ଓଡ଼ିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ! ସୃଷ୍ଟି ହେଲା ଲଘୁଚାପ କିନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ…

ବନ୍ଧୁଗଣ ଗତ କିଛି ଦିନ ହେବ ଓଡିଶାରେ ବାତ୍ୟାର ଭୟ ଦେଖା ଦେଇଛି । ବାତ୍ୟାକୁ ନେଇ ଅନେକ ମଡେଲ କଳ୍ପନା ଜଳ୍ପନା କରୁଛନ୍ତି । ତେବେ ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବାତ୍ୟା ମାଡି ଆସୁଛି ଆଉ ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର ।

ଆଉ କିଛି ସମୟ ପରେ ଲଘୁଚାପ ନେବ ବାତ୍ୟାର ରୂପ । ବହିବ ପବନ ଭୀଷଣ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ସେପଟେ ବାତ୍ୟାର ଭୟ ଆଉ ଏପରେ ଜାରି ରହିଛି ରାଜ୍ୟରେ ଭୟଙ୍କର କାଳ ବୈଶାଖୀ । କାଳ ବୈଶାଖୀ ପାଇଁ ଏଲୋ ୱାର୍ନିଙ୍ଗ ଜାରି କରାଯାଇଛି । ବାତ୍ୟା ପାଇଁ ସତର୍କ ରହିବା ପାଇଁ ରିଲିଫ କମିଶନର ପରାମର୍ଶ ଦେଇଛନ୍ତି ।

ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀ ବଳୟ ଆଉ କିଛି ସମୟ ପରେ ଭୀଷଣ ଲଘୁଚାପରେ ପରିଣତ ହେବ । ଏହା ପରେ ବାତ୍ୟାକୁ ନେଇ ସଠିକ ଆକଳନ କରିହେବ ବୋଲି କହିଛନ୍ତି ଆଇଏମଡି ଡିଜି । ତେବେ ପ୍ରାକ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ସେପଟେ ବାତ୍ୟା ମୁକବାଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏନେଇ ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । ତେବେ ସେହି ୧୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ , ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ମାଲକାନ ଗିରି, କୋରାପୁଟ, ଖୋର୍ଦ୍ଧା ଓ କନ୍ଧମାଳ । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀ ବଳୟ ଆସନ୍ତା କାଲି ସୁଧା ଭୟଙ୍କର ଲଘୁଚାପର ରୂପ ନେବ । ଏହା ପରେ ଭୀଷଣ ବାତ୍ୟାକୁ ନେଇ ସଠିକ ଆକଳନ କରିହେବ ।

ବାତ୍ୟା ହେଲେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, ବାତ୍ୟାର ତୀବ୍ରତା କେତେ ରହିବ ଏସବୁ ପ୍ରଶ୍ନର ଉତ୍ତର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ମିଳି ପାରିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶା ଉପରେ କଣ ରହିବ ତାହାର ପୂର୍ବାନୁମାନ କରାଯାଇ ନଥିଲେ ମଧ୍ୟ ଆଗାମୀ କିଛି ଘଣ୍ଟାରେ ଏହା ନିର୍ଦ୍ଧିଷ୍ଟ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *