କୃଷକ ମାନଙ୍କ ପାଇଁ ବଡ ଖବର, ଏବେ ଏହି ମାସରୁ ଆସିବ ପିଏମ କିଶାନ ସ୍କିମରେ ୨୦୦୦-୨୦୦୦ ଟଙ୍କା, ଚେକ କରି ନିଅନ୍ତୁ ଲିଷ୍ଟରେ ନିଜର ନାମ

କୃଷକମାନଙ୍କ ପାଇଁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବା ପାଇଁ ଯୋଜନା ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ। ଅର୍ଥାତ୍ ୨ ମାସ ପରେ ମୋଦୀ ସରକାର ଆପଣଙ୍କ ଆକାଉଣ୍ଟକୁ ଆଉ ୨୦୦୦ଟଙ୍କା ପଠାଇବେ । ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନୋଟି କିସ୍ତିରେ ୬୦୦୦ ଟଙ୍କା ଦିଆଯାଏ |

ପିଏମ-କିଶାନ ସ୍କିମର ସିଇଓ ବିବେକ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଅଗଷ୍ଟରୁ ପଠାଯାଉଥିବା ଟଙ୍କା ଏହି ଯୋଜନାର ଷଷ୍ଠ କିସ୍ତି ହେବ | ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୯.୫୪ କୋଟି ଡାଟା ଭେରୀଫାଏ କରାଯାଇଛି। ” ଏହାର ଅର୍ଥ ହେଉଛି ଏହି ଯୋଜନାରେ ଯାହା ଟଙ୍କା ପଠାଯିବ, ତାହାର ଲାଭ ସାଢେ ନଅ କୋଟିରୁ ଅଧିକ ଚାଷୀ ପାଇବେ।

 

ତେଣୁ ଆପଣଙ୍କର ରେକର୍ଡ ଯାଞ୍ଚ କରନ୍ତୁ | ଯାହାଦ୍ୱାରା ଟଙ୍କା ପାଇବାରେ କୌଣସି ସମସ୍ଯା ନ ହେଉ | ଯଦି ରେକର୍ଡରେ କୌଣସି ତୃଟି ଅଛି ତେବେ ଆପଣ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ | କୃଷି ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ କି ୧.୩ କୋଟି ଚାଷୀ ଆବେଦନ କରିବା ପରେ ମଧ୍ୟ ସେମାନଙ୍କୁ ତାଙ୍କା ମିଳିପାରି ନାହିଁ କାରଣ ହୁଏତ ସେମାନଙ୍କ ରେକର୍ଡ ଭୁଲ ଅଛି କିମ୍ବା ଆଧାର କାର୍ଡ ନାହିଁ |

ରେକର୍ଡ ଠିକ ଅଛି କି ନାହିଁ କିପରି ଚେକ କରିବେ

 

ପିଏମ କିଶାନ ସମ୍ମାନ ନିଧି ସ୍କିମ ର ଅଫିସିଆଲ ୱେବ୍ସାଇଟ (pmkisan.gov.in) ଅଟେ | ଏଥିପାଇଁ ଆପଣଙ୍କୁ ୱେବସାଇଟ୍ ଲଗ୍ ଇନ୍ କରିବାକୁ ପଡିବ | ଏଥିରେ ଆପଣଙ୍କୁ ‘ Farmers Corner’ ଟ୍ୟାବରେ କ୍ଲିକ୍ କରିବାକୁ ପଡିବ |

ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ଭୁଲ ଦିଆଯାଇଛି, ତେବେ ଏହାର ସୂଚନା ଏଥିରେ ମିଳିବ |

‘ Farmers Corner’ ରେ କୃଷକମାନଙ୍କୁ ମଧ୍ୟ ପିଏମ କିସାନ ଯୋଜନା ଅଧୀନରେ ପଞ୍ଜୀକରଣ କରିବାର ବିକଳ୍ପ ଦିଆଯାଇଛି।

ଏଥିରେ ସରକାର ସମସ୍ତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଅପଲୋଡ୍ କରିଛନ୍ତି। ଆପଣଙ୍କର ଆବେଦନର ସ୍ଥିତି କ’ଣ ଅଟେ ? ଆଧାର ନମ୍ବର / ବ୍ୟାଙ୍କ ଆକାଉଣ୍ଟ / ମୋବାଇଲ୍ ନମ୍ବର ମାଧ୍ୟମରେ କୃଷକମାନେ ଏହା ଜାଣିପାରିବେ |

ଯେଉଁ ଚାଷୀଙ୍କୁ ଏହି ଯୋଜନାର ଲାଭ ସରକାରଙ୍କ ତରଫରୁ ଦିଆଯାଇଛି, ସେମାନଙ୍କ ନାମ ରାଜ୍ୟ / ଜିଲ୍ଲା / ତହସିଲ / ଗ୍ରାମ ଅନୁଯାୟୀ ମଧ୍ୟ ଦେଖି ପାରିବେ ।

ସିଧାସଳଖ ମନ୍ତ୍ରାଳୟ ସହିତ ସମ୍ପର୍କ କରିବାର ସୁବିଧା

ଏହା ମୋଦୀ ସରକାରଙ୍କର ସବୁଠାରୁ ବଡ କୃଷକ ଯୋଜନା ହୋଇଥିବାରୁ କୃଷକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଦିଆଯାଇଛି। ଏଥିରେ ଏକ ହେଲ୍ପଲାଇନ ନମ୍ବର ଅଛି | ଯାହା ମାଧ୍ୟମରେ ଦେଶର ଯେ କୌଣସି ଅଞ୍ଚଳର କୃଷକମାନେ ସିଧାସଳଖ କୃଷି ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିପାରିବେ।

ପିଏମ କିଶାନ ଟୋଲ୍ ଫ୍ରି ନମ୍ବର: 18001155266

ପିଏମ କିଶାନ ହେଲ୍ପଲାଇନ ନମ୍ବର: 155261

ପିଏମ କିଶାନ ଲ୍ୟାଣ୍ଡଲାଇନ ନମ୍ବର: 011—23381092, 23382401

ପିଏମ କିଶାନ ର ଆଉ ଏକ ହେଲ୍ପଲାଇନ ଅଛି: 0120-6025109

ଇମେଲ୍ ଆଇଡ଼ି: [email protected]

ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *