ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ତୁଳସୀ (Swetalina), ଦେଖନ୍ତୁ କିପରି ଧୁମଧାମରେ ହେଲା ନିର୍ବନ୍ଧ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଅଛନ୍ତି, ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ତୁଳସୀ (ଶ୍ଵେତଲୀନା) । ଶ୍ଵେତଲୀନାଙ୍କର ଆଜି ନିର୍ବନ୍ଧ ହୋଇସାରିଛି । ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଶ୍ଵେତଲୀନା ତାଙ୍କର ବେଷ୍ଟଫ୍ରେଣ୍ଡ ସିଭମଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ରିଲେସନସିପରେ ଅଛନ୍ତି ବୋଲି ଆଗରୁ ବହୁତସାରା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଅଛି ।

ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହୋଇଥିଲା । କିନ୍ତୁ ଶ୍ଵେତଲୀନା ନିଜେ ଏହା ସ୍ଵୀକାର କରି ନଥିଲେ । କିଛିଦିନ ତଳେ ଶ୍ଵେତଲୀନା ନିଜେ ତାଙ୍କ ନିର୍ବନ୍ଧର ଖବର ସୋସିଆଲ ମିଡିଆରେ ଦେଇଥିଲେ ଏବଂ ଆଜି ହେଉଛି ତାଙ୍କର ନିର୍ବନ୍ଧ । ଗତକାଲି ତାଙ୍କର ମେହେନ୍ଦି ଫଙ୍ଗସନ ଥିଲା ଏବଂ ଏହି ମେହେନ୍ଦି ଫଙ୍ଗସନର ଫଟୋ ଏବଂ ଭିଡିଓ ମଧ୍ୟ ଶ୍ଵେତଲୀନା ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଥିଲେ ।

ତେବେ ୨୦୧୫ ମସିହାରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ସିରିୟଲ, ତୋ ଅଗଣାର ତୁଳସୀ ମୁଁ ସିରିୟଲରେ ଶ୍ଵେତଲୀନା ତୁଳସୀ ଚରିତ୍ରରେ ଅଭିନୟ କରୁଥିଲେ । ଏହି ସିରିୟଲରେ ଶ୍ଵେତଲୀନାର ଅଭିନୟକୁ ବହୁତ ଦର୍ଶକ ପସନ୍ଦ ମଧ୍ୟ କରୁଥିଲେ । ସାରା ଓଡିଶାବସି ଶ୍ଵେତଲୀନାଙ୍କୁ ତୁଳସୀ ନାମରେ ଜାଣିଛନ୍ତି, ତେବେ ଗତକିଛି ଦିନ ହେବ ଶ୍ଵେତଲୀନା ପ୍ରେମରେ ପଡିଯାଇଛନ୍ତି । ଶ୍ଵେତଲୀନା କିଛି ଦିନ ପୂର୍ବରୁ ତାଙ୍କର ଫେସବୁକ ଏବଂ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ବୟଫ୍ରେଣ୍ଡ ସହିତ ଫଟୋ ଛାଡିଥିଲେ ।

ତୋ ଅଗଣାରେ ତୁଳସୀ ସିରିୟଲ ସାରିବା ପରେ ଶ୍ଵେତଲୀନା ଅନେକ ଗୁଡିଏ ଆଲବମ ଏବଂ ସିରିୟଲରେ ଅଭିନୟ କରି ସାରିଛନ୍ତି । ତାଙ୍କର ଅଭିନୟକୁ ଓଡିଶାବାସୀ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି । ବର୍ତ୍ତମାନ ଶ୍ଵେତଲୀନା ଓଡିଆ ସିନେମା ତଥା ଆଲବମ ଦୁନିଆରୁ ଦୂରେଇ ଅଛନ୍ତି । କାରଣ ସେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଅଛନ୍ତି ।

ଶ୍ଵେତଲୀନାଙ୍କର ଛୋଟରୁ କଳାପ୍ରତି ରୁଚି ରହିଥିଲା ତେବେ ଏହି ରୁଚି ବଡ ହେବା ସହିତ ବଢିଲା । ତେଣୁ ସେ ପାଠ ପଢିବା ସହିତ ଅଭିନୟ ଜଗତରେ ପାଦଦେଲେ । ଏବଂ ଖୁବ କମ ସମୟରେ ଦରକଙ୍କ ମନରେ ରାଜ କରିଲେ । ତାଙ୍କୁ ଅନେକ ଦର୍ଶକ ବର୍ତ୍ତମାନ ମଧ୍ୟ ପରଦାରେ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ ସେ ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆପଣଙ୍କୁ କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *