ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ନେଇ ହଙ୍ଗମା ! PM Modi ଙ୍କ ଏହି 1 ଫଟୋ ପଲଟେଇ ଦେଲା ସବୁ ଖେଳ…

ବନ୍ଧୁଗଣ ବଲିଉଡ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏବେ ଯୁକ୍ତି ତରକ ଆରମ୍ଭ ହୋଇଯାଇଛି । ‘ଦ କାଶ୍ମୀର ଫାଇଲ୍ସ’ ଏବେ ବହୁତ ଭଲ ରିଭ୍ୟୁ ମିଳୁଛି । କୁହାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି । ନରେନ୍ଦ୍ର ମୋଦୀ ଫିଲ୍ମର ଟିମ ସହ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଲଗାତର ଚର୍ଚ୍ଚାରେ ରହିଛି ।

ତେବେ ଗତ କିଛି ସମୟ ହେବ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀଙ୍କ ସହ ଏହି ଫିଲ୍ମର ମେକର୍ଷ ମାନେ ଛିଡା ହୋଇଥିବାର ନଜର ଆସୁଛନ୍ତି । ଏହି ଫଟୋ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । କାଶ୍ମୀର ପଣ୍ଡିତ ମାନଙ୍କ କଷ୍ଟକୁ ଦର୍ଶାଉ ଥିବା ଏହି ଫିଲ୍ମ ଅନେକ ଲୋକଙ୍କ ମନ ଜିତି ନେଇଛି । ଏହି ଫିଲ୍ମ ସହ ଲୋକ ମାନଙ୍କର ଭାବନା ଲଗାତାର ଯୋଡି ହେଉଛି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆଗରୁ ମଧ୍ୟ ଫିଲ୍ମ ହୋଇଛି ହେଲେ କେବେବି ଏହି ଘଟଣାକୁ ନେଇ ନିଷ୍ପକ୍ଷତା ଓ ଗଭୀରତା ବିଷୟରେ କଥାବାର୍ତ୍ତା ହୋଇନାହିଁ । ସୋସିଆଲ ମିଡିଆରେ ତ ଅନେକ ଲୋକ କହୁଛନ୍ତି, ଏହି ଫିଲ୍ମ କେବଳ ମୋଦୀ ସରକାରଙ୍କ ସମୟରେ ହିଁ ରିଲିଜ ହୋଇପାରିବ । ଯଦି କ୍ଷମତାରେ ଅଲଗା କୌଣସି ପାର୍ଟି ଥାନ୍ତା ତା ହେଲେ ସେ ଏହି ଫିଲ୍ମକୁ କେବେବି ରିଲିଜ ହେବା ପାଇଁ ଦେଇ ନଥାନ୍ତା ।

ସୋସିଆଲ ମିଡିଆ ରେ କିଛି ୟୁଜର୍ସ ମାନେ କହିଛନ୍ତି, ଯେଉଁ ଫିଲ୍ମକୁ ପ୍ରମୋଟ କରିବା ପାଇଁ ଲୋକମାନେ ମନା କରିଦେଇଥିଲେ ସେହି ଫିଲ୍ମକୁ ନିଜେ ନରେନ୍ଦ୍ର ମୋଦୀ ପ୍ରମୋଟ କରିଦେଲେ । ଏହି ଫିଲ୍ମକୁ ଦେଖିବା ପରେ ଅନେକ ଲୋକ କହୁଛନ୍ତି ଯେ, ଯୁବପଢି ମାନଙ୍କୁ ଏହି ଫିଲ୍ମ ନିଶ୍ଚୟ ଦେଖିବା ଦରକାର ଯେଉଁ ମାନେ କାଶ୍ମୀରରେ ଘଟିଥିବା ଏହି ଘଟଣା ବିଷୟରେ ଜାଣି ନାହାନ୍ତି ।

ବନ୍ଧୁଗଣ ଏହି ଫିଲ୍ମକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତ ବି ନିଜର ପ୍ରତିକ୍ରିୟା ଦେଇଛନ୍ତି । କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟରେ କହିଛନ୍ତି-‘ମଲ୍ଟିପ୍ଲେକସରେ ଏହି ଫିଲ୍ମକୁ ଦେଖିବା ପାଇଁ ସକାଳ ୬ର ସୋ ବି ଫୁଲ୍ ଅଛି ଯାହା ବହୁତ ଅସାଧାରଣ ଅଟେ । ବଲିଉଡ ଓ ସେମାନଙ୍କର ଚାମଚା ଦଳ ଏବେ ସଦମାରେ ଅଛନ୍ତି’ ।

ବର୍ତ୍ତମାନ ଫିଲ୍ମକୁ ଦେଶର ଜନତା ମାନଙ୍କ ସପୋର୍ଟ ମିଳୁଛି । ଏହି ଫିଲ୍ମକୁ ହରିୟଣା, ଗୁଜୁରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ଟ୍ୟାକସ ଫ୍ରି କରିଦିଆଯାଇଛି । ଏହି ଫିଲ୍ମଟିକୁ ଦେଖିବା ପାଇଁ ଲୋକମାନେ ଥିଏଟର ଫୁଲ୍ କରିଦେଉଛନ୍ତି । ଯେଉଁ ମାନେ ବି ଏହି ଫିଲ୍ମ ଦେଖୁଛନ୍ତି ସେମାନଙ୍କ ଆଖିରୁ ଲୁହ ଆସିଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଏହି ଫିଲ୍ମଟି ନିଶ୍ଚୟ ଦେଖନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *