Interesting Odia Gk Questions- କେଉଁ ଗାଡି ଚାଲେ ନାହିଁ ? କେଉଁ କୁଆ ଉଡି ପାରେ ନାହିଁ ? କେଉଁ ହାଣ୍ଡିରେ ଭାତ ନାହିଁ ? ଜାଣିଛ ଯଦି ଉତ୍ତର ଦିଅ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧- କେଉଁ କୁଆ ଉଡି ପାରେ ନାହିଁ?
ଉତ୍ତର- ଠେକୁଆ।

୨- କେଉଁ ବଏ ଚାଲେ ନାହିଁ?
ଉତ୍ତର- ଲାଇଫ ବଏ।

୩- କେଉଁ ଦୀପ ଜଳେ ନାହିଁ?
ଉତ୍ତର- ପାରାଦୀପ।

୪- କେଉଁ ଗାଡି ଚାଲେ ନାହିଁ?
ଉତ୍ତର- ଅଗାଡି।

୫- କେଉଁ ଚେର ବୃକ୍ଷ ଲତାରେ ନଥାଏ?
ଉତ୍ତର- ତାଳଚେର।

୬- କେଉଁ ପୁରୀ ଖାଏ ହୁଏ ନାହିଁ?
ଉତ୍ତର- ପୁରୀ ଜିଲ୍ଲା।

୭- କେଉଁ ହାଣ୍ଡିରେ ଭାତ ନାହିଁ?
ଉତ୍ତର- କଳାହାଣ୍ଡି।

୮- କେଉଁ କେଲା ଖାଇ ହୁଏ ନାହିଁ?
ଉତ୍ତର- ରାଉର କେଲା।

୯- କେଉଁ ଲାଇଟ ଜଳେ ନାହିଁ?
ଉତ୍ତର- ସନ ଲାଇଟ।

୧୦- କେଉଁ ନାଳ ରେ ପାଣି ନାହିଁ?
ଉତ୍ତର- ଢେଙ୍କାନାଳ।

୧୧- କେଉଁ ଗୋଲା ରେ କାଠ ନାହିଁ?
ଉତ୍ତର- ରସଗୋଲା।

୧୨- କେଉଁ ଟେବୁଲ ର ଗୋଡ଼ ନାହିଁ?
ଉତ୍ତର- ଭେଜିଟେବଲ।

୧୩- ନ ଦେଖି ସୁନ୍ଦରୀ କିଏ?
ଉତ୍ତର- ସ୍ୱର୍ଗ ର ଅପ୍ସରୀ।

୧୪- ନ ଧରି ଟାଣୁଆ କିଏ?
ଉତ୍ତର- ବଜ୍ର।

୧୫- ନ ଚାଖି ମିଠା କଣ?
ଉତ୍ତର- ଅମୃତ।

୧୬- କେଉଁ ପଥରରୁ ପାଣି ବାହାରେ?
ଉତ୍ତର- କୁଆ ପଥର।

୧୭- ପୋଡେ କିନ୍ତୁ ଜଳେ ନୁହେଁ?
ଉତ୍ତର- ଲଙ୍କା।

୧୮- ମୃତ୍ୟୁ ପରେ ଯିଏ ଠିଆ ହୋଇ ପାରେ ସେ କିଏ?
ଉତ୍ତର- ଗଛ।

୧୯- କାହାକୁ ଟାଣିଲେ ଛୋଟ ହୁଏ?
ଉତ୍ତର- ସିଗାରେଟ।

୨୦- କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା।
ଉତ୍ତର- ପାନିଆ।

ତେବେ ଆଶା କରୁଛୁ କି ଆପଣ ମାନଂକୁ ଏହି ପ୍ରଶ୍ନ ଉତ୍ତର ଓ ଢଂଗ ଢମାଳି ପସନ୍ଦ ଆସିଥିବ। ତେବେ ଏହା ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *