ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?
ଉତ୍ତର- ହାତୀ ନିଜ ନାକ ଦ୍ଵାରା ସବୁ କାମ କରିଥାଏ ।
୨. କେଉଁ ଫଳ ଉପରେ ପତ୍ର ଥାଏ ?
ଉତ୍ତର- ସପୁରି ଫଳ ଉପରେ ଗଛର ପତ୍ର ରହିଥାଏ ।
୩. ତାହା କଣ ଯାହା ଦେଲେ ବଢିଥାଏ ?
ଉତ୍ତର- ଜ୍ଞାନ ଯାହା ଦେଲେ ବଢି ଥାଏ ।
୪. ଗୋଟେ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ?
ଉତ୍ତର- ବନ୍ଧୁଗଣ ବର୍ଣ୍ଣମାଳାରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ।
୫. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?
ଉତ୍ତର- ନଡିଆ ଗଛ ଯାହାର ମୁଣ୍ଡ ତଥା ନଡିଆରେ ପାଣି ଥାଏ ।
୬. ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?
ଉତ୍ତର- ଅନ୍ଧାର ଯାହା ରାତିରେ ଆସିଥାଏ ହେଲେ ଦିନରେ ନଥାଏ ।
୭. ହାତ ନାହିଁ, ଗୋଡ ନାହିଁ କିନ୍ତୁ ସେ ସବୁ ଆଡେ ବୁଲିପାରେ ତାହା କଣ ?
ଉତ୍ତର- ଖବର କାଗଜର ହାତ ଗୋଡ ନଥାଏ ହେଲେ ସେ ସବୁ ଆଡେ ବୁଲି ଥାଏ ।
୮. ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ ତାହା କଣ ?
ଉତ୍ତର- TON ଯାହାକି ଓଜନ / NOTର ଅର୍ଥ ନାହିଁ ।
୯. ଗୋଟିଏ ଶବ୍ଦକୁ ଠିକ ଉଚ୍ଚାରଣ କଲେ ଭୁଲ ହୁଏ ଓ ଭୁଲ ଉଚ୍ଚାରଣ କଲେ ଠିକ ହୁଏ ତେବେ ଶବ୍ଦଟି କଣ ?
ଉତ୍ତର- ଭୁଲ, ଯାହାକି ଆମେ ଠିକ ଉଚ୍ଚାରଣ କଲେ ଭୁଲ ହୁଏ ଓ ଭୁଲ ଉଚ୍ଚାରଣ କଲେ ଠିକ ହୁଏ ।
୧୦. କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?
ଉତ୍ତର- କଳାହାଣ୍ଡି ଗୋଟେ ଜିଲ୍ଲାର ନାମ ଯେଉଁଥିରେ ଭାତ ହୁଏ ନାହିଁ ।
୧୧. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?
ଉତ୍ତର- ଗୁଡି ଯାହାର ଲଞ୍ଜ ଅଛି ହେଲେ ଡେଣା ନାହିଁ କିନ୍ତୁ ଆକାଶରେ ଉଡେ ।
୧୨. କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?
ଉତ୍ତର- ପ୍ରଜାପତି