ହାତଗଣ୍ଠି ନୁହେଁ ପଡିଲା ହାତକଡି ! ବିବାହ ପୂର୍ବରୁ ଭାବି ସ୍ଵାମୀଙ୍କୁ ଗିରଫ କଲେ ମହିଳା ପୋଲିସ, କାରଣ ଜାଣିଲେ ଚମକି ପଡିବେ ଆପଣ  

ହାତଗଣ୍ଠି ନୁହେଁ ପଡିଲା ହାତକଡି, ଭାବି ସ୍ଵାମୀଙ୍କୁ ଗିରଫ କଲେ ମହିଳା ପୋଲିସ, କହିଲେ ଭୁଲ କଲେ କାହାକୁ ବି ଛାଡିବି ନାହିଁ । ଆଉ କିଛି ଦିନ ପରେ ଯାହା ସହ ହାତଗଣ୍ଠି ପଡିଥାନ୍ତା ତା ହାତରେ ହାତକଡି ପକେଇଲେ ମହିଳା ପୋଲିସ ଏସଆଇ । ଯାହାକୁ ଜୀବନସାଥୀ କରିଥାନ୍ତେ ତାଙ୍କୁ ଜେଲର ହାୱା ଖୁଆଇ ଛନ୍ତି । କାରଣ ବିବାହ ପୂର୍ବରୁ ଖୋଲିଯାଇଥିଲା ଯୁବକଙ୍କ ଅସଲି ମୁଖା । ଆଉ ଯୁବକ ଜଣକ ବାହାରିଥିଲେ ମହା ଠକ ଚାରିସବିଷ ।

ଆଉ ପୁରା ଘଟଣା ଜାଣିବା ପରେ ଭାବିସ୍ଵାମୀକୁ ଗିରଫ କରି ଏବେ ଚର୍ଚ୍ଚାରେ ଆସାମର ଲେଡି ଦବଙ୍ଗ ପୋଲିସ ଏସଆଇ ଜୋନମଣି ରୋଭା । ଏହି ବହୁ ଚର୍ଚ୍ଚିତ ମାମଲା ଆସାମର ନଗାମ ଜିଲ୍ଲାରୁ ସାମ୍ନାକୁ ଆସିଛି । ନଗାମ ଥାନାର ମହିଳା ସବ ଇନ୍ସପେକ୍ଟର ଜୋନମଣି ରୋଭା ନିଜ ଭାବିସ୍ଵାମୀ ରାଣା ପୋକଙ୍କୁ ମିଛ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଓ ବିବାହ କରିବା ପାଇଁ ପ୍ରୟାସ ଅଭିଯୋଗରେ ଗିରଫ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ପୂର୍ବରୁ ମାର୍ଜୁନୀରେ କାର୍ଯ୍ୟରତ ଥିବା ବେଳେ 2021ରେ ଜୋନମଣିଙ୍କର ରାଣାଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ରାଣା ନିଜକୁ ଓଏମଜିସିର ପିଆର ଭାବେ ପରିଚୟ ଦେଇଥିଲେ । ଆଉ କିଛି ଦିନ ପରେ ଜୋନମଣିଙ୍କ ସହ ବିବାହ କରିବାକୁ ରାଣା ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ରାଣାଙ୍କ ବାବଦରେ ବେସୀ କିଛି ଜାଣି ପାରି ନଥିଲେ ଜୋନମଣି ଯେଉଁଥି ପାଇଁ ରାଣାଙ୍କ ପ୍ରସ୍ତାବକୁ ସ୍ଵୀକାର କରିଦେଇଥିଲେ ।

ପରେ ଉଭୟଙ୍କ ପରିବାର ପରସ୍ପରକୁ ଭେଟି ଥିଲେ । ଆଉ ବିବାହ ନେଇ କଥା ଆଗକୁ ବଢିଥିଲା । 2021 ଅକ୍ଟୋବରରେ ଜୋନମଣି ଓ ରାଣାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ 2022 ନଭେମ୍ବରରେ ବିବାହ ହେବାର ଥିଲା । ଏହା ପରେ ରାଣାଙ୍କ କାର୍ଯ୍ୟ ଶୈଳୀକୁ ନେଇ ଜୋନମଣିଙ୍କ ସନ୍ଦେହ ଉପୁଜି ଥିଲା । ଏହି ସନ୍ଦେହ ସେତେବେଳେ ସତ ହେଲା ଯେତେବେଳେ ରାଣାଙ୍କ ବିଷୟରେ ଅଧିକ ପଚରା ଉଚରା କରିଥିଲେ ଜୋନମଣି ।

ଓଏମଜିସିର ପ୍ରୋଜେକ୍ଟ ବାବଦକୁ ତିନି ଜଣଙ୍କୁ ପ୍ରାୟ 25 ଲକ୍ଷ ଟଙ୍କାର ଚୁନ ଲଗାଇ ଥିଲା ରାଣା । ଆଉ ଏହି ମାନଙ୍କର ଏକ ଅଭିଯୋଗ ଆଧାରରେ ରାଣାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲେ ଜୋନମଣି । ଗିରଫ ସମୟରେ ରାଣାଙ୍କ ପାଖରୁ କିଛି ବ୍ୟାଙ୍କର ପାସବୁକ, ଏଟିଏମ କାର୍ଡ ଓ କିଛି କମ୍ପାନୀର ସିଲ ଜବତ କରିଥିଲା ପୋଲିସ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *