ଲଘୁଚାପ ନେବ ବାତ୍ୟାର ରୂପ ! ଏହି ସବୁ ଜିଲ୍ଲା ରୁହନ୍ତୁ ସତର୍କ !

ବନ୍ଧୁଗଣ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପାଣିପାଗ ବିଭାଗ ଅନୁସାରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୬ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବାକୁ ଯାଉଛି ।

ଏହା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ ଯାହା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ପାଣିପାଗ ବିଭାଗର ଏହି ଆକଳନ ପରେ ଏବେ ବାତ୍ୟା ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଓ ଚର୍ଚ୍ଚା । କାରଣ ଆପଣ ମାନେ ଜାଣିଥିବେ ଯେ, ଏପ୍ରିଲ ମାସରେ ଆସୁଥିବା ସମସ୍ତ ଲଘୁଚାପ ଅଧିକ ଶକ୍ତିଶାଳୀ ରହିବାର ସମ୍ଭାବନା ରହିଛି ।

ଏପରି କି ଭିନ୍ନ ଭିନ୍ନ ମଡେଲ ମଧ୍ୟ ଲଘୁଚାପକୁ ନେଇ ନିଜର ମତ ରଖିଛନ୍ତି । ଲଘୁଚାପ ଆଗାମୀ ସମୟରେ ବାତ୍ୟାର ରୂପ ନେଇପାରେ ବୋଲି ସେମାନେ ଆଶଙ୍କା ବା ଆକଳନ କରୁଛନ୍ତି । ଆମେରିକାନ ଜିଏଫଏକ୍ସର ଆକଳନ ଅନୁସାରେ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ । ଜର୍ମାନ ମଡେଲ ଆକଳନ ଅନୁସାରେ, ଏହି ଘୂର୍ଣ୍ଣୀ ବଳୟ ଲଘୁଚାପ ପରେ ଦୁର୍ବଳ ହୋଇଯିବ ।

ହେଲେ ବିଶେଷଜ୍ଞ ମାନଙ୍କ ମତରେ ଆସନ୍ତା ୯ ରୁ ୧୧ ତାରିଖ ମଧ୍ୟରେ ଏହାର ଚିତ୍ର ସ୍ପର୍ଷ୍ଟ ହେବ । ବନ୍ଧୁଗଣ ୨୦୧୯ରେ ଏପ୍ରିଲ ବେଳକୁ ଯେଉଁ ବାତ୍ୟା ସୃଷ୍ଟି ହୋଇଥିଲା ତାହା ଫନି ଥିଲା ଓ ସେହି ବାତ୍ୟାଟି ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ବନ୍ଧୁଗଣ ଏହି ବାତ୍ୟା ମଧ୍ୟ ଏପ୍ରିଲ ମାସରେ ଆସୁଛି ହେଲେ ଏହି ବାତ୍ୟାର ବେଗ ଓ ତୀବ୍ରତା କେତେ ରହିବ ତାହା ବିଷୟରେ କୌଣସି ସ୍ପର୍ଷ୍ଟ ସୂଚନା ଆସି ନାହିଁ । ତଥାପି ଉପକୂଳବରତ୍ତି ଜିଲା ମାନନକୁ ସତର୍କ ରହିବାକୁ କୁହା ଯାଇଛି ।

କାରଣ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪୮ ଘଣ୍ଟା ପରେ ହିଁ ସ୍ପର୍ଷ୍ଟ ହୋଇଯିବ ଏହି ବାତ୍ୟାର ତୀବ୍ରତା କେତେ ରହିବ । ତେବେ ଆପଣ ମାନେ ଏହା ନିଶ୍ଚୟ ଜାଣିଥିବେ ଯେ, ଯେଉଁ ତାତି ଓଡିଶାରେ ରହିଥିଲା ଏବେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାରେ ତାତି କମି ଯାଇଛି । ଏହା ସହ ପାଗ ମଧ୍ୟ କୋହଲିଆ କରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *