ନମସ୍କାର ବନ୍ଧୁଗଣ ତେବେ ଭାରତୀୟ ଆଇନ ମୁତାବକ ପୁଅ ବୃଦ୍ଧ ବାପା ମାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାର ଆଇନ ରହିଛି । ଏହାସହ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ସ୍ୱାମୀ ଜଣଙ୍କ ଭରଣ ପୋଷଣ ଦେବାର ବି ଆଇନ ରହିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି କିଛି ମାମଲା ରହିଛି ଯେଉଁ ମାମଲାରେ ଯଦି ପୁଅର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ବୃଦ୍ଧ ମାତା ପିତାଙ୍କୁ ବୋହୁ ଭରଣ ପୋଷଣ ଦେବାକୁ ବାଧ୍ୟ ।
ଏହି ପ୍ରସଙ୍ଗରେ ଏବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ କିଛି ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ଉଭୟ କୋର୍ଟ ଏକ ସମାନ ମାମଲାର ରାୟ ଶୁଣାଇ କହିଛନ୍ତି କି ଯଦି ଅର୍ଦ୍ଧସାରିକ ବାହୀନିରେ ଚାକିରି କରିଥିବା ଯୁବକର ମୃତ୍ୟୁ ହୋଇଯାଏ ଓ ତାଙ୍କ ସ୍ୱାମୀଙ୍କୁ ଅନୁକମ୍ପା ମୂଳକ ଚାକିରୀ ମିଳିଛି ଏବଂ ସ୍ତ୍ରୀ ଜଣଙ୍କ ଅନ୍ୟତ୍ର ବିବାହ କରୁଛନ୍ତି ତ ଏହି କ୍ଷେତ୍ରରେ ସଂପୃକ୍ତ ମହିଳାଙ୍କୁ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ପଡିବ ।
ଏହାସହ ଦ୍ୱତୀୟ ସ୍ୱାମୀଙ୍କ ଠାରୁ ଜନ୍ମ ହୋଇଥିବା ପିଲାଙ୍କ ଭରଣ ପୋଷଣ ଆଳରେ ବୋହୁ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରି ପାରିବେ ନାହିଁ । କେବଳ ସେତିକି ନୁହେଁ ଯଦି ମୃତ ସ୍ୱାମୀଙ୍କର ଅନ୍ୟ କେହି ଭାଇ ଥାନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ ପୁଣି ବି ମୃତ ପୁଅର ସ୍ତ୍ରୀ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରି ପାରିବ ନାହିଁ ।
ତେବେ ପଞ୍ଜାବ ଓ ହରିଆଣା ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ରାଜବୀର ସହରାବତ ସିଆଇଏସଏଫର ଜଣେ ମହିଳା କନେଷ୍ଟବଳଙ୍କ ଅଭିଯୋଗର ଶୁଣାଣି କରି ଏହି ରାୟ ଦେଇଛନ୍ତି ।ଏହି ମହିଳା କନେଷ୍ଟବଳଙ୍କୁ ନିଜ ଦରମା ର ୨୫ ପ୍ରତିଶତ ତାଙ୍କ ମୃତ ସ୍ୱାମୀଙ୍କ ପିତା ମାତାଙ୍କୁ ଦେବାକୁ ସିଆଇଏସଏଫ ତରଫରୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସିଆଇଏସଏଫଙ୍କ ଏଭଳି ନିର୍ଦ୍ଦେଶକୁ ମହିଳା ଜଣଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ତେବେ ଅଭିଯୋଗ କାରୀ ମହିଳା କନେଷ୍ଟବଳଙ୍କ ସ୍ୱାମୀ କୂଲଦୀପ ସିଂ ସିଆଇଏସଏଫ ର ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । କୌଣସି କାରଣରୁ ୧୯୯୮ ଫେବୃଆରୀ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମହିଳା ଜଣଙ୍କୁ ଅନୁକମ୍ପା ଭିତ୍ତିରେ ସ୍ୱାମୀଙ୍କ ସ୍ଥାନରେ ଚାକିରୀ ମିଳିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।