ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି ଯୁଆଡେ ଚାଲିଲେ କେବଳ ପାଣି ହିଁ ପାଣି ।
ଗାଁ ରାସ୍ତା ଓ ଟ୍ରେନ୍ ଲାଇନ ସବୁ କିଛି ବୁଡି ଯାଇଛି । କେଉଁଠି ଭାସି ଯାଇଛି ଟ୍ରେନ ତ କେଉଁଠି ବୁଡିଛି ଘର ଆଉ କେଉଁଠି ଭାସି ଯାଇଛି ହାତୀ । ପ୍ରକୃତିର କରାଳ ରୂପ କେତେ ଭୟଙ୍କର ହୋଇପାରେ ଏହି ଦୃଶ୍ୟ ହି ବୟାନ କରୁଛି । ବନ୍ଧୁଗଣ ସ୍ଥିତି ଏତେ ଖରାପ ହୋଇଛି ଯେ, ଟ୍ରେନଟି ପାଣି ଭିତରେ ବୁଡି ରହିଛି ଏ ହେଉଛି ଆସାମର ନ୍ୟୁହାଫ ଲଙ୍ଗ ଷ୍ଟେସନ ।
ବନ୍ୟା ଯୋଗୁଁ ଗୋହାଟି ଏକ୍ସପ୍ରେସ ଷ୍ଟେସନରେ ଅଟକି ରହିଥିଲା ହେଲେ ପାଣି ଏତେ ଅଧିକ ଥିଲା ଯେ, ଲୋକେ ନା ଟ୍ରେନରୁ ବାହାରି ପାରୁଥିଲେ ନା ଟ୍ରେନ ଭିତରେ ରହିପାରୁ ଥିଲେ । ଶେଷରେ 100 ରୁ ଅଧିକ ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ପଡିଥିଲା । ସେହିପରି ଗୋଜାଇଗୋପଲି ନଦୀରେ ଭାସି ଯାଇଛି ଏକ ହାତୀ । ନଦୀ ପାର ହେବା ବେଳେ ହଠାତ ବନ୍ୟା ପାଣି ଆସିଯିବାରୁ ହାତୀଟି ଭାସି ଯାଇଛି ।
ଆସାମରେ ଲଗାତାର ବର୍ଷା ହେବା ପରେ ବନ୍ୟାରେ ଉବୁଡୁବୁ ହେଉଛି ରାଜ୍ୟ । 20ଟି ଜିଲ୍ଲାର 652ଟି ଗାଁ ପାଣି ଘେରରେ ରହିଛି । ଆଉ ଏହି ବନ୍ୟା ଯୋଗୁଁ ପ୍ରାୟ 2 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଭୁଷଖଳନ ଯୋଗୁଁ ମାଟି ଖସି ପାହାଡିଆ ଜିଲ୍ଲା ଦିମା, ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।