ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପୁଅ ପାଇଁ ବାଟ ଛାଡି ଦେବେ କି ସୁର ଭାଇ । 2024ରେ ଜଟଣୀ ଆସନରୁ ଲଢିବେ କି ବଡ ପୁଅ ? ପ୍ରତକ୍ଷ ରାଜନୀତିରେ ଓହରିଯିବେ କି ଜଟଣୀ ବିଧାୟକ ? ଓଡିଶା କଂଗ୍ରେସର ସଂକଳ୍ପ ଶିବିରରୁ ଆସିଥିବା ଏକ ଚିତ୍ର ହିଁ କିଛି ଅଲଗା ବୟାନ କରୁଛି ।
ପୁଅ ପାଇଁ ବାପା କଂଗ୍ରେସ ଶିବିରରେ ପଥ ପରିଷ୍କାର କରୁଥିବାର ଦେଖାଦେଇଛି । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ମଞ୍ଚ ଉପରେ ଭାଷଣ ଦେଉଥିଲେ ଅଚାନକ ସେହି ସମୟରେ ଆସିଥିଲେ ସୁର ରାଉତରାୟ । ସୁର ପିସିସି ସଭାପତିଙ୍କୁ କହିଲେ ପୁଅ ଆସିଗଲା ହେଲେ ମାଇକ ଲାଗିଥିବାରୁ ସୁରଙ୍କ କଥା ସ୍ପର୍ଷ୍ଟ ଶୁଣିବାକୁ ମିଳିଥିଲା । ପିସିସି ସଭାପତି ମଧ୍ୟ ହସି ହସି ସିଦ୍ଧାର୍ଥ ରାଉତରାୟଙ୍କୁ ସ୍ଵାଗତ କରିଥିଲେ ।
କିନ୍ତୁ ଏହି ସ୍ଵାଗତ କେଉଁଠି ନା କେଉଁଠି ଏକ ଭିନ୍ନ ବାର୍ତ୍ତା ଦେଉଥିଲା । କାରଣ ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ । ଆଉ ସାଧାରଣ ନିର୍ବାଚନରେ ଯୁବକଙ୍କୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ କଂଗ୍ରେସ କହି ଆସୁଥିଲା । ସେହି ପରି କଂଗ୍ରେସ ଏଥର ୱାନ ଫ୍ୟାମିଲି ୱାନ ଟିକେଟକୁ ପ୍ରାଧାନ୍ୟ ଦେବ ବୋଲି କୁହାଯାଉଛି । ଆଉ ଏହି ଦୁଇଟି ମାପ ଦଣ୍ଡରେ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଜଟଣୀର ନିର୍ବାଚନ ନ ଲଢିବେ ସେ କଥା କିଏ କହିପାରିବ ।
ଯଦିଓ ସୁର ରାଉତରାୟ ସବୁବେଳେ ଏକ ଯୁବ ମନସ୍କ ବ୍ୟକ୍ତି କିନ୍ତୁ ଯଦି ବୟସକୁ ମାପ ଦଣ୍ଡ କରାଯାଏ ଏବଂ ଯୁବ ଚେହେରାକୁ ପ୍ରାଧାନ୍ଯ ଦିଆଯାଏ ତା ହେଲେ ବାପ ବଦଳରେ ପୁଅ କଂଗ୍ରେସ ପାଇଁ ଏକ ବିକଳ୍ପ ଭାବରେ ସାମ୍ନାକୁ ଆସିବେ । ଏବେ ଦେଖିବାର ଅଛି କଂଗ୍ରେସ କାହାକୁ ବାଛୁଛି ବାପା ସୁର ରାଉତରାୟଙ୍କୁ ନା ପୁଅ ସିଦ୍ଧାର୍ଥଙ୍କୁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।