ତମ୍ବାଖୁ ସେବନକୁ ନେଇ ସମାଜକୁ କଣ ବାର୍ତ୍ତା ଦେଲେ Mr Gulua କହିଲେ ମୋର ଲିଭର ପ୍ରୋବ୍ଲେମ ଅଛି ମୁଁ ଆଉ ମାତ୍ର… ’ ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ଫେଣ୍ଡ୍ସ ମାଦକ ଦ୍ରବ୍ୟ ଏପରି ଏକ ଜିନିଷ ଯାହା ଆମ ଜୀବନକୁ ବର୍ବାଦ କରିଦିଏ । ଥରେ ଯଦି ଅଭ୍ଯାସରେ ପଡିଯାଏ ଛାଡିବା କଷ୍ଟକର ହୋଇ ପଡେ । ଏହା କେବେ ବି କୌଣସି ଜୀବନରେ ସୁଖ ଦିଏ ନାହିଁ । ଏହା କେବଳ ଘର ସଂସାର ବର୍ବାଦ କରିଦିଏ । କେତେ ପିଲାଙ୍କୁ ଅନାଥ କରିଦିଏ । କାହା ମଥାରୁ ସିନ୍ଦୁର ଲିଭେୟ ଦିଏ । ସେଥିରୁ ଦୂରେଇ ରହିବା ପାଇଁ ଅଧିକାଂଶ ଲୋକ ଆପ୍ରାଣ ଉଦ୍ୟମ କରି ମଧ୍ୟ ମାତ୍ର ସଫଳ ହୋଇପାରି ନ ଥାନ୍ତି । ତେବେ ଏଥିରୁ ଦୂରେଇ ରହିବା ପାଇଁ ଅନେକ ବିକଳ୍ପ ରହିଛି ।

ଯେତେବେଳେ ମିଷ୍ଟର ଗୁଲୁଆଙ୍କୁ ମାଦକ ଦ୍ରବ୍ଯ ସେବନ ଉପରେ ପଚରା ଯାଇଥିଲା ତେବେ ସେ କହିଲେ ମାଦକ ଦ୍ରବ୍ଯ ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ସମସ୍ତେ ଏଥିରୁ ଦୂରେଇ ରହିବା ଉଚିତ । ନହେଲେ ଭୟଙ୍କର ପରିଣାମ ହେଇପାରେ । ମୁଁ ନିଜେ ମଧ୍ୟ ଲିଭର ରୋଗରେ ପୀଡିତ ଅଛି ।

ତେଣୁ ଯଥା ସମ୍ଭବ ଆପଣ ମାନେ ଏଥିରୁ ଦୂରେଇ ରୁହନ୍ତୁ । ନହେଲେ ପରିସ୍ଥିତି ଖରାପ ହୋଇପାରେ । ଏହାକୁ ସେ ବହୁତ ସୁନ୍ଦର ଭାବେ ମଜାଳିଆ ଢଙ୍ଗରେ କହିଥିଲେ । ତେବେ ମିଷ୍ଟର ଗୁଲୁଆ ଙ୍କୁ ତ ଆପଣ ମାନେ ଭଲ ଭାବେ ନିଶ୍ଚିତ ଜାଣିଥିବେ । ତାଙ୍କ ଅସଲ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ । ୟୁଟୁବ ରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ । ତେବେ ସେ ରାଜଧାନୀ ରେ ଇଞ୍ଜିନିଅରିଂ ପଢିବା ସମୟରେ ଆଲବମ ଆଡକୁ ଆକର୍ଷିତ ହେଇଥିଲେ ଗୁଲୁଆ ।

ପରେ ୨୦୧୬ ରେ ମୁଁ ଗାନ୍ଧୀ ନୁହେଁ ନାମକ ଏକ ଚଳଚିତ୍ର ରେ ଖଳନାୟକ ଅଭିନୟ କରିଥିଲେ ହେଁ ଲୋକଙ୍କ ନଜର କୁ ଆସି ପାରିନଥିଲେ । ଜଣେ ବନ୍ଧୁ ଙ୍କ ପରାମର୍ଶ କ୍ରମେ ୟୁଟ୍ୟୁବ ରେ ନିଜର ଭିଡିଓ ଅପ୍ଲୋଡ କରିଥିଲେ ଯାହା ଭାଇରଲ ହେଇଯାଇଥିଲା ଏବଂ ରାତାରାତି ଗୁଲୁଆ ନାମରେ ପରିଚିତ ହେଇଯାଇଥିଲେ ଆଶିଷ ।

ପରେ ଇ ନିଉଜ ନାମକ ୟୁଟୁବ ରେ ତାଙ୍କ ଅଭିନୀତ କମେଡି ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିଲା ।  ନିକଟରେ ଟ୍ରାଫିକ ନିୟମ କୁ ନେଇକି ଏକ ଭିଡିଓ କରିଥିଲେ ଯେଉଁଥିରେ କି ଜଣେ କିନ୍ନର ବେଶରେ ତାଙ୍କୁ ଦେଖିବାକୁ ମିଳିଥିଲା । ଟ୍ରାଫିକ ପୋଲିସ ତାଙ୍କୁ ପଚାରୁଛନ୍ତି ଲାଇସେନ୍ସ ଆଣିଛ ? ଗୁଲୁଆ :ଗୋଟେ ଖୁସି ଆଉ ,ପ୍ଲୁସନ :ଗୁଲୁଆ :ଗୋଟେ ଖୁସି ଆଉ,ହେଲମେଟ ?

ଗୁଲୁଆ :ଗୋଟେ ଖୁସି ଆଉ ..ଏହିଭଳି ଭାବରେ ତାଙ୍କର ଏହି ଗୋଟେ ଖୁସି ଆଉ ଡାଇଲଗ ଏମିତି ଲୋକଙ୍କ ହୃଦୟ କୁ ଛୁଇଁଯାଇଛି ଯେ ଏବେ ସବୁଆଡେ ଚର୍ଚା ହେଉଛି ‘ଗୋଟେ ଖୁସି ଆଉ । ତେବେ ଆପଣ ମାନଙ୍କୁ ଏହି ପୋସ୍ଟ ଟି କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *