ବାରବାଟୀରେ ବୋତଲ୍ ମାଡ଼ ! ସେଦିନ ବାରବାଟିରେ ଏମିତି ହୋଇଥିଲା କଣ ? କାହିଁକି ଉତକ୍ଷିପ୍ତ ହୋଇ ବୋତଲ ମାଡ କରିଥିଲେ ଦର୍ଶକ…

ବାରିବାଟି ମଥାରୁ ଲିଭିନି ବୋତଲ ମାଡ଼ର ଦାଗ । ବାରବାଟୀରେ ମ୍ୟାଚ ଆସିଲେ ମନେ ପଡେ ବୋତଲ ମାଡ଼ କଥା । ସେଦିନ ହୋଇଥିଲା କଣ କାହିଁକି ଉତକ୍ଷିପ୍ତ ହୋଇଥିଲେ ଦର୍ଶକ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସବୁଦିନ ଭଳି ସେ ଦିନ ମଧ୍ୟ ଉତ୍ସାହିତ ଥିଲେ ଦର୍ଶକ ।

ଟସ୍ ପଡ଼ିଲା, ଆଉ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଟିମ୍ ଇଣ୍ଡିଆ । ହେଲେ, ସୂତାଖିଅ ଭଳି ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ପଡ଼ି ଚାଲିଲା । କେତେ ଆଶା ନେଇ ବାରବାଟୀ ଷ୍ଟାଡିୟମକୁ ଆସିଥିଲେ ଦର୍ଶକ । ହେଲେ ଦକ୍ଷିଣ ଆଫ୍ରିକାର ବୋଲିଙ୍ଗ ଆଗରେ କୌଣସି ଖେଳାଳି ଅଧିକ ସମୟ ପର୍ଯ୍ୟନ୍ତ ତ୍ରିଷ୍ଟି ପାରି ନଥିଲେ ।

ରୋହିତ ଶର୍ମା ଆଉ ସୁରେଶ ରାଇନା ମିଶି 22 ରନ୍ କରିବାକୁ ସମର୍ଥ ହେଇଥିଲେ । ମାତ୍ର 92 ରନରେ ଭୁଷୁଡ଼ି ପଡ଼ିଥିଲା ଭାରତୀୟ ଦଳ । ଏହା ପରେ ବି ଧର୍ଯ୍ୟର ସହ ମ୍ୟାଚ୍ ଦେଖୁଥିଲେ ଦର୍ଶକ । ହେଲେ ଯେତେବେଳେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତିଗଲା ଭାରତୀୟ ଦର୍ଶକ ଆଉ ନିଜ ଭାବପ୍ରବଣତାକୁ ସମ୍ଭାଳିପାରିଲେ ନାହିଁ । ଉତକ୍ଷିପ୍ତ ଦର୍ଶକ ଷ୍ଟାଡିୟମ ଭିତରକୁ ପାଣି ବୋତଲ ଫିଙ୍ଗିବାରେ ଲାଗିଥିଲେ ।

ସେତେବେଳେ ଏହି ଘଟଣା ସାରା କ୍ରିକେଟ ଜଗତରେ ବାରବାଟୀକୁ ବଦନାମ କରିଦେଇଥିଲା । ଏଥିପାଇଁ ଓସିଏକୁ ବି ଉତ୍ତର ରଖିବାକୁ ପଡିଥିଲା । ବାରବାଟୀ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଟି20 ଇଣ୍ଟରନାସନାଲ ମ୍ୟାଚ ଏଭଳି ବିବାଦୀୟ ଭାବେ ଆରମ୍ଭ ହୋଇଥିଲା । ବାରବାଟୀରେ ଯେତେବେଳେ ବି ମ୍ୟାଚ ହୁଏ ନ ଚାହିଁଲେ ବି ଏ ଘଟଣା ମନକୁ ଆସିଯାଏ । 2015 ମସିହାର ଘଟଣା 7 ବର୍ଷ ପରେ ତାଜା ହେଇ ସମସ୍ତଙ୍କ ମନରେ ରହିଛି ।

ଅବଶ୍ୟ ବର୍ତ୍ତମାନ ସମୟରେ ଏଭଳି ସ୍ଥିତି ନାହିଁ । ଶୃଙ୍ଖଳିତ ମ୍ୟାଚ ଆୟୋଜନ ନେଇ ଓସିଏ ବହୁତ ସୁନ୍ଦର ପଦକ୍ଷେପ ସବୁ ନେଇଛି । ତେବେ ବନ୍ଧୁଗଣ ଆସନ୍ତା କାଲି ଭାରତ ଓ ଦକ୍ଷିଣ ଆଫ୍ରିକାର ଟି20 ମ୍ଯାଚ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି । ଏନେଇ ଏବେ ସମସ୍ତ ପ୍ରସ୍ତୁତି ଜାରି ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *