ଆଜି ଠାରୁ ବଦଳିଯାଉଛି ଏହି ସବୁ ନିୟମ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

ଜୁନ୍ 10, 2020 ରୁ ଦେଶରେ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି | ଏହି ପରିବର୍ତ୍ତନ ଗୁଡିକ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି | ଏହି ଦ୍ଵାରା କରୋନା ମହାମାରୀ ଯୁଗରେ କେଉଁଠି କିଛି ଲାଭ ମିଳିପାରେ ତ କେଉଁଠି କ୍ଷତି ହୋଇପାରେ | ଲକ୍ଷ ଲକ୍ଷ ଏସବିଆଇ ଆକାଉଣ୍ଟଧାରୀଙ୍କ ପାଇଁ ବ୍ଯାଙ୍କ EMI ଭାର କମାଇଛି, ଏଥି ସହିତ ଯେଉଁମାନେ ଏକ ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ସେମାନେ ଅଧିକ ସୁଧର ଲାଭ ପାଇବେ | ଆଜିଠାରୁ କ’ଣ ପରିବର୍ତ୍ତନ ଘଟୁଛି ଆସନ୍ତୁ ଜାଣିବା |

୧. EMI ର ବୋଝ ହ୍ରାସ ପାଇଲା

ଡିପୋଜିଟ କୁ ଆକର୍ଷିତ କରିବା ପାଇଁ ଇକ୍ୱିଟାସ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଙ୍ଗଳବାର ଦିନ ସେଭିଙ୍ଗ ଆକାଉଣ୍ଟର ସୁଧ ହାର ବୃଦ୍ଧି କରିଛି। ଇକ୍ୱିଟାସ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧ ଲକ୍ଷରୁ ୫ କୋଟି ଟଙ୍କାର ସେଭିଙ୍ଗ ଉପରେ ସୁଧ ହାରକୁ ବାର୍ଷିକ ୫.୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିଛି । ନୂତନ ହାର ୧୦ ଜୁନ୍ ଅର୍ଥାତ୍ ଆଜି ଠାରୁ ଲାଗୁ ହେବ ।

୨. ଆପଣ ସେଭିଙ୍ଗ ଆକାଉଣ୍ଟର ଜମା ଉପରେ ପାଇବେ ଅଧିକ ସୁଧ

SBI ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସ୍ଡ଼ ଲ୍ୟାଣ୍ଡିଂ ଷ୍ଟେଟ (MCLR) ରେ ୦.୨୫ ପ୍ରତିଶତ ହ୍ରାସ କରିଛି ଏହା ପରେ ଏକ ବର୍ଷର MCLR ୭ ପ୍ରତିଶତକୁ ହ୍ରାସ ପାଇଛି । ନୂତନ ହାର ୧୦ ଜୁନ୍ 2020 ରୁ ଲାଗୁ ହେବ | ଏସବିଆଇ ର ସୁଧ ହାର ହ୍ରାସ କରିବାର ଫାଇଦା ଲୋନ ନେଇଥିବା ଗ୍ରାହକଙ୍କୁ କମ୍ EMI ଆକାରରେ ମିଳିବ | ଯଦି ଜଣେ ଗ୍ରାହକ SBI ରୁ 30 ବର୍ଷ ପାଇଁ ୨୫ ଲକ୍ଷ ଟଙ୍କା ଲୋନ ନେଇଛନ୍ତି, ତେବେ MCLR ରେ ରିହାତି କାରଣରୁ EMI ରେ ମାସକୁ 421 ଟଙ୍କା ହ୍ରାସ ପାଇବା ।

୩ . ଚାଇନା ସାମଗ୍ରୀର ବହିସ୍କାର

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଆଜିଠାରୁ ଚାଇନାର ସାମଗ୍ରୀ ବୟ କଟ କରିବା ଉପରେ ଏକ ବଡ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ୭ କୋଟିରୁ ଅଧିକ ଛୋଟ ଖୁଚୁରା ବ୍ୟବସାୟୀମାନେ ବର୍ତ୍ତମାନର ବିଦେଶୀ ଦ୍ରବ୍ୟର ଷ୍ଟକ୍ ଶେଷ ହେବା ପରେ ନୂତନ ଆମଦାନୀ କରିବେ ନାହିଁ | ଚାଇନା ଦ୍ୱାରା ଉତ୍ପାଦିତ ୩୦୦୦ ଦ୍ରବ୍ୟର ତାଲିକା ସାବୁନ୍, ଟୁଥ୍ ପେଷ୍ଟ, ଘର ଉପକରଣ, ଖେଳନା ଇତ୍ୟାଦିର ଲିଷ୍ଟ CAIT ପ୍ରସ୍ତୁତ କରିଛି । CAT କହିଛି କି ଡିସେମ୍ବର ୨୦୨୧ ସୁଦ୍ଧା ଚାଇନାର ସାମଗ୍ରୀର ଆମଦାନୀରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ କରିବାକୁ ଲକ୍ଷ ରଖିଛୁ।

୪. ମଦ୍ୟପାନ ଉପରେ ୭୦% ତ୍ୟାକ୍ସ ହଟିଲା, ଭ୍ୟାଟ୍ ୨୫% କୁ ବୃଦ୍ଧି ପାଇଲା

ଦିଲ୍ଲୀରେ ମଦ ଉପରେ ଲଗାଯାଇଥିବା ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ହଟାଯିବ। କିନ୍ତୁ ଭ୍ୟାଟ୍ ୨୦% ରୁ ୨୫% କୁ ବୃଦ୍ଧି କରାଯାଇଛି | ଆଜିଠାରୁ ନୂତନ ହାର କାର୍ଯ୍ୟକାରୀ ହେବ। ମଦ ଆଜି ତୁଳନାରେ ଶସ୍ତା ହେବ କିନ୍ତୁ କରୋନାର ପୂର୍ବ ସମୟ ଅପେକ୍ଷା ଟିକେ ମହଙ୍ଗା ହେବ | ପୋସ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କୁ ଶେୟାର କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *