ଟଳିଲା ବଡ Train ଦୁର୍ଘଟଣା ! ବୃଦ୍ଧା ମହିଳାଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚେଇ ଦେଲା ଶହ-ଶହ ଲୋକଙ୍କ ଜୀବନ, ଶୁଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି…

ବନ୍ଧୁଗଣ ଜଣେ ମହିଳା ନିଜ ଶାଢୀ ଟାଙ୍ଗୀ ବଞ୍ଚାଇ ଦେଲେ ହଜାର ହଜାର ଜୀବନ । ଓମବତୀଙ୍କୁ ନେଇ ସାରା ଦେଶରେ ଚାଲିଛି ଏବେ ଚର୍ଚ୍ଚା । ୭୦ ବର୍ଷୀୟ ମହିଳାଙ୍କ ବୁଦ୍ଧି ପାଇଁ ଦୁର୍ଘଟଣାରୁ ଅଳ୍ପ କେ ବର୍ତ୍ତୀ ଗଲା ଯାତ୍ରୀବାହୀ ଟ୍ରେନ । ନିଜ ମୁଣ୍ଡ ଖଟାଇ ଅଟକାଇ ଦେଲେ ଟ୍ରେନ ଆକ୍ସିଡେଣ୍ଟ । ଉତ୍ତର ପ୍ରଦେଶରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି । ୭୦ ବର୍ଷୀୟ ବୟସ୍କ ବୃଦ୍ଧା ମହିଳା ଓମବତୀଙ୍କୁ ରେଲୱେ ବିଭାଗ ଜଣାଇଛି ସାବାସି ।

ମିଳିଥିବା ସୂଚନା ଅନୁସାରେ ସବୁଦିନ ପରି ଗତ ଗୁରୁବାର ସକାଳ ୮ଟାରେ ଏହି ଘଟଣା ଘଟିଥିଲା । ଆଉ ସବୁ ଦିନ ପରି ନିଜ କ୍ଷେତକୁ କାମ କରିବା ପାଇଁ ବାହାରି ଥିଲେ ଓମବତୀ । ରାସ୍ତାରେ ଯିବା ସମୟରେ ସେ ଦେଖିଥିଲେ ଯେ, ରେଳ ଧାରଣାରେ ଏକ ବଡ ଫାଟ ସୃଷ୍ଟି ହୋଇଛି ।

କେମିତି ଟ୍ରେନକୁ ଅଟକାଇବେ ଓ କେମିତି ଲୋକଙ୍କ ଜୀବନ ବଞ୍ଚାଇବେ ସେ ନେଇ କଣ କରିବେ କିଛି ଭାବି ପାରୁ ନଥିଲେ । ହେଲେ ସେତିକି ବେଳେ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ସୁଜି ଥିଲା । ସେ ନିଜ ଶାଢୀକୁ ଟ୍ରେନ ଟ୍ରାକରେ ଦୁଇଟି ବାଡି ସାହାର୍ଯ୍ୟରେ ଟଙ୍ଗାଇ ଦେଇଥିଲେ । ଯାହାଫଳରେ ଟ୍ରେନ ଟ୍ରାକ ଫାଟି ଥିବା ସ୍ଥାନରୁ ବହୁତ ଦୂରରେ ଅଟକି ଯାଇଥିଲା ଏବଂ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳ ୮ଟା ସମୟରେ ଏହି ଘଟଣା ଘଟିଥିଲା । ଏଣ୍ଟା ଜାଲସେର ତୁଣ୍ଡଳା ଯାତ୍ରୀବାହି ଟ୍ରେନ ଏଣ୍ଟା ଠାରୁ ତୁଣ୍ଡଳା ଅଭିମୁଖେ ଯାଉଥିଲା ହେଲେ କୁସୁଆ ଗ୍ରାମରେ ଟ୍ରାକ ଫାଟି ଯାଇଥିଲା । ଗୁଲେରିଆ ଗାଁର ବାସିନ୍ଧା ଓମବତୀ ସେହି ଟ୍ରାକ ଦେଇ ଯିବା ସମୟରେ ନିଜ ବୁଦ୍ଧି ଖଟାଇ ଏପରି କାମ କରିଥିଲେ ଓ ଟ୍ରେନ ଦୁର୍ଘଟଣାକୁ ରୋକିପାରି ଥିଲେ ।

ଯଦି ଓମବତୀ ନିଜ ଶାଢୀ ଟାଙ୍ଗୀ ନଥାନ୍ତେ ଟା ହେଲେ ବୋଧେ ଟ୍ରେନଟି ଏକ ବଡ ଦୁର୍ଘଟଣାର ସାମ୍ନା କରିଥାନ୍ତା । ତେବେ ଓମବତୀଙ୍କ ଏପରି କାର୍ଯ୍ୟ ସତରେ ବେସ ପ୍ରଶଂସନୀୟ । ଏବେ ଏହି ଖବରଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ସମସ୍ତ ଲୋକ ଓମବତୀଙ୍କ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *