ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ପଦ ନିମନ୍ତେ ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଙ୍କ ନାମ ବର୍ତ୍ତମାନ ଘୋଷଣା ହୋଇଛି । ତେବେ ଏହାକୁ ନେଇ ଦ୍ରୌପଦୀ ଙ୍କ ଝିଅ ଇତିଶ୍ରୀ ସମେତ ତାଙ୍କ ଡ୍ରାଇଭର ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଜାଣିନେବା ସେ ନେଇ ସଂପୂର୍ଣ୍ଣ ବିବରଣୀ । ଦ୍ରୌପଦୀ ମୁର୍ମୁ ଙ୍କ ଡ୍ରାଇଭର କହିଛନ୍ତି ଯେ ଆମ୍ଭେ ମନେ ବହୁତ ଖୁସି ଅଛୁ । ମାତ୍ର ମାଡାମ ଚାହୁଁଥିଲେ ଯେ ଅନ୍ୟ ମାନଙ୍କ ସହିତ ମିଶିବେ ତାଙ୍କ ଦୁଃଖ ସୁଖ ସମ୍ବନ୍ଧରେ ଜାଣିବେ ।
ତାଙ୍କ ନିମନ୍ତେ କିଛି ମହତ କାର୍ଯ୍ୟ କରିବେ । ମାତ୍ର କିଛି ପ୍ରୋଟୋକଲ ଥିବା କାରଣରୁ ସେ କାହା ସହିତ ବିଶେଷ ମିଶି ପାରୁ ନାହାନ୍ତି । ଡ୍ରାଇଭର ଏହା ମଧ୍ୟ କହିଛନ୍ତି ଯେ ମାଡାମ ଙ୍କ ମନରେ ଟିକିଏ ମାତ୍ର ଗର୍ବ ନାହିଁ । ରାୟରଙ୍ଗପୁର ରେ ଦ୍ରୌପଦୀ ମୁର୍ମୁ ବହୁତ ସୁନାମ ଅର୍ଜନ କରିଛନ୍ତି । ଲୋକେ ବହୁତ ମାନ୍ୟତା ତଥା ଭଲ ପାଇବା ମଧ୍ୟ ଦେଇଛନ୍ତି ।
ରାଷ୍ଟ୍ରପତି ପଦ ନିମନ୍ତେ ଦ୍ରୌପଦୀ ମୁର୍ମୁ ଙ୍କ ନାମ ଘୋଷଣା ହେବା ପରେ ତାଙ୍କ ଘର ପାଖକୁ ତାଙ୍କ ପ୍ରଶଂସକ ତଥା ତାଙ୍କୁ ସନ୍ନମାନ ଦେଇ ଭଲ ପାଉଥିବା ସାଧାରଣ ଜନତା ଖୁସିରେ କାନ୍ଦି କାନ୍ଦି ଯାଇ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ । ମାତ୍ର ସେ ବର୍ତ୍ତମାନ ସମସ୍ତଙ୍କୁ ସମୟ ଦେଇ ପାରୁ ନାହାଁନ୍ତି । ତାଙ୍କ ଡ୍ରାଇଭର କହିଛନ୍ତି ଯେ ଏଭଳି ମଣିଷ ବହୁତ କମ ଥାନ୍ତି । ସେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ତାହାକୁ ନେଇ ଆମ୍ଭେ ବହୁତ ଖୁସି ଅଛୁ ।
ଦିଲ୍ଲୀ ଗଲେ ମାଡାମ ଆମ୍ଭେ ମନେ ବହୁତ ମନେ ପକାଇବୁ । ମଡାମ ଙ୍କ ଗାଡି ମଧ୍ୟ ଚଳାଇବାର ସୁଯୋଗ ଆଉ ମିଳିବ ନାହିଁ । ଯଦି ସୁବିଧା ହୁଏ ଦିଲ୍ଲୀ ଯିବାକୁ ତେବେ ନିଶ୍ଚିତ ମାଡାମ ସେବା କରିବାକୁ ଯିବୁ । ଅପର ପାର୍ଶ୍ଵ ରେ ଝିଅ ଇତିଶ୍ରୀ କହିଛନ୍ତି ଯେ ଆଜି ମୋ ମା’ ଯେଉଁ ପଦ ର ଅଧିକାରୀ ହୋଇଛନ୍ତି ତାହା କେବଳ ମା’ ଙ୍କର କଠିନ ପରିଶ୍ରମ ର ଫଳ ।
ତାଙ୍କ ର କେହି ସହଯୋଗୀ ନାହାନ୍ତି ସେ ନିଜେ ନିଜ ପରିଶ୍ରମ ଦ୍ଵାରା ଏହି ସ୍ଥାନରେ ଆସି ପହଞ୍ଚି ପାରିଛନ୍ତି । ମୁଁ ମୋ ମା’ ଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।