ପାକିସ୍ତାନରେ ପଡିଥିଲା ଭାରତର ମିସାଇଲ, ଏବେ ଦେଖନ୍ତୁ ଏ କଣ ହେଇଗଲା …

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏକଥା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ଭୁଲ ବଶତଃ ପାକିସ୍ତାନରେ ଭାରତର ଏକ ମିସାଇଲ ପଡିଥିଲା । ପାକିସ୍ତାନରେ ପଡିଥିବା ସେହି ଭାରତୀୟ ମିସାଇଲର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପୂର୍ବରୁ ହିଁ ପାକିସ୍ତାନରେ ବିବାଦ ଚାଲୁଥିଲା ଓ ଏବେ ଏକ ନୂଆ ଚିନ୍ତା ସାମ୍ନାକୁ ଆସିଛି । ବନ୍ଧୁଗଣ ଇମ୍ରାନ ଖାନ ଓ ପାକିସ୍ତାନ ସେନା ମଧ୍ୟରେ ଭଲ ସମ୍ପର୍କ ଏବେ ଆଉ ନାହିଁ ।

ଇମ୍ରାନ ଖାନ ଲଗାତାର ଆମେରିକା ଓ ପଶ୍ଚିମ ଦେଶ ବିରୋଧରେ ବୟାନ ଦେଉଛନ୍ତି । ସେ ଏକ ବଡ ଆରୋପ ଲଗାଇ କହିଛନ୍ତି ଯେ, ତାଙ୍କ ସରକାରକୁ ପକେଇବା ପଛରେ ଏକ ବଡ ପ୍ଳାନ ହେଉଛି । ଏହି ଚିନ୍ତା ପାକିସ୍ତାନକୁ ଚୀନ ଦେଇଛି । ଇମ୍ରାନ ଖାନଙ୍କ ବୟାନର ପରିଣାମ ଏବେ ପାକିସ୍ତାନ ସେନାକୁ ଭୋଗିବାକୁ ପଡୁଛି । ବନ୍ଧୁଗଣ ପାକିସ୍ତାନ ସେନା ଅତ୍ୟଧିକ ମାତ୍ରାରେ ଚୀନ ଅସ୍ତ୍ରଶସ୍ତ୍ର ଓ ଉପକରଣର ବ୍ୟବହାର କରିଥାଏ ।

ହେଲେ ଚୀନ ଅସ୍ତ୍ରଶସ୍ତ୍ର ପାଇଁ ଏବେ ପାକିସ୍ତାନର ସେନା ପସ୍ତାଉଛି । ପାକିସ୍ତାନ ସେନାର ହୋସ ସେତେବେଳେ ଉଡିଗଲା ଯେତେବେଳେ ଭୁଲ ବଶତଃ ଭାରତର ଏକ ମିସାଇଲ ପାକିସ୍ତାନରେ ପଡିଥିଲା । ଏହି ଘଟଣା ହେବା ବେଳେ ପାକିସ୍ତାନ ନିଜ ସୀମାରେ ଚୀନର ଏୟାର ଡ଼ିଫେନ୍ସ ଲଗାଇ ଥିଲା । ବନ୍ଧୁଗଣ ଗତ କିଛି ବର୍ଷ ହେବ ପାକିସ୍ତାନ ସେନା ଚୀନର ଟ୍ୟାଙ୍କ, ଆର୍ଟିଲେରୀ ଓ ଏୟାର ଡ଼ିଫେନ୍ସ ସମେତ ଅନେକ ଉପକରଣକୁ ସାମିଲ କରିଥିଲା ।

ହେଲେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ସର୍ଭିସିଙ୍ଗ ଓ ପଦର୍ଶନକୁ ନେଇ ବେକାର ପ୍ରମାଣିତ ହୋଇଛି ।  ଗତ କିଛି ବର୍ଷ ତଳେ ପାକିସ୍ତାନ ଚୀନ ଠାରୁ ଏକ ସବମରିନ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା ହେଲେ ଏବେ ଏହାକୁ ନେଇ ପାକିସ୍ତାନ ସେନା ଦୁଃଖିତ ଅଛନ୍ତି । ପାକିସ୍ତାନ ଏବେ ନିଷ୍ପତ୍ତି ନେଇଛି ସେ ଚୀନ ଠାରୁ କୌଣସି ଅସ୍ତ୍ରଶସ୍ତ୍ର କିଣିବ ନାହିଁ । ଚୀନ ବଦଳରେ ସେ ଆମେରିକା, ଜର୍ମାନୀ ଓ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର କିଣିବ ।

ହେଲେ ଏହି ଦେଶ ଗୁଡିକ ମଧ୍ୟ ଏବେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେବା ପାଇଁ ମନା କରିଦେଇଛନ୍ତି । ଇମ୍ରାନ ଖାନଙ୍କ ବୟାନ ପାଇଁ ତାଙ୍କ ସେନାକୁ ଏହାର ପରିଣାମ ଭୋଗିବାକୁ ପଡୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *