ବନ୍ଧୁଗଣ, ସୂଚନା ଅନୁଯାୟୀ କିନ୍ନର ସଂପ୍ରଦାୟର କିନ୍ନର ବନାନା ପତି କହିଛନ୍ତି ଯେ, ମୀରା ପରିଡା ଚାକିରୀ ଦେବା ନାଁ ରେ ମତେ ଆଣି ବହୁତ ଅତ୍ୟାଆଚାର କରିଛନ୍ତି । ମୀରା ବନାନା ଙ୍କୁ ତାଙ୍କର ଘର ପୋଛିବାକୁ କହିଥିଲେ, ଶାଢୀ ଆଇରନ କରି ପାରିନଥିଲେ ବୋଲି ତାଙ୍କୁ ମୀରା ପରିଡା ଛାଞ୍ଚୁଣି ମୁଠାରେ ବାଡେଇଥିଲେ । ଏବଂ ତାଙ୍କୁ ନେଇ ଧନ୍ଦାରେ ଛିଡା କରାଇଲେ । ଯେତେବେଳେ ବନାନା ପ୍ରଥମ ୬ ମାସ ମୀରାଙ୍କ ପାଖରେ ରହିଥିଲେ ପ୍ରଥମ ୬ ମାସର ଦରମା ।
ଅର୍ଥାତ ଯାହା ରୋଜଗାର କରି ଆଣନ୍ତି ସବୁ ମୀରା ନେଇ ଯାଆନ୍ତି ଏବଂ ତାଙ୍କୁ ଦିନକୁ କେବଳ ୧୦୦ ଟଙ୍କା ଦିଅନ୍ତି ଅଟୋଭଡା ନିମନ୍ତେ । ତେବେ ବହୁତ ଅନ୍ୟାୟ ସହି ସାରିବା ପରେ ମୀରା ପରିଡାଙ୍କୁ ନ୍ୟାସାନାଲ ଆୱାର୍ଡ ଦିଆଯାଇଅଛି, ସେହି ପଦବୀଙ୍କୁ ହଟାଇବା ସହିତ ଅନ୍ୟ କିନ୍ନର ଯେମିତି ସାଧାରଣ ଭାବରେ ଜୀବିକା ନିର୍ବାହ କରୁଛନ୍ତି ସେହିଭଳି ଭାବରେ ଜୀବନଯାପନ କରିବେ ।
ଏହା ସହିତ କିନ୍ନର ମାନେ କହିଛନ୍ତି ଯେ ମୀରାପରିଡା ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି ଆଉ ତାଙ୍କର ଗୋଟିଏ ପୁଅମଧ୍ୟ ଅଛି । ଏବଂ ସେ ଯେଉଁ ପୁରୁଷଙ୍କୁ ଆଣି ରଖିଛନ୍ତି ସେ ସୁନ୍ଦରପଦାର ଅଶୋକ ଚମ୍ପତ୍ତିକୁ ଆଣି ରଖିଛନ୍ତି । ସେହି ପୁରୁଷ ଜଣକ ବନାନା ଙ୍କ ସମ୍ପର୍କୀୟ ହେବ ବୋଲି ସେ ନିଜେ କହିଛନ୍ତି । ମୀରା ଚାହୁଁଛନ୍ତି ଯେ ସମସ୍ତ ପୁରୁଷ ମାନଙ୍କୁ ନିଜ ଆୟତ୍ତରେ ଆଣି ସେମାନଙ୍କ ଠାରୁ ସବୁ ପଇସା ଲୁଟିବ, ଆଉ ନିଜେ ବିଏମଡବ୍ଲୁ ଫରଚୂନ ଧରି ବୁଲିବେ ।
ଯେତେବେଳେ ନିଜ ଆକାଉଣ୍ଟ ଫୁଲ ହୋଇଗଲା ସେତେବେଳେ ସେ କହୁଛନ୍ତି ଯେ ଧନ୍ଦା ବନ୍ଦ କରିଦିଅ । ନିଜେ ଯେତେବେଳେ ଧନ୍ଦାକୁ ଆମ୍ଭ ମାନଙ୍କୁ ପଠାଇଥିଲେ, ମାତ୍ର ଏବେ ନିଜର ଆକାଉଣ୍ଟ ଫୁଲ ହୋଇଗଲା ବୋଲି ଆମ୍ଭ ମାନଙ୍କୁ ମନା କରୁଛନ୍ତି । ତେବେ ଆମ୍ଭେମାନେ ଖାଇବୁ କ’ଣ ? ଚଳିବୁ କେମିତି ?
ମୀରା ପରିଡା ନିଜେ ମାଷ୍ଟର କ୍ୟାଣ୍ଟିନକୁ ଆସିଥିଲେ । ଏହି ଜାଗାକୁ ମୀରା ପରିଡା, ସାଧନା ମିଶ୍ର, ଏବଂ ମେଘନା ସାହୁ ଏହି ତିନିଜଣ ପ୍ରଥମେ ଆସିଥିଲେ ମାଷ୍ଟର କ୍ୟାଣ୍ଟିନକୁ । ତେବେ ସେମାନେ ଆସି ଆଗରେ ଛିଡା ହେଲେ ଏହାପରେ ଆମ୍ଭ ମାନଙ୍କୁ ଆଣି ତାଙ୍କ ସାଙ୍ଗରେ ପ୍ରୋଟେକ୍ସନ ନିମନ୍ତେ ଛିଡା କରିଲେ ବୋଲି କହିଛନ୍ତି ଆନ୍ଦୋଳନ କରିଥିବା କିନ୍ନର ମାନେ । ତେବେ ବନ୍ଧୁଗଣ ସରକାର ଏହି ଘଟଣାକୁ ନେଇ କି ପଦକ୍ଷପ ନେଉଛନ୍ତି ତାହା ଦେଖିବା ବାକି ରହିଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।