ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ କୁଠାରଘାତ, ରଥଗଣ୍ଡିକୁ ବୋହିନେଲେ ମାଂସ ଦୋକାନୀ, Photo ହେଲା ଭାଇରାଲ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ କେବେ ମଧ୍ୟ ଚିନ୍ତା କରିନଥିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । କାଳିଆ ସାଆନ୍ତ କୋଟି ଓଡିଆଙ୍କ ମଉଡ ମଣି । ପ୍ରତି ଓଡିଆଙ୍କର ସେ ଆରାଧ୍ୟ ଦେବତା । ବର୍ଷକୁ ଥରେ ହୁଏ ତାଙ୍କର ରଥଯାତ୍ରା ଅଥବା ଘୋଷଯାତ୍ରା । ରଥରେ ବସି ଗୁଣ୍ଡିଚା ଗଡି ଆସନ୍ତି ଚତୁର୍ଥା ମୁରତି । ପାଖାପାଖି ୬ ମାସରୁ ଅଧିକ ସମୟ ଲାଗିଥାଏ ରଥ ନିର୍ମାଣ ।

ବସନ୍ତ ପଞ୍ଚମୀରେ ଆରମ୍ଭ ହୋଇଥାଏ ରଥକାଠ ଅନୁକୂଳ । ପୂଜାପାଠ ପରେ ହୋଇଥାଏ କାଠ ଚିରା । ମାତ୍ର ଏହି ରଥକାଠ ବର୍ତ୍ତମାନ ଅଲୋଡା । ରଥ ନିର୍ମାଣ ପରେ ବଳକା କାଠ ଗଣ୍ଡିର ସବୁ କରାଯାଉଅଛି ଅପବ୍ୟବହାର । ଏହାକୁ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ କୁଠାରଘାତ । ରଥଗଣ୍ଡିକୁ ବୋହିନେଲେ ମାଂସ ଦୋକାନୀ । କାରଣ ଗୋଳେଇ କାଠଗଣ୍ଡି ଉପରେ କଟାଯିବ ମାଂସ ।

ତେବେ ଏହିଭଳି ଅଭାବନୀୟ ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଛି । ଏଥିରେ ଦୁଇଜଣ ବ୍ୟକ୍ତି ନିଜ ବାଇକରେ ରଥ ଖୋଳାରୁ କାଠ ବୋହି ନେଇଯାଉଥିବାର ଦୃଶ୍ୟ ବର୍ତ୍ତମାନ ସବୁଠାରେ ଚର୍ଚ୍ଚା ହେଉଛି । ଏହି ଘଟଣାଟି ବର୍ତ୍ତମାନ ସାମ୍ନାକୁ ଆସିବାପରେ ବିଭିନ୍ନ ମାହୋଲରେ ବର୍ତ୍ତମାନ ତେଜିଛି କ୍ଷ୍ୟୁବ ।

ଦଶପଲାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ମତରେ ମହାରାଜ ମୁକୁନ୍ଦ ଦେବଙ୍କ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଆମ୍ଭେ ରଥନିର୍ମାଣ ପାଇଁ କାଠ ଯୋଗାଇ ଆସୁଛୁ । ନିଜ ସ୍ଵାର୍ଥକୁ ବଳିଦେଇ ଜଙ୍ଗଲ ସଫାକରି ଦଶପଲା ବାସୀ କାଠ ଯୋଗାଉଛନ୍ତି । ତେବେ ଏହି ଘଟଣା ଅତ୍ୟନ୍ତ ଦୁଖଃଦାୟକ ବୋଲି ସେ କହିଛନ୍ତି ।

ଭକ୍ତ ଏବଂ ଭଗବାନ ପରସ୍ପରର ଅଙ୍ଗାଙ୍ଗୀ ସହିତ ଜଡିତ । ବିଶେଷ କରି କାଳିଆ ସାଆନ୍ତଙ୍କ ପ୍ରତି ଭକ୍ତଙ୍କର ରହିଛି ଅତୁଟ ଆସ୍ଥା ଏବଂ ବିଶ୍ଵାସ । କିନ୍ତୁ ବର୍ତ୍ତମାନ ଏହି ଘଟଣା ଏବେ ଭକ୍ତଙ୍କ ଭାବନା ସହିତ ଖେଳ ଖେଳିବା ସହିତ ସମାନ । ତେବେ ଏଥିପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *