ଭଉଣୀ । ଗାୟତ୍ରୀ ଓଡିଶା ଆସିଛନ୍ତି ସତ ହେଲେ ସେ ନିଜ ପୈତୃକ ଘର ନବୀନ ନିବାସରେ ନ ରହି ଏକ 5 ଷ୍ଟାର ହୋଟେଲରେ ରହୁଛନ୍ତି । ନିକଟରେ ସେ ତାଙ୍କ ପୁଅ ସହ ନନ୍ଦନ କାନନ ବୁଲିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଆଉ ତାଙ୍କର ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେଠାରେ ତାଙ୍କୁ ସରକାରୀ ଆଧିଧୀୟତା ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଗାୟତ୍ରୀ ନିଜ କକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରେ ରହି ନାହାନ୍ତି । ଏହାର କାରଣ କଣ ତାହା ତ ଭିନ୍ନ କଥା ମାତ୍ର ତାଙ୍କ ଗସ୍ତକୁ ନେଇ ବିଜେଡି ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଖବର ଅନୁସାରେ ନିକଟରେ ରାଜ୍ୟର କିଛି ବରିଷ୍ଠ ନେତା ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ ।

ସାକ୍ଷାତ ସମୟରେ ବିଜୁ ଲିଗାସ ସମେତ ନବୀନ ବାଦଙ୍କୁ ନେଇ ଅନେକ କଥା ଆଲୋଚନା ହୋଇଥିଲା । ମାତ୍ର ଏ ଦୁଇଟିରୁ ଗୋଟିଏ ବି ଓଡିଶା ଶାସନରେ ପ୍ରତିଫଳନ ହେଉନି ବୋଲି ଏମାନେ କୁଆଡେ ପ୍ରେମ ପଟ୍ଟନାୟକଙ୍କୁ ଅବଗତ କରିଥିବା କଥା ଚର୍ଚ୍ଚା ହେଉଛି । ଏହା ପରେ ନିଜ ବାପାଙ୍କ ସମତି ନେଇ ଗାୟତ୍ରୀ ଓଡିଶା ଆସିଛନ୍ତି । ଅନ୍ୟ ଏକ ଶୁଣା ଖବର ଅନୁସାରେ ଗାୟତ୍ରୀଙ୍କୁ ଦେଖା କରିବା ପାଇଁ ପ୍ରଭାବଶାଳୀ ଆଇଏଏସ ଅଫିସର ମାନଙ୍କର ଏକ ଗୋଷ୍ଠୀ ସେ ରହୁଥିବା ହୋଟେଲକୁ ଯାଇଥିଲେ ।

ମାତ୍ର ସେମାନଙ୍କୁ ଭେଟିବା ଲାଗି ଗାୟତ୍ରୀ କୁଆଡେ ରୋକ ଠୋକ ମନା କରି ଦେଇଥିଲେ । ପୂର୍ବରୁ ତାଙ୍କ ପରିବାରରୁ କେହି ଉତ୍ତରାଧିକାରୀ ହେବେନି ବୋଲି ନବୀନ ମନା କରିଦେଇଥିଲେ । ଏହା ପରେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଥମି ଯାଇଥିଲା । ହେଲେ ଏବେ ଗାୟତ୍ରୀ ଓଡିଶା ଆସିବା ପରେ ଏହି ଚର୍ଚ୍ଚାର ମୋଡ ବଦଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *