କେନ୍ଦ୍ର ସରକାରଙ୍କ ଧମାକେଦାର Scheme, ଦିନକୁ ଦିଅନ୍ତୁ ମାତ୍ର 7 ଟଙ୍କା, ମାସକୁ ମିଳିବ 5 ହଜାର, ଦେଖନ୍ତୁ କେମିତି ?

୧୮ ବର୍ଷ ହୋଇଥିଲେ ସରକାରୀ ଯୋଜନାର ଲାଭ ଉଠାନ୍ତୁ । ଦିନକୁ ୭ ଟଙ୍କା କରି ପ୍ରତି ମାସରେ ମାତ୍ର ୨୧୦ ଟଙ୍କା ଜମା କରି ବଞ୍ଚିଥିବା ଯାଏଁ ପାନ୍ତୁ ୫ ହଜାର ଟଙ୍କାର ପେନସନ । ଏ କଥା ଆମେ ନୁହେଁ ଭାରତ ସରକାରଙ୍କ ମହତ ଆକାଙ୍ଖି ଯୋଜନା ଅଟଳ ପେନସନ ଯୋଜନା । ଯେଉଁଥିରେ ୬୦ ବର୍ଷ ହେବା ପରେ ମିଳିଥାଏ ପେନସନ । ମୃତୁ ପର୍ଯ୍ୟନ୍ତ ଆପଣ ମାସିକ ୫ ହଜାର ଟଙ୍କା ଯାଏଁ ପେନସନ ପାଇ ଖୁସିରେ ରହିପାରିବେ ।

ଏହି ଅଟଳ ପେନସନ ଯୋଜନା ସରକାରୀ ଚାକିରିଆ ହୁଅନ୍ତୁ କି ପ୍ରାଇଭେଟ ଚାକିରି କରୁଥିବା ଲୋକ ହୁଅନ୍ତୁ ସମସ୍ତ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ । ହେଲେ ଏଥିରେ ୧୮ ବର୍ଷ ରୁ ୪୦ ବର୍ଷ ମଧ୍ୟରେ ଥିବା ଲୋକ ମାନେ ଲାଭ ଉଠାଇପାରିବେ । କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା ବିଶେଷ କରି ଅଣ ସଂଗଠିତ କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ ମାସିକ ୧ ହଜାର, ୨ ହଜାର, ୩ ହଜାର, ୪ ହଜାର ବା ୫ ହଜାର ଟଙ୍କା ପେନସନ ମିଳିଥାଏ ।

ବିଶେଷ କରି ଆପଣଙ୍କ ନିବେଶ ଉପରେ ହିଁ ପେନସନ ନିର୍ଭର କରିଥାଏ । ୧୮ ବର୍ଷ ହେବା ମାତ୍ରେ ଯଦି ଆପଣ ନିବେଶ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ କିସ୍ତି ବହୁତ କମ ଦେବାକୁ ପଡିବ । ଏମିତି କି ମାସିକ ୧ ହଜାର ଟଙ୍କା ପେନସନ ପାଇଁ ଆପଣ ୪୨ ଟଙ୍କା ଦେବେ । ଆଉ ୫ ହଜାର ପେନସନ ଦେଲେ ମାସିକ ୨୧୦ ଟଙ୍କା ନିବେଶ କରିବାକୁ ହେବ । ଆପଣଙ୍କୁ ୬୦ ବର୍ଷ ହେବା ମାତ୍ରେ ପେନସନ ମିଳିବା ଆରମ୍ଭ ହୋଇଯିବ ।

ଏହି ଅଟଳ ପେନସନ ଯୋଜନାରେ ବ୍ୟକ୍ତି ମାସିକ, ତ୍ରୈମାସିକ ଓ ଅର୍ଦ୍ଧ ବାର୍ଷିକ ପେନସନ ବିକଳ୍ପ ବାଛି ପାରିବେ । ମୃତ୍ୟୁ ପର୍ଯ୍ୟନ୍ତ ଏହି ପେନସନ ମିଳିଥାଏ ଯଦି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତା ହେଲେ ତାଙ୍କ ସ୍ତ୍ରୀଙ୍କୁ ପେନସନ ମିଳିବାର ନିୟମ ରହିଛି । ଏହି ପେନସନ ଯୋଜନାରେ ଖାତା ଖୋଲିବାକୁ ହେଲେ ଆପଣ ଭାରତୀୟ ନାଗରିକ ହୋଇଥିବା ଜରୁରୀ । ଏହା ସହ ବ୍ୟାଙ୍କରେ ଆପଣଙ୍କ ଏକ ଜମା ଖାତା ରହିବା ଦରକାର ।

ଏସବୁ ଥିଲେ ସମସ୍ତ ବ୍ୟାଙ୍କରେ ୱେବ ସାଇଡରେ ଉପଲବ୍ଧ ହେଉଛି ଅଟଳ ପେନସନ ଯୋଜନାର ଅଫର । ଏହାକୁ ଡାଉନଲୋଡ କରି ଫର୍ମ ଫିଲଅପ କରିଦିଅନ୍ତୁ ଏହା ସହ ଆପଣଙ୍କ ଆଧାର କାର୍ଡ ଜେରକ୍ସ, ଫଟୋ ଓ ବ୍ୟାଙ୍କ ପାସବୁକ ଧରି ବ୍ୟାଙ୍କ ଯିବାକୁ ହେବ । ବ୍ୟାଙ୍କ ଅଧିକାରୀଙ୍କ ସହ ସାକ୍ଷାତ କରି ଆପଣ ଖୋଲି ପାରିବେ ଏହି ପେନସନ ଯୋଜନାର ଆକାଉଣ୍ଟ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଜନାଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *