ବନ୍ଦ ହେବ ଯୁଦ୍ଧ ! ନଇଁଲା ୟୁକ୍ରେନ, ମାନିନେଲା ଋଷର ଏହି 2 ଟି ସର୍ତ୍ତ, ଦେଖନ୍ତୁ ତାହା କଣ କଣ…

ୟୁକ୍ରେନ ଓ ଋଷର ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ଋଷ କିଛି ସମୟ ପାଇଁ ଯୁଦ୍ଧ ବନ୍ଦ କରିବ । ୟୁକ୍ରେନର ମିଡିଆର କହିବା ଅଟେ କି ଆଜି ସକାଳେ ଋଷର ରକ୍ଷାମନ୍ତ୍ରାଳୟ ଆଜି ସକାଳ ୧୦ ଟା ବେଳେ ଗୋଳିବାରି ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତି ନେଇଛି । ଏହା ସିଜ ଫାୟାର ଅଟେ । ଏହା ଏଥିପାଇଁ କରାଯାଉଛି ଯୁଦ୍ଧ କାରଣରୁ ଫସି ରହିଥିବା ସାଧାରଣ ଜନତା ସୁରକ୍ଷିତ ଯୁଦ୍ଧ କ୍ଷେତ୍ରରୁ ବାହାରକୁ ବାହାରି ପାରିବେ ।

ତାଙ୍କର ସୁରକ୍ଷାକୁ ଦ୍ରୁଷ୍ଟିରେ ଏହିଭଳି ନିଷ୍ପତି ନିଆ ଯାଇଛି । ଋଷ ଘୋଷଣା କରିଛି କି ବୁଧବାର ଦିନ ୧୦ ଟା ବେଳେ ଋଷ ୟୁକ୍ରେନର ରାଜଧାନୀ କିବରେ ଗୋଳିବାରି କରିବ ନାହିଁ । ଋଷ ତରଫରୁ କୌଣସି ବି ପ୍ରକାରର ଗୋଳିବାରି ହବ ନାହିଁ ।

ଯାହା ଦ୍ଵାରା ୟୁକ୍ରେନ ଛାଡୁ ଥିବା ଲୋକମାନେ ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ବାହାରକୁ ବାହାରି ପାରିବେ । କିନ୍ତୁ ବର୍ତ୍ତମାନ ଜଣା ପଡି ନାହିଁ କି ଏହି ସିଜ ଫାୟାର କେତେ ସମୟ ପର୍ଯ୍ୟନ୍ତ ରହିବ । ୟୁକ୍ରେନ ଦେଶର ଟାଇମ ଅନୁସାରେ ୧୦ ଟା ବେଳେ ଓ ଭାରତର ଟାଇମ ଅନୁସାରେ ୧୨.୩୦ ସମୟରେ ଏହି ସିଜ ଫାୟାର ଆରମ୍ଭ ହୋଇ ଯିବ । ଋଷ ମିଡିଆରେ ଅପୌଚାରିକ ରୂପରେ ସଫା ସଫା କୁହାଯାଇଛି କି ଋଷ ତରଫରୁ କୌଣସି ବି ପ୍ରକାରର ଗୋଳିବାରି କରାଯିବ ନାହିଁ ।

ଯୁଦ୍ଧ କ୍ଷେତ୍ରରୁ ବାହାରକୁ ବାହାରୁଥିବା ଲୋକମାନଙ୍କ ପାଇଁ ଏହା ବହୁତ ବଡ କଥା ଅଟେ । ଯୁଦ୍ଧ ବିରାମ ଦ୍ଵାରା ଭାରତୀୟ ଲୋକମାନେ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ୟୁକ୍ରେନରେ ଫସି ରହିଛନ୍ତି ସେମାନଙ୍କୁ ବାହାରକୁ ବାହାର କରିବା ପାଇଁ ସୁବିଧା ହେବ । ଏହିଭଳି ନିଷ୍ପତି କେଉଁଠି ନା କେଉଁଠି ଋଷ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ଵକୁ ଦର୍ଶାଉଛି ।

କହିଦେଉଛୁ କି ୟୁକ୍ରେନ ଓ ଋଷ ମଧ୍ୟରେ ପାଖାପାଖି ୨ ସପ୍ତାହ ହେବ ଯୁଦ୍ଧ ଚାଲିଛି । ଏହା ମଧ୍ୟରେ ୟୁକ୍ରେନରୁ ପାଖାପାଖି ୧୭ ଲକ୍ଷ ଲୋକମାନେ ପଳାଯନ କରିସାରିଛନ୍ତି । ୟୁକ୍ରେନରେ ହଜାର ହଜାର ସଂଖ୍ୟାରେ ଲୋକମାନଙ୍କ ମୃତ୍ୟୁ ହୋଇସାରିଛି । ୟୁକ୍ରେନର ରାଜଧାନୀ କିବରେ ହଜାର ସଂଖ୍ୟାରେ ୟୁକ୍ରେନବାସୀଙ୍କ ମୃତ୍ୟୁ ହୋଇସାରିଛି ଓ ୟୁକ୍ରେନରେ ସୈନିକମାନେ ସହିଦ ହେଉଛନ୍ତି ।

ବର୍ତ୍ତମାନର ଯୁଦ୍ଧର ସ୍ଥିତିକୁ ଦେଖି ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦିମୀର ଜେଲେଂସ୍କୀ ଋଷର ଶର୍ତକୁ ମାନିନେଇଛନ୍ତି । ତୃତୀୟ ପର୍ଯ୍ୟାୟ ଆଲୋଚନାରେ ଋଷ ୟୁକ୍ରେନ ସାମ୍ନାରେ ୪ ଟି ଶର୍ତ ରଖିଥିଲା । ତାହା ମଧ୍ୟରୁ ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦିମୀର ଜେଲେଂସ୍କୀ ୨ ଟି ଶର୍ତକୁ ମାନି ନେଇଛନ୍ତି । ସେହି 2 ଟି ସର୍ତ୍ତ ହେଲା ପ୍ରଥମରେ ନାଟୋ ର ସଦସ୍ୟ ହେବ ନାହିଁ ୟୁକ୍ରେନ ବୋଲି କହିଛନ୍ତି ଜେଲେଂସ୍କି, 2 ଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ଦେବାକୁ ରାଜି ହୋଇଛନ୍ତି ଜେଲେଂସ୍କି । 

ଏହା ସହିତ ୟୁକ୍ରେନର ରାଷ୍ଟ୍ରପତି ୟୁକ୍ରେନ ଦେଶର ଧ୍ଵଂସ ଓ ୟୁକ୍ରେନବାସୀନାକ ମୃତ୍ୟୁ ପାଇଁ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି ପାଶ୍ଚାତ୍ୟ ଦେଶ ଋଷର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଓ ଋଷକୁ ରୋକିବାରେ ବିଫଳ ହୋଇଛନ୍ତି । ୟୁକ୍ରେନବାସୀ ନିଜ ଜୀବନକୁ ବାଜିରେ ଲଗାଇ ଲଢୁଥିବା ସମୟରେ ସମସ୍ତେ କେବଳ ଦେଖୁଥିଲେ । ଯାହାକି ତାଙ୍କ ପାଇଁ ଦୁର୍ଭାଗ୍ୟ ଜନକ ଥିଲା ।

କହିଦେଉଛୁ କି ୟୁକ୍ରେନ ରାଷ୍ଟ୍ରପତି ପାଶ୍ଚାତ୍ୟ ଦେଶ ଗୁଡିକୁ ବହୁତ ହିଁ କଡା ସମାଲୋଚନ କରିଛନ୍ତି । କହିଦେଉଛୁ କି ଆସନ୍ତା କଲି ତୁର୍କୀରେ ଋଷ ଓ ୟୁକ୍ରେନ ମଧ୍ୟରେ ଚତୁର୍ଥ ଥର ପାଇଁ ଆଲୋଚନା ହେବ । ୟୁକ୍ରେନ ଋଷର ଶର୍ତରେ ରାଜି ହୋଇଥିବାରୁ ବର୍ତ୍ତମାନ ଯୁଦ୍ଧ ସମାପ୍ତ ହୋଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *