ନମସ୍କାର ବନ୍ଧୁଗଣ ତେବେ ୩୭ ଦିନରେ ଋୁଷିଆ – ୟୁକ୍ରେନ ଯୁଦ୍ଧ। କିନ୍ତୁ ବାହାରି ପାରୁନି କୌଣସି ସମାଧାନର ବାଟ। ମାରିଓପୋଲକୁ ଅକ୍ତିଆର କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି ଋୁଷିଆ ସେନା। ଦୋନବାସରେ ମଧ୍ୟ ଅଧିକ ସଂଖ୍ୟାରେ ଋୁଷିଆ ସୈନ୍ୟ ଠୁଳ ହେବାରେ ଲାଗିଛନ୍ତି। ସେପଟେ ୟୁରୋପକୁ ଦିଆଯାଇଥିବା ଗ୍ୟାସ ସଂଯୋଗକୁ ବନ୍ଦ କରିଦେବା ପାଇଁ ଋୁଷିଆ ଧମକ ଦେଇଛି। ତେବେ ଏହା ଭିତରେ ୟୁକ୍ରେନ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ମସ୍କୋ ଅଭିଯୋଗ କରିଛି ।
ରୁଷର ଅଭିଯୋଗ ୟୁକ୍ରେନ ଏହାର ସୀମାର ୨୫ କିଲୋମିଟର ଭିତରେ ପ୍ରବେଶ କରି ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛି । କିଛି ଦିନ ପୂର୍ବେ ବିଶେଷଜ୍ଞମାନେ ଦାବି କରିଥିଲେ, ରୁଷ ନିଜ ଅଞ୍ଚଳରେ ବିସ୍ଫୋରଣ କରି ଏଥିପାଇଁ ୟୁକ୍ରେନକୁ ଦାୟୀ କରିପାରେ। ଏବେ ରୁଷର ଏହି ଅଭିଯୋଗ କିଛି ଭିନ୍ନ ସଂକେତ ଦେଉଛି। ରୁଷ ଅଧିକାରୀ ଗ୍ଲାଡକୋଭ କହିଛନ୍ତି, ୟୁକ୍ରେନର ଦୁଇଟି ସୈନ୍ୟ ହେଲିକପ୍ଟର ସାହାଯ୍ୟରେ ଏହି ଆକ୍ରମଣ କରା ଯାଇଛି।
ତେବେ ରୁଷର ଅଭିଯୋଗ ୟୁକ୍ରେନର ଦୁଇଟି ହେଲିକପ୍ଟର ୱେଲଗୋରୋଦ ସହରରେ ପଶି ଏସ-୮ ରକେଟ ଜରିଆରେ ଆକ୍ରମଣ କରିଛି । ମସ୍କୋର ଏହି ଦାବି ଯଦି ସତ, ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ରୁଷ ଉପରେ ଅନ୍ୟ କୌଣସି ଦେଶ ଏୟାର ଷ୍ଟ୍ରାଇକ କରିବା ପ୍ରଥମ ଘଟଣା। ୟୁକ୍ରେନ ଯେଉଁ ତେଲ ଡିପୋ ଉପରେ ଆକ୍ରମଣ କରିଛି ତାହା ରୁଷର ସରକାରୀ କମ୍ପାନୀ ରୋଜନେଫ୍ଟ ଦ୍ୱାରା ପରିଚାଳିତ।
ଏହି ଆକ୍ରମଣରେ କମ୍ପାନୀର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହାଛଡା ଆଖପାଖ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆ ରେ ଜାରି କରାଯାଇଛି। ତେବେ ଅନ୍ୟପଟେ ରୁଷର ଏହି ଦାବି ଉପରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଅନ୍ୟପଟେ ରୁଷର ଏହି ଦାବି ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ପ୍ରଶ୍ନ ଉଠାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଦେଶରୁ ବିତାଡିତ ରୁଷ ନେତା ଅଭିଯୋଗ କରିଥିଲେ ଯେ, ପୁଟିନ ପ୍ରଶାସନ ରୁଷର କିଛି ସହରରେ ଆକ୍ରମଣ କରିପାରେ। ଏବଂ ଏହାର ଦୋଷ ୟୁକ୍ରେନ ଉପରେ ଲଦିବ। ତେବେ ତେବେ ସ୍ଥାନୀୟ ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଗ୍ଲେଡକୋଭ ଟେଲିଗ୍ରାମ ବାର୍ତ୍ତାରେ ଦୁଇଟି ୟୁକ୍ରେନୀୟ ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣ ଯୋଗୁ ଡିପୋରେ ନିଆଁ ଲାଗିଥିବା ଉଲ୍ଲେଖ କରିଛନ୍ତି।
ତେବେ ଏହି ଆକ୍ରମଣରେ କେହି ହତାହତ ହେବାର ଖବର ନାହିଁ। କମ ଉଚ୍ଚତାର ଉଡାଣରେ ଆକ୍ରମଣ କରି ହେଲିକପ୍ଟର ପୁଣି ୟୁକ୍ରେନ ସୀମାକୁ ଫେରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।