ଯୁଦ୍ଧ ମଧ୍ୟରେ ଭାରତ କରିବାକୁ ଯାଉଛି କିଛି ଏମିତି ବଡ କାମ, ଅନେକ ଦେଶ ମାଗିବେ ସାହାର୍ଯ୍ୟ, ଦେଖନ୍ତୁ ତାହା କଣ…?

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୨ରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି ।ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ବନ୍ଧୁଗଣ ଏହି ଯୁଦ୍ଧଟି ଦୁନିଆରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ବନ୍ଧୁଗଣ ଏହି ଯୁଦ୍ଧ ପରେ କଞ୍ଚା ତେଲର ଦର ବଢିବାରେ ଲାଗିଛି ଓ ଦୁନିଆରେ ଗହମର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ଭାରତ ଏକ ବଡ କାମ କରିପାରେ । ବନ୍ଧୁଗଣ ଏବେ ଅନେକ ବଡ ଦେଶକୁ ଗହମ ପାଇବା ପାଇଁ ଭାରତ ଉପରେ ନିର୍ଭର କରିବାକୁ ପଡିପାରେ ।

କାରଣ ପୁରା ଦୁନିଆରେ ୩୦ ପ୍ରତିଶତ ଗହମ ଉତ୍ପାଦନ କରୁଥିବା ଦୁଇ ଦେଶ ତଥା ଋଷ ଓ ୟୁକ୍ରେନ ଏବେ ଯୁଦ୍ଧ କରୁଛନ୍ତି । ଅନ୍ୟ ପକ୍ଷରେ ଭାରତରେ ଏବେ ନୂଆ ଫସଲ କାଟିବାର ସମୟ ଆସିଯାଇଛି । ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ଭାରତରେ ଉତ୍ପାଦନ ହେଉଥିବା ଗହମର ମାଙ୍ଗ ଏବେ ସାରା ଦୁନିଆରେ ବହୁତ ପ୍ରଚଳିତ ହେଉଛି । କାରଣ ଅନେକ ଦେଶକୁ ଗହମ ରପ୍ତାନି କରୁଥିବା ଋଷ ଉପରେ ଏବେ ପ୍ରତିବନ୍ଧକ ଲାଗି ସାରିଛି ।

ଆଉ ୟୁକ୍ରେନର ଏବେ ଗହମ ବିକ୍ରି କରିବା ଭଳି ସ୍ଥିତି ନାହିଁ । ଏବେ ସୂଚନା ମିଳୁଛି ଯେ, ପ୍ରଥମ ଥର କେତେକ ୟୁରୋପୀୟ ଦେଶ ଭାରତ ଠାରୁ ଗହମ କିଣିବା ପାଇଁ ଇଛା କରିଛନ୍ତି । ବନ୍ଧୁଗଣ ଭାରତରେ ଗହମ ଚାଷ ବହୁତ ମାତ୍ରାରେ ହୋଇଥାଏ । ଭାରତ କେତେ ଦେଶକୁ ଗହମ ବିକ୍ରି ମଧ୍ୟ କରୁଛି ଏମିତି କୁହାଯାଉଛି ଯେ, ଏହି ଯୁଦ୍ଧ ମଧ୍ୟରେ ଭାରତର ଗହମ ବିକ୍ରି ଆହୁରି ବଢିପାରେ । ଆଗାମୀ ସମୟରେ ଭାରତ ୪ ଗୁଣ ଅଧିକ ଗହମ ଅନ୍ୟ ଦେଶ ମାନଙ୍କୁ ବିକ୍ରି କରିବ ।

୧୫ ମାର୍ଚ୍ଚରୁ ଭାରତରେ ନୂଆ ଫସଲ କଟା ହେବାକୁ ଯାଉଛି । ବନ୍ଧୁଗଣ କୂଟନୈତିକ ଦ୍ରୁଷ୍ଟିରୁ ମଧ୍ୟ ଗହମ ଭାରତକୁ ବହୁତ ମଝବୁତ କରିଦେବ । ଭାରତ ଗତ କିଛି ମାସ ତଳେ ଆଫଗାନିସ୍ତାନକୁ ଗହମ ବିକ୍ରି କରି ଦୁନିଆ ସାମ୍ନାରେ ଉଦାହରଣ ପାଲଟି ଥିଲା । ଆଉ ଏବେ ଅନ୍ୟ ଦେଶ ମାନେ ଗହମ ପାଇଁ ଭାରତ ଉପରେ ନିର୍ଭର ହେବା କାରଣରୁ ଭାରତର ସମ୍ମାନ ଆହୁରି ବଢିଯିବ ।

Leave a Reply

Your email address will not be published. Required fields are marked *