ନମସ୍କାର ବନ୍ଧୁଗଣ ତେବେ ହୁଏତ କଳିଯୁଗ ର ଅନ୍ତ ଘଟିବାକୁ ଲାଗିଲାଣି । କାରଣ ବର୍ତ୍ତମାନ ଶ୍ରୀକ୍ଷେତ୍ର ପୁରୀରେ ଅନେକ ଅଘଟଣ ମାନ ଦେଖିବାକୁ ମିଳୁଛି । ତେବେ ଏହା ସହ ବର୍ତ୍ତମାନ ପୁରୀକୁ ନେଇ ଅଧିକାଂଶ ରାଜନୀତି ମଧ୍ୟ ଚାଲିଲାଣି । ତେବେ ଏହି କିଛି ଦିନ ଆଗରୁ ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ଏହି ପ୍ରସଙ୍ଗ ଚର୍ଚ୍ଚାର କାରଣ ପାଲଟିଛି ।
ସମ୍ପ୍ରତି ବିବାଦ ଦେଖାଦେଇଥିବା ସ୍ଥାନରେ ଶୌଚାଳୟ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ସଂସଦରେ ସ୍ପଷ୍ଟ କରିଥିଲେ ପୁରୀ ସାଂସଦ ପୀନାକି ମିଶ୍ର । ତେବେ କାଲି ଆଉ ଏକ ଅଘଟଣ ଘଟିଛି । ତେବେ ଜଣେ ଦୁର୍ବୁର୍ତ୍ତ ଶ୍ରୀମନ୍ଦିରର ରୋଷ ଶାଳରେ ପଶି ୪୦ ଟି ଚୁଲି କୁ ଭାଙ୍ଗି ଦେଇଛି କାରଣ ପଚାରିବାରୁ ସେ ଉତ୍ତରରେ କହିଥିଲା କି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ ଭଲ ପାଏ ଏବଂ ଭକ୍ତି କରୁଥିବା କହିଛି ଅଭିଯୁକ୍ତ ଜଗନ ।
କିନ୍ତୁ କିଛି ଲୋକଙ୍କ ଗରିବି ଏବଂ ଭୋକିଲା ମୁହଁ ତାଙ୍କୁ ଏମିତି କରିବାକୁ ବାଧ୍ୟ କରିଥିଲା ବୋଲି ସେ କହିଛି । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଘରେ ଦି ଓଳି ଦି ମୁଠା ଖାଇବା ପାଇଁ ନାହିଁ । ସେପଟେ ଅନ୍ୟ କାହା ଘରେ ଖାଦ୍ୟ ପିଙ୍ଗାଯାଉଛି । ଏହି କଥାକୁ ନେଇ ଜଗନ ମନରେ ଅଭିମାନ ବସା ବାନ୍ଧିଥିଲା । ତେଣୁ ସେ ସେହି ଅଭିମାନାରେ ଜଗନ୍ନାଥଙ୍କ ରୋଷଘରେ ପଶି ଚୁଲି ଭାଙ୍ଗି ଦେଇଥିବା ପ୍ରକାଶ କରିଛି ।
ରୋଷ ଘରକୁ ଯାଇଥିଲି ଭୋଗ ଏଣେତେଣେ ପଡିଥିଲା । ମନ ଖରାପ ହେଲା ବୋଲି ଚୁଲି ଭାଙ୍ଗିଦେଲି । ଚୁଲି ଭାଙ୍ଗି ଭୁଲ କରିଛି ହେଲେ ପାପ କରିନି । କାହା ଚାପରେ କିମ୍ବା ପ୍ରରୋଚନାରେ ଏପରି କାଣ୍ଡ କରି ନଥିବା ଜଗନ ସୂଚନା ଦେଇଛି । ତେବେ ଯଦି କୁହାଯିବ ପୁଣି ଥରେ ରୋଷଘରର ଚୁଲି ତିଆରି କରି ଦେବି ବୋଲି ଅଭିଯୁକ୍ତ ପୋଲିସ ଆଗରେ ପ୍ରତିକ୍ରିୟା ରଖିଛି ।
ତେବେ ବର୍ତ୍ତମାନ ଆଉ ଏକ ଖବର ଦେଖିବାକୁ ମିଳିଛି ତେବେ ସିଂହ ଦୁଆର କୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଲୋକ ଆସନ୍ତି । ତେବେ ବର୍ତ୍ତମାନ ର ସମୟରେ ସମସ୍ତେ ଫୋଟୋ ଉଠାଇବାକୁ ଖୁବ ତତ୍ପର ମଧ୍ୟ ଥାଆନ୍ତି । ତେବେ ସେଥିପାଇଁ ଅନେକ ଫୋଟୋ ଗ୍ରାଫର ମଧ୍ୟ ସେହି ସିଂହ ଦୁଆର ଆଗରେ ଛିଡା ହୋଇ ରହିଥାନ୍ତି ଏବଂ ଭକ୍ତ ମାନେ ସେଠାରେ ଫୋଟୋ ମଧ୍ୟ ଉଠାଇ ଥାଆନ୍ତି ।
ତେବେ ବର୍ତ୍ତମାନ ଜଣେ ଫୋଟୋ ଗ୍ରାଫର ଏବଂ ଜଣେ ମହିଳାଙ୍କ ଭିତରେ ଖୁବ ଜୋରରେ ଝଗଡା ହେଉଥିବାର ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ ପଚାରିବାରୁ ସେହି ଫୋଟୋ ଗ୍ରାଫର ଜଣଙ୍କ ଉତ୍ତରରେ କହିଥିଲେ କି ସେହି ମହିଳା ଜଣଙ୍କ ନିଜ ଛୋଟ ପୁଅକୁ ଖୁବ ଜୋରରେ ମାରୁଥିଲେ ତେଣୁ ମୁଁ ତାକୁ ଅଟକାଇବା ଚେଷ୍ଟା କରିବାରୁ ସେ ମୋତେ ଅଭଦ୍ର ଭାଷାରେ ଗାଳି ଦେବା ସହ ଅନେକ କଥା କହି ଚାଲିଲେ ତେଣୁ ମୁଁ ମଧ୍ୟ ରାଗିକରି ଜୋରରେ ପାଟି କରିଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।