ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଛାତ୍ର ଏକାଧିକ ଶିକ୍ଷକ ତଥାପି ଫେଲ, ଦୁଇଜଣ ଛାତ୍ର ଏକାଧିକ ଶିକ୍ଷକ ତଥାପି ଫେଲ । ସ୍କୁଲର ଦଶମ ଶ୍ରେଣୀରେ ମାତ୍ର ଜଣେ ଛାତ୍ର ଅର୍ଥାତ ଗୋଟିଏ ବର୍ଷ ତଳେ ନବମ ଶ୍ରେଣୀରେ ମଧ୍ୟ ଜଣେ ଛାତ୍ର ଥିବେ, ତେବେ କିଭଳି ଚାଲିଛି ସେହି ସ୍କୁଲ ? ଜଣେ ଛାତ୍ରରେ ହାଇସ୍କୁଲ ଚାଲିବାଟା ଯେତେ ଆଶ୍ଚର୍ଯ୍ୟର କଥା ଏହା ସେତେ ଚିନ୍ତା ଜନକ ମଧ୍ୟ । ମାଲକାନଗିରି ଜିଲ୍ଲାର ପୁରୁଡୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋଟା ପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଏହି ଦୁଇଟି ସ୍କୁଲର ଦଶମ ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଥିଲେ, ମାତ୍ର ତଥାପି ଏମାନେ ପାସ କରିପାରିଲେ ନାହିଁ ।
ତେବେ ଯେହେତୁ ଏହା ହାଇସ୍କୁଲ ଏକାଧିକ ଶିକ୍ଷକ ଥିବେ ନିଶ୍ଚିତ । ତେବେ ଆପଣ ମାନେ ଚିନ୍ତା କରି ପାରୁଥିବେ କିଭଳି ଆମ୍ଭ ଶିକ୍ଷା ବ୍ୟବସ୍ଥା ଚାଲିଛି ? ଜଣେ ଛାତ୍ରକୁ ମଧ୍ୟ ପାଠ ପଢାଇ ପାରୁନାହାଁନ୍ତି ଶିକ୍ଷକ । ସେପଟେ ଅନୁଗୁଳ ଜିଲ୍ଲାରେ ରେଙ୍ଗାଲୀ ଡ୍ୟାମ ସାଇଟ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଦୁଇଜଣ ଛାତ୍ରୀ ପାଠ ପଢୁଥିଲେ ଏବଂ ଦୁଇଜଣ ଯାକ ଫେଲ ।
ସରକାରୀ ବିଦ୍ୟାଳୟରେ ଗୋଟିଏ କ୍ଳାସରେ ଜଣେ ଲେଖାଏଁ ଛାତ୍ର ପାଠ ପଢୁଛନ୍ତି । ତେବେ କାହିଁକି ଏଭଳି ଅବସ୍ତା ଏବଂ କାହିଁକି ଏହିଭଳି ବ୍ୟବସ୍ଥା ? ଏହି ସ୍କୁଲ ଗୁଡିକରେ ରେଜଲ୍ଟ ଶୁନ ଥିବାରୁ ଏହି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ରାଜ୍ୟରେ ଆହୁରି ଅନେକ ସ୍କୁଲ ଥିବ, ଯେଉଁଠି ଜଣେ କି ଦୁଇଜଣ ଛାତ୍ର ଥିବେ । ଗଣଶିକ୍ଷା ମନ୍ତ୍ରୀ ଯେହେତୁ ନିଜେ ରେଜଲ୍ଟ ଘୋଷଣା କରୁଛନ୍ତି ସେ ଜାଣିଥିବେ ଏହି ବିଷୟରେ । ପୂର୍ବରୁ ଫର୍ମଫିଲଅପ ମଧ୍ୟ ହୋଇଅଛି ।
ଅର୍ଥାତ ବୋର୍ଡ ମଧ୍ୟ ଜାଣିଥିବ । ତେବେ ସମସ୍ତେ ଜାଣିମଧ୍ୟ ଚୁପ କାହିଁକି ? ଗୋଟିଏ ଅଥବା ଦୁଇଜଣ ଛାତ୍ରରେ ସ୍କୁଲ ଚାଲୁଅଛି କାହିଁକି ? ଯେଉଁଠାରେ ୨୦ ରୁ କମ ଛାତ୍ରଛାତ୍ରୀରେ ପ୍ରାଇମେରୀ ସ୍କୁଲ ବନ୍ଧ ହେଉଛି, ସେଠି ହାଇସ୍କୁଲରେ ଏହିଭଳି ଅବସ୍ଥା ଥାଇ କୌଣସି ପଦକ୍ଷପା କ’ଣ ପାଇଁ ଗ୍ରହଣ କରାଯାଉନାହିଁ ? ତେବେ ରାଜ୍ୟରେ ଏହିଭଳି ଶିକ୍ଷା ତଥା ଛାତ୍ର ଛାତ୍ରୀ ରହିଲେ ଆଗାମୀ ଭବିଷ୍ୟତ ଯେ କ’ଣ ହେବ ?
ତାହାର ଦୃଶ୍ୟ ଜଳ ଜଳ କରି ଆଖି ଆଗରେ ନାଚୁଛି । କେଉଁଠାରେ କେଉଁ ଶିକ୍ଷକ ଠିକସେ ବିଧୟାଳୟ କୁ ଆସୁନାହାଁନ୍ତି ତଥା ପଣିକିଆ ଆସୁନାହିଁବୋଲି ଗଣଶିକ୍ଷା ମନ୍ତ୍ରୀ ଦରମା କାଟିବା ସହିତ ତାଗିତ କରୁଛନ୍ତି । କିନ୍ତୁ ଗୋଟେ ଦୁଇ ପିଲା ପାଠପଢିମଧ୍ୟ ରେଜଲ୍ଟ ଶୁନ ହେବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ କି ପଦକ୍ଷପ ଗ୍ରହଣ କରିବେ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।