ବନ୍ଧୁଗଣ, ସୂଚନା ଅନୁଯାୟୀ ସଂଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କହିଛନ୍ତି ଯେ “ଆଜିକାଲିର ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ନାଁ ରେ ବହୁତ ଜଣ ଗୀତ କରିଲେ, ମୁଁ ମଧ୍ୟ ଗୋଟିଏ ଗୀତ ଗାଇଛି । ଯାହାକୁ ନାଁ ମୁଁ ସ୍ଵର ଦେଇଛି ନାଁ ମୁଁ ଲେଖିଛି । ମାତ୍ର ସେହି ଗୀତ ଗାଇବା ଦ୍ଵାରା ମୋର ବନ୍ଧୁ ତଥା ଫ୍ୟାନ୍ସ ମାନଙ୍କର ବହୁତ ମନଦୁଖଃ ହେଲା । ଆଜି ମିଡିଆ ଆଗରେ ଏହିସବୁ କଥା କହିବାର କାରଣ ହେଉଛି ଯେ କାଳେ କିଏ ଭାବୁଥିବେ ଯଦି ମୁଁ ଏହି ଜିନିଷ ତଥା ସବଜେକ୍ଟକୁ ବେସୀ ବଢାଉଛି କି ଏହି ବିଷୟର ମଜା ନେଉଅଛି, ତାହା ଆଦୌ ନୁହେଁ ।
ଅନ୍ୟମାନେ ଚର୍ଚ୍ଚା କରିବା ଆଗରୁ ଅର୍ଥାତ ପ୍ରାୟ ୫ ରୁ ୭ ଦିନ ପୂର୍ବରୁ ଆମ୍ଭେ ଏହି ଗୀତକୁ ଡିଲେଟ କରି ସାରିଛୁ । ମୋର ୟୁଟ୍ୟୁବର ବନ୍ଧୁଙ୍କୁ ଗୋଟିଏ ଫୋନ କରିବା ମାତ୍ରେ ସେ ଏହି ଗୀତକୁ ସଙ୍ଗେ ସଙ୍ଗେ ଡିଲେଟ କରିଦେଇଛନ୍ତି । ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବି” । ଏହା ପରେ ଅଭିଜିତ ଦର୍ଶକ ମାନଙ୍କୁ କହିଛନ୍ତି ଯେ ମୁଁ ଆପଣ ମାନଙ୍କ ପାଇଁ ଗୀତ ଲେଖୁଥିଲି ଏବଂ ଗାଉଥିଲି ତେବେ ଆପଣ ମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଅଭିଜିତ ମଜୁମଦାର କଥା ଦେଉଛନ୍ତି ।
ଏବଂ ଆପଣ ମାନଙ୍କ ଭଲ ପାଇଁ ହିଁ ଗୀତ କରିବି । ତେବେ ଏହିଭଳି ଭାବରେ ଅଭିଜିତ ମଜୁମଦାର ନିଜର ଫ୍ୟାନ୍ସ ତଥା ଦର୍ଶକ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ କରି ବାର୍ତ୍ତା ପଠାଇଛନ୍ତି । କିନ୍ତୁ ଏହାକୁ ନେଇ କିଛି ଫ୍ୟାନ୍ସ ମାନେ ଅଭିଜିତଙ୍କୁ ଆଗାମୀ ଗୀତ ନିମନ୍ତେ ଶୁଭ କାମନା ଜଣାଇବା ସହିତ ଆଉ କିଛି ଫ୍ୟାନ୍ସ ତାଙ୍କୁ ପ୍ରଶ୍ନ ଉଠାଇଛନ୍ତି ଯେ ଆପଣ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ।
କିନ୍ତୁ ଏଭଳି ଚରିତ୍ର ନଥିବା ଟୁଙ୍ଗୁରୁର ଗୀତ ଗାଇବା ଉଚିତ ନଥିଲା । ଯଦି ଆପଣଙ୍କ ଭଳି ସୁନାମ ଅର୍ଜନ କରିଥିବା ଗାୟକ ଏଭଳି ତୁଚ୍ଛ ଲୋକଙ୍କ ନାମରେ ଗୀତ ଗାଇବାକୁ ଲାଗିବେ ତେବେ ସମାଜ ଉପରେ ଏହାର କି ପ୍ରଭାବ ପଡିବ ବୋଲି କିଛି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।