‘ମୁଁ କହିଲି ବୋଲି ସିନା ଷ୍ଟେଫ୍ ନେଲେ ଧର୍ମେନ୍ଦ୍ର, ନହେଲେ…’ ଦେଖନ୍ତୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ରାଉତରାୟ ନିଜ କଡା ବୟାନ ଓ ନିଜ ସମାଜ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ରାଉତରାୟ ଏକ ବଡ ବୟାନ ଗଣମାଧ୍ୟମ ସାମ୍ନାରେ ଦେଇଛନ୍ତି । ସୁର ରାଉତରାୟଙ୍କ ଏହି ବୟାନ ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବୟାନ ବିଷୟରେ । ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-ମୁଁ ଦିଲ୍ଲୀ ଯାଇଥିଲି ତିନୋଟି ମନ୍ତ୍ରୀଙ୍କ ସହ ସାକ୍ଷାତ କରିଲି । ସେମାନଙ୍କ ମଧ୍ୟରେ ଗୋଟେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆମର ଏଠି ଯେତିକି ଗଭର୍ମେଣ୍ଟ ଅଫ ଇଣ୍ଡିଆରେ ଏଠି ଅଛି ଡାଇରେକ୍ଟର କେହି ନାହାନ୍ତି ।

ଆଇଆଇଟିରେ ନାହାନ୍ତି, ଏଠି ଆମର ଏମ୍ସରେ କେହି ନାହାନ୍ତି ବଡ ଦୁଃଖର ବିଷୟ କେମିତି ପୂରଣ କରାଯିବ । ଅଧ୍ୟାପକ ନାହାନ୍ତି ଲେକ୍ଚଚର ନାହାନ୍ତି କର୍ମଚାରୀ ନାହାନ୍ତି ଯେତେ ଅଛି ଗଭର୍ମେଣ୍ଟ ଅଫ ଇଣ୍ଡିଆ ଭୁବନେଶ୍ବରରେ ଜଟଣୀ ଏରିଆ । ମୁଁ ଡିମାଣ୍ଡ କରିଲି ଯାହା ହେଉ ଅତ୍ୟନ୍ତ ଖୁସି ଡାଇରେକ୍ଟର ପୋଷ୍ଟ ପୂରଣ କରିବା ପାଇଁ ଏବଂ ଅଧ୍ୟାପକ ଦେଇଛନ୍ତି 30 ଜଣ ।

ଆଉ ତାଙ୍କୁ ଯେମିତି କହିଛି ସେ ବ୍ୟବସ୍ଥା କରିଛନ୍ତି । ରେଳମନ୍ତ୍ରୀଙ୍କୁ ମୁଁ ପଚାରିଲି ଆଉ କେବେ ହେବ ଭୁବନେଶ୍ବର ଦେଶ ସ୍ତରୀୟ । ବିଶ୍ଵ ସ୍ତରୀୟ ଦେଶକୁ ଛାଡି ସେ ବିଶ୍ଵକୁ ପଳେଇଲେ । ବାରମ୍ବାର ଆନ୍ଦୋଳନ କରିଛୁ ଆମେ ହେଲେ ଏ ପର୍ଯ୍ୟନ୍ତ ହେଇପାରିଲା ନାହିଁ । ମୁଁ କହିଲି କେବେ ଆରମ୍ଭ ହେବ । ମନ୍ତ୍ରୀ ମହାଶୟ କହିଛନ୍ତି ତିନି ମାସ ଭିତରେ ଆରମ୍ଭ ହେବ ।

ଲିଙ୍ଗରାଜ ଏକ୍ସପ୍ରେସ ଭୁବନେଶ୍ବରରୁ ବମ୍ବେ ଜଟଣୀ ଦେଇ ଭୁବନେଶ୍ବରରୁ ଦିଲ୍ଲୀ ଚାଲିବା ପାଇଁ ବ୍ୟବସ୍ଥା ହେବ । ଜଟଣୀରେ ନୂଆ ବଢିଆ ରେଳ ଷ୍ଟେସନ ଆମର ସରିଗଲାଣି 90 ଭାଗ ଓଃ ଗୋଟେ ମଡର୍ନ ରେଳ ଷ୍ଟେସନ ହୋଇଛି ଜଟଣୀରେ । ତାର ଇନାଗୁରେସନ ବହୁତ ଶୀଘ୍ର ହେବ’ । ତା ହେଲେ ବନ୍ଧୁଗଣ ସୁର ରାଉତରାୟଙ୍କ ଏହି ବୟାନଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *