ଭଉଣୀକୁ କଲା ବ୍ଲାକମେଲ, ଆଉ ତା’ପରେ ଭାଇ କରିଦେଲା ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ଗାଧୋଇବା ବେଳେ ଯୁବତୀଙ୍କର ଭିଡିଓ ବନେଇଲା ଆଉ ଭାଇରାଲ କରିବାର ଧମକ ଦେଲା । ହେଲେ ଏମିତି ଧମକ ପଡିଲା ମହଙ୍ଗା ଯୁବତୀଙ୍କ ଭାଇ ଯୁବତୀଙ୍କ ଭାଇ ନେଇଗଲେ ଅଭିଯୁକ୍ତର ଜୀବନ । ଉତ୍ତର ପ୍ରଦେଶ କାନପୁରରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗାଧୋଇବା ବେଳେ ଯୁବତୀର ଭିଡିଓ ବନେଇବା ଏତେ ମହଙ୍ଗା ପଡିଲା ଯେ ଶେଷରେ ତାକୁ ନିଜ ଜୀବନ ଦେଇ ଏହାକାଉ ପୂରଣ କରିବାକୁ ପଡିଲା ।

ଭଉଣୀର ଏଭଳି ଭିଡିଓ ଦେଖି ରାଗ ଜର୍ଜରିତ ହୋଇଯାଇଥିଲା ଭାଇ ଆଉ  ନେଇଯାଇଥିଲା ଅଭିଯୁକ୍ତର ଜୀବନ । କାରଣ ଅଭିଯୁକ୍ତ ଜଣକ ଭିଡିଓ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ପଇସା ମାଗୁ ଥିଲା । ଭିଡିଓ ଡିଲେଟ କରିବ କହି ଡିଲେଟ କରୁ ନଥିଲା । ଏବେ ହତ୍ୟାରେ ସାମିଲ ଦୁଇ ଅଭିଯୁକ୍ତ ମଧ୍ୟ ପୋଲିସ ଗିରଫ କରିଛି । ମିଡିଆ ରିପୋର୍ଟସ ଅନୁସାରେ କାନପୁରର ଚବେପୁର ଅଞ୍ଚଳରେ ଏକ ଶବ ମିଳି ଥିଲା । 

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କଲା ପରେ ମୃତକ ଜଣକ ମହାରାଜ ପୁର ର ବୋଲି ଜଣା ପଡିଥିଲା । ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଚବେପୁରରେ ରହୁଥିବା ହର୍ଷିତ ସହିତ ମଧ୍ୟ ମୃତକକୁ ଦେଖା ଯାଇଥିଲା । ପୋଲିସ ଯେତେବେଳେ ହର୍ଷିତକୁ ଘଟଣା ସମ୍ପର୍କରେ ପଚାରି ଥିଲା ସେତେବେଳେ ହର୍ଷିତ ସବୁ କିଛି ଓଗାଳି ଦେଇଥିଲା । ହର୍ଷିତର କହିବା ମୁତାବକ କିଛି ଦିନ ପୂର୍ବରୁ ହର୍ଷିତ ଜନ୍ମଦିନ ଥିଲା ଆଉ ତାରା ଚାନ୍ଦ ହର୍ଷିତର ପିଉସୀଙ୍କ ପୁଅ ଥିଲା ।

ଏଥିପାଇଁ ତାକୁ ମଧ୍ୟ ହର୍ଷିତ ଜନ୍ମଦିନରେ ଡାକି ଥିଲା । ଆଉ ତାରା ଚାନ୍ଦ ହର୍ଷିତର ଭଉଣୀ ଗାଧାଉ ଥିବା ସମୟରେ ତାର ଭିଡିଓ କରିଥିଲା । ଆଉ ସେ ଭିଡିଓ ଡିଲେଟ କରିବା ପାଇଁ ହର୍ଷିତକୁ ମଦ ପାଇଁ ପଇସା ମାଗିବା ଆରମ୍ଭ କରିଲା । ହେଲେ ଭଉଣୀର ଏପରି ଭିଡିଓ ଦେଖିବା ପରେ କେଉଁ ଭାଇର ବା ଦେହ ସହିବ । ସେଥିପାଇଁ ହର୍ଷିତ ପ୍ରଥମେ 200 ଟଙ୍କା ଦେଇ ଏକ କୁରାଢି କିଣିଲା ।

ପରେ ଅଭିଯୁକ୍ତକୁ ଢେର ମଅଦ ମଧ୍ୟ ପିଆଇଲା । ତାକୁ ମନ୍ଦିର ବୁଲେଇ ନେବା ବାହାନାରେ ପୂର୍ବ ଯୋଜନା ମୁତାବକ ସାଙ୍ଗ ମାନଙ୍କ ସହ ମିଶି ତାର ଜୀବନ ନେଇଗଲା । ଏବେ ପୋଲିସ ଏହି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଏମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *