ଟୁଙ୍ଗୁରୁ କଣ୍ଠଶିଳ୍ପୀକୁ ମୁଣ୍ଡିଆ ! ଆଜି ଓଡିଆ ସଂଗୀତ କଣ ହେଇଗଲା ଏତେ ଶସ୍ତା…ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ସାରା ଓଡିଶାରେ ଟୁଙ୍ଗୁରୁ-ବର୍ଷା ପ୍ରେମକାହାଣୀ ଚର୍ଚା ହେବାରେ ଲାଗିଛି । ତେବେ କିଛି ଦିନ ତଳେ ଚର୍ଚା ହେଉଥିବା ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ଏଭଳି ଭାବରେ ଚର୍ଚ୍ଚିତ ହେବାରେ ଲାଗିଛି ଯେ ଜଣେ ସେଲିବ୍ରେଟି ମଧ୍ୟ ଏଭଳି ଭାବରେ ଚର୍ଚା ହୋଇନଥିବ । ତେବେ ଏହାକୁ ନେଇ କିଛି ମହାନ ଗୀତିକାର ତଥା କଣ୍ଠଶିଳ୍ପୀ ମଧ୍ୟ ଗୀତ ଲେଖି ତାହାକୁ ପରଦାରେ ଗୋଟିଏ ପରେ ଗୋଟିଏ ବାହାର କରିବାରେ ବ୍ୟସ୍ତ ।

ତେବେ ସତେ ଯେମିତି ଅନ୍ୟ କିଛି କାମ ନାହିଁ ! ତେବେ ଏହି ବିଷୟ ନେଇ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ବିସ୍ତାର ଭାବରେ ଜାଣିନେବା । ଟୁଙ୍ଗୁରୁ-ବର୍ଷା ଙ୍କୁ ନେଇ ଯିଏ ଗୀତ ଲେଖୁଛନ୍ତି ସେହି ଗୀତିକାର ଙ୍କୁ ନମସ୍କାର ମ୍ୟୁଜିକ ଦେଉଛନ୍ତି ସେହି ନିର୍ଦ୍ଧେଶକଙ୍କୁ ଜୁହାର । ଏବଂ ଯିଏ ଟୁଙ୍ଗୁରୁ ଗୀତରେ ଅଭିନୟ କରୁଛନ୍ତି ତାଙ୍କୁ ମୁଣ୍ଡିଆ । ଆଜି ଯଦି ଅକ୍ଷୟ ମହାନ୍ତିଙ୍କ ଭଳି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଧେଶକ ବଞ୍ଚିଥାନ୍ତି, ତେବେ ଓଡିଆ ସଙ୍ଗୀତର ଏହି ଦହନୀୟ ଅବସ୍ଥା ଦେଖି ହୁଏତ କାନ୍ଦିଥାନ୍ତେ ।

ଗୀତ ରଚନା ଏବଂ ସଙ୍ଗୀତ ସଞ୍ଜୋଜନାରେ ସରସ୍ଵତୀଙ୍କ ବାସ ଥାଏ ବୋଲି ସାଧାରଣରେ ଯୁଗ ଯୁଗରୁ ଧାରଣା ରହିଅଛି । ମାତ୍ର କିଛି ହାତଗଣତି ସଂଗୀତକାର ଏବଂ କିଛି କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ଟୁଙ୍ଗୁରୁ ଭଳି ଚରିତ୍ରର ସାଧନରେ ଲାଗି ପଡିଛନ୍ତି । ଗଣମାଧ୍ୟମ ଅଥବା ମା-ସମି-ଡି-ଆର ପରିଧି ଭିତରେ କେବଳ ସାମ୍ବାଦିକତା ଅଛି ବୋଲି ଯେଉଁମାନେ ଧରିନେଇଛନ୍ତି ହୁଏତ ସେମାନେ ଜାଣି ରଖିବା ଆବଶ୍ୟକ ଯେ ଗୀତ, ସଂଗୀତ, ଯାତ୍ରା, ସିନେମା, ସେ ସବୁ ମା-ସମି-ଡି-ଆ ଭିତରେ ଆସୁଛି ।

ଟୁଙ୍ଗୁରୁ ସାମ୍ବାଦିକ ଭଳି ଏବେ ଟୁଙ୍ଗୁରୁ ସଂଗୀତ ନିର୍ଦେଶକ, ଟୁଙ୍ଗୁରୁ କଣ୍ଠଶିଳ୍ପୀ ଏବଂ ଟୁଙ୍ଗୁରୁ ଅଭିନେତା ଙ୍କ ଭିତରେ ବର୍ତ୍ତମାନ ପ୍ରତିଯୋଗୀତା ଚାଲିଅଛି । ଏହା ମଧ୍ୟରେ ଡର୍ଜନରୁ ଅଧିକ ଗୀତ ଟୁଙ୍ଗୁରୁକୁ ନେଇ ପ୍ରସ୍ତୁତ କରି ସାରିଲେଣି ଅନ୍ୟ କଳାକାର ମାନେ । ଟୁଙ୍ଗୁରୁ ଚାଲିଛି ଗୀତଟେ କରିଦିଅ । ବର୍ତ୍ତମାନ ସେହି ଧାରାରେ ମାତିଛନ୍ତି ସମସ୍ତେ । ଆଜିକୁ ୨୦ ରୁ ୩୦ ବର୍ଷ ତଳେ ତିଆରି ହୋଇଥିବା ଓଡିଆ ଗୀତ ଆଜି ମଧ୍ୟ ଜନମାନସରେ ଗୁଞ୍ଜରିତ ହେଉଛି ।

କାରଣ ସେହିସବୁ ଗୀତରେ ଭାବ ଯେମିତି ଥିଲା ଭାବନା ମଧ୍ୟ ସେମିତି ଥିଲା । ଗୀତିକାର, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଧେଶକ ଗୀତଟିଏ ପାଇଁ କେତେ ପରିଶ୍ରମ କରୁଥିଲେ ? ମାତ୍ର ଆପଣ ମାନେ ଥରେ ଚିନ୍ତା କରନ୍ତୁ ଯେ ଟୁଙ୍ଗୁରୁକୁ ନେଇ ଗୀତର ଆବଧି କେତେ ଦିନ ? ଏହି ପ୍ରସଙ୍ଗ ହଟିଯିବା ପରେ ଏହି ଗୀତ କୁ ଶୁଣିବ କିଏ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *