ନମସ୍କାର ବନ୍ଧୁଗଣ ତେବେ ସାରା ଦୁନିଆଁଟା ସ୍ୱାର୍ଥପରତାରେ ପରିପୂର୍ଣ୍ଣ ହୋଇ ଯାଇଅଛି । ସମସ୍ତେ ଏହି ଦୁନିଆଁରେ ନିଜ ନିଜ ବାଟରେ । କେହି ବି କାହା କଥା ଚିନ୍ତା କରିବାକୁ ଆଦୌ ରାଜି ନୁହଁନ୍ତି । ସମସ୍ତେ ଆଜି ଆସୁଛନ୍ତି ଆଉ କାଲି ଧୋକା ଦେଇ ଚାଲି ଯାଉଛନ୍ତି । ତେଣୁ ଏ ଦୁନିଆଁର ଲୋକଙ୍କୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା ଦେଇ କୁଆଡେ ଚାଲି ଯାଉଛନ୍ତି ଯେ ତାଙ୍କୁ ଆଉ ଖୋଜି ହେଉନାହିଁ ।
ତେବେ ଏହା ଗୋଟିଏ ଦିନର କଥା ନୁହେଁ ନୀତିଦିନିଆ ଏଭଳି ଅନେକ ଖବର ସାମ୍ନାକୁ ଆସୁଅଛି । ଅନେକ ଲୋକ ବିବାହ କରିବା ପ୍ରତିଶ୍ରୁତି ଦେଇ ଏଭଳି କାଣ୍ଡ କରି ଯୁବତୀଙ୍କୁ ଧୋକା ଦେଇ ଚାଲି ଯାଉଛନ୍ତି ଆଉ କେତେକ ଯୁବତୀ ବିବାହିତା ହୋଇ ମଧ୍ୟ ସ୍ୱାମୀ ସୁଖ ନ ପାଇ ପର ପୁରୁଷ ଆଡକୁ ଆକର୍ଷିତ ହୋଇ ଯାଉଛନ୍ତି । ତେବେ ଏ ଦୁନିଆଁରେ ଏହି ଖବର କେବେ ବନ୍ଦ ହେବ ସେ କଥା କହି ହେବ ନାହିଁ ।
ତେବେ ବର୍ତ୍ତମାନ ରାଜଧାନୀରେ ଲଭ୍ ସେଏକ୍ସ୍ ଧୋକା । ପ୍ରେମିକାଙ୍କ ସହ ଦେଢ଼ ବର୍ଷ ଶାଆରୀରିଇକ ସମ୍ପର୍କ ରଖି ଠକି ଦେଲେ ଦୁଇ ଲକ୍ଷ ଟଙ୍କା । ସ୍ତ୍ରୀ କୁ ଧରମ ଭଉଣୀ କହୁଥିଲେ । ପୁଅକୁ ଭଣଜା କହି ପ୍ରେମିକା ସହ ଚିହ୍ନାଉଥିଲେ । ଟଙ୍କା ହଡପ ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଲେ ପ୍ରେମିକା । ଚନ୍ଦକା ଥାନାରେ ପ୍ରେମିକ ବିରୋଧରେ ଏତଲା ଦେଲେ ଯୁବତୀ ।
ତେବେ ସେମାନେ ମିଶିକି ଏହି ଯୁବତୀ କୁ ମାଡ଼ ମଧ୍ୟ ମାରିଥିଲେ ଏବଂ ଜୀବନରୁ ମାରିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ । ତେବେ ସେମାନଙ୍କ ଘର ଲୋକ ମଧ୍ୟ ବିବାହ କୁ ସ୍ୱୀକୃତି ପ୍ରଦାନ କରିଥିଲେ ତେବେ ସେ ଯୁବକ ଜଣଙ୍କ ଘରୁ ମଧ୍ୟ ଟଙ୍କା ପଇସା ନେଇଛି । ତେବେ ବର୍ତ୍ତମାନ ସେହି ଯୁବତୀ ଜଣଙ୍କ ନ୍ୟାୟ ଭିକ୍ଷା କରୁଛନ୍ତି ।
ତେବେ ବର୍ତ୍ତମାନ ର ସମାଜ ରେ ଦିନକୁ ଦିନ ପ୍ରେମର ସଜ୍ଞା ବଦଳୁଛି । ପ୍ରତିଦିନ ଆସୁଛି ପ୍ରେମର ନୂଆ ନୂଆ କାହାଣୀ । ପ୍ରେମ ପାଇଁ ଏଠି କିଏ ବାହା ବେଦୀରୁ ଉଠିଯାଉଛି ତ କିଏ ନିଜ ବିବାହିତ ପତ୍ନୀଙ୍କୁ ଭଉଣୀ କହୁଛି । ଏଥିରୁ ଜଣାପଡୁଛି ଦିନକୁ ଦିନ ସମାଜରେ ପ୍ରେମର ସଜ୍ଞା ବଦଳୁଛି ଏହା ସହ ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ମଧ୍ୟ ଅପବିତ୍ର କରା ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

