ବନ୍ଧୁଗଣ, ଯଦି ଆପଣ ଜଣେ SBI ୟୁସର ଏବଂ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଆକାଉଣ୍ଟ ରହିଛି ତେବେ ଜାଣି ରଖନ୍ତୁ ଆପଣଙ୍କ ପାଇଁ କିଛି ଖୁସି ଖବର ଆସିବାକୁ ଯାଉଛି । ଏହା ନିଜେ SBI ନୂଆ ସୂଚନା ଯୋଗେ ଜାରି କରିଅଛି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଆଜି ମଧ୍ୟ ବ୍ୟାଙ୍କ ରେ ନିବେଶ କରିବା ପାଇଁ ଅଧିକାଂଶ ଲୋକେ FD ଅର୍ଥାତ ଫିକ୍ସ ଡିପୋଜିଟ କୁ ଏକ ଉତ୍ତମ ବିକଳ୍ପ ଯୋଗେ ବାଛିଥାନ୍ତି ।
ନିବେଶ ଦୃଷ୍ଟି ରୁ ଏହା ଏକ ଭଲ ବିକଳ୍ପ ହେବା ସହିତ ଏଥିରେ ନିଶ୍ଚିତ ଭାବରେ ଋଟର୍ନ ମଧ୍ୟ ମିଳିଥାଏ । ଏବଂ ଏହା ମଧ୍ୟ ସୁରକ୍ଷିତ ରହିଥାଏ । ଏଥିରେ ସେଭିଙ୍ଗ ଆକାଉଣ୍ଟ ବ୍ୟତୀତ ଅଧିକ ସୁଧ ମଧ୍ୟ ମିଳିଥାଏ । ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ଅଛି ତେବେ ଆପଣଙ୍କ ପାଇଁ ଖୁସି ଖବର । ବାସ୍ତବ ରେ ଦୁଇ କୋଟି ରୁ ଅଧିକ ଜମା ରାଶିର FD ରେ ବ୍ୟାଙ୍କ ସୁଦ୍ଧ ଦରରେ ୨୦ ରୁ ୪୦ ବେଶିସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବ୍ୟାଙ୍କରେ ଏହି ନୂଆ ଦର ୧୦ ମାର୍ଚ୍ଚ ରୁ ଲାଗୁ ହୋଇଛି ।
SBI ଅନୁସାରେ ୨୧୧ ଦିନଠାରୁ ଆରମ୍ଭ କରି ୧ ବର୍ଷ ରୁ କମ ଅବଧି ପାଇଁ FD ର ସୁଧ ଦର ୨୦ ବେଶିଷ ପଏଣ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଅଛି । ପରିବର୍ତ୍ତନ ପରେ ଏହିଭଳି FD ରେ ୧୦ ମାର୍ଚ୍ଚ ୨୦୨୨ ରୁ ୩.୩୦ ପ୍ରତିଶତ ସୁଧ ମିଳିବ । ପୂର୍ବ ରୁ ଏହି ଦର ୩.୧୦ ପ୍ରତିଶତ ଥିଲା । ଏହିଭଳି ବରିଷ୍ଟ ନାଗରିକ ଙ୍କୁ ଏହି FD ରେ ପୂର୍ବ ରୁ ୩.୬୦ ପ୍ରତିଶତ ସୁଧ ମିଳୁଥିଲା କିନ୍ତୁ ଏବେ ଏହାକୁ ବଢାଇ ୩.୮୦ ପ୍ରତିଶତ କରି ଦିଆଯାଇଅଛି ।
ବ୍ୟାଙ୍କ ଏବଂ ଅନ୍ୟକିଛି FD ଦର ମଧ୍ୟ ବଢାଇଛି । ବ୍ୟାଙ୍କ ର ୱେବସାଇଡ ଅନୁସାରେ ୨ ରୁ ୩ ବର୍ଷ ରୁ କମ ଅବଧି FD ପାଇଁ ସୁଧଦର ୧୦ ବେଶିସ ପଏଣ୍ଟ ବଢାଇ ୫.୨୦ ପ୍ରତିଶତ କରିଛି । ସେହିପରି ୩ ରୁ ୫ ବର୍ଷ ରୁ କମ ଅବଧିର FD ପାଇଁ ୧୫ ବେଶିଷ ପଏଣ୍ଟ ବଢାଇ ୫.୪୫ ପ୍ରତିଶତ କରିଦେଇଛି ।
ତେବେ ବରିଷ୍ଟ ନାଗରିକ ପାଇଁ ସମସ୍ତ ଅବଧି ପାଇଁ ସାଧାରଣ ଦରରୁ ୦.୫୦ ପ୍ରତିଶତ ଅଧିକ ମିଳିବ । ତେବେ ୩୩ କୋଟି ଗ୍ରାହକ ଙ୍କ ପାଇଁ SBI କିଛି ଏହିଭଳି ଖୁସି ଖବର ଦେଇ ଦେଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।