ରାଜରାସ୍ତାରେ Meera Parida ଙ୍କ ବିରୁଦ୍ଧରେ ତାତିଲେ କିନ୍ନର କହିଲେ ‘ଭିତରେ ଭିତରେ ଚେର କାଟନ୍ତି ମୀରା ପରିଡା, ସେ ଆମକୁ ଶୋଷଣ କରି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେଡି ନେତ୍ରୀ ମୀରା ପରିଡାଙ୍କୁ ଜୋରଦାର ବିରୋଧ, ଦାଦାବଟି, ଠକେଇ ଓ ଶୋଷଣ ଭଳି ଅଭିଯୋଗ ଆଣିଲେ କିନ୍ନରମାନେ, ଶଖା ସଂଗଠନ ମାଧ୍ୟମରେ ଲକ୍ଷ ଲକ୍ଷ ଠକେଇ ଅଭିଯୋଗ । ଏହା ସହିତ ମିଛ ପ୍ରତିଶ୍ରୁତି ଦେଇ କିନ୍ନର ମାନଙ୍କୁ ପ୍ରତାରଣା କରିଛନ୍ତି ମୀରା ପରିଡା । ରାଜ୍ୟର ବିଭିନ୍ନ ଜିଲ୍ଲାର କିନ୍ନର ମାନେ ଏକଜୁଟ ହୋଇ ବିଜେଡ଼ି ନେତ୍ରୀ ମୀରା ପରିଡା ଏବଂ ସାଧନା ସାହୁଙ୍କ ବିରୋଧରେ ଗର୍ଜନ କରିଛନ୍ତି ।

ଶଖା ସଂଗଠନ ଜରିଆରେ ଆଇକାର୍ଡ କରି ଅନେକ କିନ୍ନରଙ୍କ ଠାରୁ ଠକିଥିବା କଥା କହିଛନ୍ତି ଆନ୍ଦୋଳନକାରୀ କିନ୍ନର । ଏହି କଥା ମଧ୍ୟ କହିଛନ୍ତି ଚାକିରି ଦେବା ବାହାନରେ ରାଜଧାନୀରେ ସେକ୍ସ ୱାର୍କର ଭାବରେ ସେମାନଙ୍କୁ କାମରେ ଲଗାଇଛନ୍ତି । କିନ୍ନର ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ମୀରା ଯେଉଁ ଆହ୍ଵାନ ଦେଇଥିଲେ ତାହା ସଂପୂର୍ଣ୍ଣ ଭାବରେ ଫେକ ।

ଏ ପର୍ଯ୍ୟନ୍ତ କେତେଜଣ କିନ୍ନର ମୁଖ୍ୟସ୍ରୋତରେ ସାମିଲ ହେଲେଣି ବୋଲି ଆନ୍ଦୋଳନତ କିନ୍ନର ପ୍ରଶ୍ନ କରିଛନ୍ତି । ସେମାନେ କହିଛନ୍ତି ଯେ ସରକାରଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି, ଭିତରେ ଭିତରେ ଚେର କାଟିବା ମୀରା ପରିଡାର ହେଉଛି ରୋଜ ଧନ୍ଦା । ସେ ଧନ୍ଦାକୁ ବନ୍ଦ କରିବା ପାଇଁ ଓଡିଶାର ଅଗଣିତ କିନ୍ନର ମାନଙ୍କର ସ୍ଵର ଉଠିଛି । ତେବେ ଆଜିର ଏହି ଲଢେଇ ଜାରି ରହିଛି ଏବଂ ରହିବ ଆଗାମୀ ଦିନ ପର୍ଯ୍ୟନ୍ତ ବୋଲି କହିଛନ୍ତି କିନ୍ନର ସଂଘ ।

ସେମାନେ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେମାନେ ନ୍ୟାୟ ପାଇନାହାଁନ୍ତି, ସେ ପର୍ଯ୍ୟନ୍ତ ଏହା ଏହିପରି ଚାଲିବ । ସାଧାରଣ କଥା ଜଗତସିଂହପୁର ଡିଷ୍ଟ୍ରିକ ଅଢେଇ ଲକ୍ଷଟଙ୍କା ଗ୍ରୁପରୁ ନିଆଯାଇଅଛି ମିରାପରିଡା ଶଖା ପ୍ରୋଜେକ୍ଟରେ, ଶୀକୃତି ପ୍ରୋଜେକ୍ଟରେ, ସେହି ପଇସା କିନ୍ନର ମାନଙ୍କ ପାଇଁ କ’ଣ କାମ ହୋଇଛି ? ଗୋଟିଏ ପୃଭ ନାହିଁ । ମୀରା ପରିଡା ଖାଇବା ନିମନ୍ତେ ପଇସା ନିଅନ୍ତି ତଥା ମ-ଦ ସେବନ କରିବା ପାଇଁ ମଧ୍ୟ ପଇସା ନିଅନ୍ତି ।

ମୀରା କେବଳ ଲୁଟି ଆସିଛନ୍ତି କିନ୍ନର ମାନଙ୍କୁ ବୋଲି କିନ୍ନର ମାନେ ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି । ମୀରା ପରିଡାଙ୍କ ଯାହା ଘର ଦ୍ଵାର, ଧନସମ୍ପତ୍ତି ରହିଅଛି ତାହା କେବଳ କିନ୍ନର ମାନଙ୍କ ପଇସା ଦ୍ଵାରା ସମ୍ଭବ ହୋଇଛି । ଅଲ ଓଡିଶା ଟ୍ରାନ୍ସଜେଣ୍ଡରର ସଭାପତି ସ୍ଵୀଟି ସାହୁ କହିଛନ୍ତି ଯେ କିନ୍ନର ମାନଙ୍କ ଠାରୁ ଦାଦାବଟି ଆଦାୟ କରିବା ସହିତ ମିଛ ପ୍ରତିଶୃତି ଦେଇ ସେମାନଙ୍କ ସହିତ ପ୍ରତାରଣ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *