ପାଣି ଭିତରେ କେମିତି ବନାଯାଏ Bridge ? ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ନିଶ୍ଚୟ ଜାଣିଥିବେ ପାଣି ଉପରେ ହୋଇଥିବା ବ୍ରିଜ ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । କାରଣ ଯଦି ପାଣି ଉପରେ ବ୍ରିଜ ହୋଇପାରି ନଥାନ୍ତା ତା ହେଲେ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି ପାଣି ଉପରେ ଥିବା ବ୍ରିଜର ବ୍ୟବହାରରେ ଆମେ ଆମ ସମୟ ଓ ଇନ୍ଧନକୁ ବଞ୍ଚାଇ ଥାଉ । ବନ୍ଧୁଗଣ କୌଣସି ବ୍ରିଜର ନିର୍ମାଣ ସେହି ଜାଗାକୁ ଆଧାର କରି କରାଯାଇଥାଏ ।

ଗୋଟିଏ ପ୍ରକାରର ବ୍ରିଜ ସବୁ ଜାଗାରେ ବନେଇବା ସମ୍ଭବ ନୁହେଁ । ବ୍ରିଜକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଲା ବିମ ବ୍ରିଜ, ସସ୍ପେନସନ ବ୍ରିଜ ଓ ଆର୍କ ବ୍ରିଜ । ବନ୍ଧୁଗଣ ପାଣି ଭିତରେ ବ୍ରିଜ ବନେଇବା ଏକ ବଡ ଚ୍ୟାଲେଞ୍ଜ ଅଟେ ଆଉ ପାଣି ଯେତେ ଗଭୀର ଥିବ ସେତେ ବଡ ଚ୍ୟାଲେଞ୍ଜ ରହିବ । ତେଣୁ ବ୍ରିଜ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ପିଲର୍ସ । ପିଲର୍ସ ହିଁ ବ୍ରିଜକୁ ମଝବୁତ କରାଇଥାଏ ।

ପାଣି ଭିତରେ ବ୍ରିଜ ବନେଇବା ପୂର୍ବରୁ ଇଞ୍ଜିନିୟର ମାନେ ସର୍ବ ପ୍ରଥମେ ଏକ ଷ୍ଟ୍ରକଚର ବନେଇଥାନ୍ତି । ଷ୍ଟ୍ରକଚର ବନେଇବା ସମୟରେ ପାଣିର ଗଭୀରତା, ପାଣିର ଜଳ ସ୍ରୋତ ଗତି, ପାଣି ତଳେ ଥିବା ମାଟି, ବ୍ରିଜର ଓଜନ, ବ୍ରିଜରେ ଚାଲିବାକୁ ଥିବା ଯାନବାହନର ଓଜନ ଆଦି ସବୁ କଥାର ହିସାବ ରଖାଯାଇଥାଏ । ବ୍ରିଜ ବନେଇବା ପୂର୍ବରୁ ପ୍ରଥମେ କପରଡେମ ବନା ଯାଇଥାଏ ।

ବ୍ରିଜର ପିଲର୍ସ ଆଧାରରେ କପରଡେମର ଷ୍ଟ୍ରକଚର ନିର୍ଣ୍ଣୟ କରାଯାଇଥାଏ । ଏହି କପରଡେମକୁ ପ୍ରଥମେ ପାଣି ଭିତରେ ରଖାଯାଇଥାଏ ଆଉ ମୋଟର ଓ ପମ୍ପ ଦ୍ଵାରା କପରଡେମ ଭିତରେ ଥିବା ପାଣିକୁ କଢା ଯାଇଥାଏ । ବନ୍ଧୁଗଣ ଏହା ଫଳରେ ପାଣି ଭିତରେ ଥିବା କପରଡେମ ଭିତରେ ଏକ ଶୁଖିଲା ଖାଲି ଜାଗା ହୋଇଯାଏ । ଏହି ଶୁଖିଲା ଜାଗାରେ ପିଲର୍ସ ବନା ଯାଇଥାଏ । ଅନେକ ୱାର୍କର ମିଶି ଏଠାରେ ପିଲର୍ସ ବନେଇ ଥାନ୍ତି ।

ବନ୍ଧୁଗଣ ପିଲର୍ସ ବନେଇବା ସହ ତା ଉପରେ ରୋଡ ବି ବନା ଯାଇଥାଏ । ଦୁଇଟି ପିଲର୍ସ ବନେଇବା ପରେ କିଛି ବଡ ମେସିନ ଦ୍ଵାରା ସେହି ଦୁଇଟି ପିଲରକୁ ଯୋଡା ଯାଇଥାଏ । ବ୍ରିଜର ଅଧା କାମ ବାହାରେ କାରଖାନାରେ କରାଯାଇଥାଏ ଆଉ ଅଧା କାମ ପାଣି ଭିତରେ । ଏହି କାମ ପାଇଁ ବହୁତ ସମୟ ଆଉ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଅନେକ ଥର ଭାସୁଥିବା ବ୍ରିଜର ନିର୍ମାଣ ମଧ୍ୟ କରାଯାଇଥାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *