ନାବାଳିକା ଝିଅ ପାଠ ପଢିବା ପାଇଁ ଆସିଥିଲା ଶବ ହୋଇ ଫେରିଲା, ପ୍ରେମିକାର ମୃତ୍ୟୁ ପରେ ପ୍ରେମିକ ବଖାଣିଲା ସେଦିନ ରାତିରେ ଘଟିଥିବା ଟିକିନିକି ଘଟଣା, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଝିଅ ଘରୁ ବାହାରି ଥିଲା କଲେଜ ଯାଉଛି କହି । ବସ ରେ ଆସି ପହଁଚିଲା ବରଗଡ଼ ଠାରେ ବାପା ଙ୍କୁ ଫୋନ୍ କରି କହିଥିଲା ଯେ ମୁଁ ପଂହଚି ଗଲି । ହେଲେ ତାର ଠିକ୍ ଏକ ଘଣ୍ଟା ପରେ ବାପା ଙ୍କ ଫୋନ କୁ ଯାଇଥିଲା ଅଜଣା ନମ୍ବର ରୁ କଲ । ସେପଟୁ କିଏ ଜଣେ କହିଲେ ଆପଣ ଙ୍କ ଝିଅ ର ମୃତ୍ୟୁ ହୋଇ ଯାଇଛି । ଏତିକି ଶୁଣି ବାପା ଙ୍କ ମୁଣ୍ଡ କଣ ହେଇ ଗଲା ଆଖ ପାଖ ରେ ଯିଏ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ ।

କଣ ହେଲା ଏହି ଘଡିକ ରେ ନାବାଳିକ ର ମୃତ୍ୟୁ ହୋଇଗଲା । ବରଗଡ଼ ଠାରେ ପହଁଚି ଝିଅ ବାପା ଙ୍କୁ କହିଲା ମୁଁ କଲେଜ ରେ ପହଁଚି ଗଲି । କିନ୍ତୁ ଝିଅ ଟି କଲେଜ ନ ଯାଏ ବରଗଡ଼ ରେଲୱେ ଷ୍ଟେସନ ପାଖ ରେ ଥିବା ବିଜୟ ଲଜ କୁ ଗଲା କାହିଁକି ? ତେବେ ସୂଚନା ଅନୁଯାୟୀ, ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ ଥିଲେ ।

ସୋମବାର ସକାଳେ ସେ ଏକ ସରକାରୀ ବସ୍‌ ଯୋଗେ ବରଗଡ଼ ଆସିଥିଲେ । ବରଗଡ଼ରେ ପହଞ୍ଚିବା ପରେ ସକାଳ ପ୍ରାୟ ସାଢେ ୯ଟାରେ ସେ ସୁରକ୍ଷିତ ଭାବେ ବରଗଡ଼ରେ ପହଞ୍ଚିଥିବା ନେଇ ଫୋନ୍‌ କରିଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି । ଅନ୍ୟପକ୍ଷେ ପ୍ରାୟ ଘଣ୍ଟାଏ ପରେ କେହି ଜଣେ ଅଜଣା ଲୋକ ତାଙ୍କୁ ଫୋନ୍‌ କରି ତାଙ୍କ ଝିଅର ମୃତ୍ୟୁ ଘଟିଥିବା କହିବା ସହ ମୃତଦେହ ବରଗଡ଼ ପୁରୁଣା ହସ୍ପିଟାଲରେ ଥିବା ନେଇ ସୂଚନା ଦେଇଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି ।

ତେବେ ପୋଲିସ ଏହି ଘଟଣାରେ ବଲାଙ୍ଗୀର ସଦର ଥାନା ପରଧିଆ ପାଲି ଗ୍ରାମର ଯୁବକ ରାହୁଲ ବାଗ୍‌ ବୟସ ୨୩ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେ ନାବାଳିକାଙ୍କୁ ଧରି ହୋଟେଲକୁ ଯାଇଥିଲେ । ହୋଟେଲର ଏକ କୋଠରିରେ ଥିବା ବେଳେ ନାବାଳିକା ଅଚେତ ହୋଇ ପଡିଥିଲେ ।

ଫଳରେ ତାଙ୍କୁ ଏକ ଅଟୋରେ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରାହୁଲ କହିଛନ୍ତି । ପୋଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *