ରାଜଧାନୀ Bhubaneswar ର ଭାଇ ଭାଇ Hotel, ମାତ୍ର 30 ଟଙ୍କାରେ ପେଟ ଭରି ଖାଇବେ ସ୍ଵାଦିଷ୍ଟ ମଟନ, ଥାରେ ଖାଇଲେ ବାରମ୍ବାର ଆସିବେ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏ ଦୁନିଆରେ ସମସ୍ତ ମଣିଷ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ସମସ୍ତ ଲୋକ ଏବେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ଆଜିକାଲି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଫୁଡ ବ୍ଲଗିଙ୍ଗ କରି ଲୋକ ମାନଙ୍କର ମନୋରଞ୍ଜନ କରିପାରୁଛନ୍ତି । ବନ୍ଧୁଗଣ ଏ ଦୁନିଆର ଅଧିକାଂଶ ଲୋକ ଫୁଡ ଲଭର ହୋଇଥାନ୍ତି । ଆଉ ଯେଉଁ ମାନେ ଫୁଡ ବ୍ଲଗର ଅଟନ୍ତି ସେମାନେ ଅଲଗା ଅଲଗା ସ୍ଥାନରେ ବୁଲି ଯେଉଁ ସବୁ ସ୍ଥାନରେ ଭଲ ଭଲ ଖାଦ୍ୟ ମିଳେ ତାକୁ ଏକ୍ସପ୍ଲୋର କରନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ମାତ୍ର ୩୦ ଟଙ୍କାରେ ଆମିଷ ଡିନର ମିଳୁଛି । ବନ୍ଧୁଗଣ ଅତି କମ ଟଙ୍କାରେ ଆପଣ ମାନେ ଏହି ସ୍ଥାନରେ ଆମିଷ ଖାଦ୍ୟ ଖାଇପାରିବେ । ତା ହେଲେ ବନ୍ଧୁଗଣ କେଉଁ ଦୋକାନ ଆଉ ତାହା କେଉଁ ସ୍ଥାନରେ ଅଛି ଏବଂ ସେଇଠି କଣ କଣ ସବୁ ମିଳୁଛି ଆସନ୍ତୁ ଜାଣିବା । ବନ୍ଧୁଗଣ ଭୁବନେଶ୍ବର ଗଙ୍ଗ ନଗରରୁ ଓୟୁଟି ହଷ୍ଟେଲକୁ ଆସିବା ରାସ୍ତାରେ ବାମ ପାଟରେ ଏକ ଦୋକାନ ପଡିବ । 

ଯେଉଁଠି ଦୁଇଟି କମ ବର୍ଷ ବୟସର ଭାଇ ଏହି ଦୋକାନ ଚଲାଉ ଛନ୍ତି । ବନ୍ଧୁଗଣ ଏହି ଦୋକାନରେ ଦୁଇଟି ଭାଇ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଆଉ ନିଜ ପରିବାରର ପେଟ ପୋସୁଛନ୍ତି । ପାଠ ପଢା ଛାଡି ଉଭୟ ଭାଇ ବହୁତ ସଂଘର୍ଷ କରୁଛନ୍ତି । ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ବହୁତ ସ୍ଵାଦିଷ୍ଟ ରାତ୍ରି ଭୋଜନ ଖାଇବା ପାଇଁ ମିଳିଯିବ । ଏଠାରେ ଆପଣ ପରଠା, ଚିକେନ କରି, ଅଣ୍ଡା ଓ ଛୋଲେ ପୋଟଳ ତରକାରୀ ଖାଇପାରିବେ ।

ଆଉ ସବୁଠାରୁ ବଡ କଥା ହେଉଛି ଏ ସବୁ ବହୁତ କମ ଟଙ୍କାରେ ଆପଣ ମାନେ ଖାଇପାରିବେ । ତା ହେଲେ ବନ୍ଧୁଗଣ ଏହି ସ୍ଥାନକୁ ଯାଇ ନିଶ୍ଚୟ ଥରେ ଖାନ୍ତୁ ଆଉଆ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *