ଏହି ରାଶିମାନଙ୍କ ଉପରୁ ଦୂର ହେବ ରାହୁ କେତୁଙ୍କ ଖରାପ ପ୍ରଭାବ, ଚାକିରୀରେ ମିଳିବ ଉନ୍ନତି, ପରିବାରରେ ହେବ ଖୁସିର ବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି । ରାହୁ ଓ କେତୁ ଗ୍ରହକୁ ପାପୀ ଗ୍ରହ ବୋଲି ଧରାଯାଇଥାଏ । ଏମିତି ମଧ୍ୟ କୁହଯାଏ କି ଯଦି କୌଣସି ବ୍ୟକ୍ତିର ଜୀବନରେ ଏହି ଗ୍ରହର ଚଳନ ଠିକ୍ ହୋଇନଥାଏ ତାହେଲେ ତାଙ୍କର ଜୀବନ ଶୈଳୀରେ ବହୁତ ଅସୁବିଧା ଆରମ୍ଭ ହୋଇଯାଏ । ଏମାନେ ଗୋଟିଏ ରାଶିରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି । କିନ୍ତୁ ସବୁବେଳେ ରାହୁ ଓ କେତୁ ଗ୍ରହ ଖରାପ ହୋଇନଥାନ୍ତି । କେତେବେଳ ଯଦି ଏମାନଙ୍କ ସ୍ଥିତି ଠିକ ରହେ ତାହେଲେ ସେହି ବ୍ୟକ୍ତି ଜଣକ ଖୁସି ରେ ଜୀବନ ଯାପନ କରେ । ଜ୍ୟୋତିଷ ମାନଙ୍କ କହିବା ଅନୁସାରେ ଯାହା ଉପରୁ ରାହୁ ଓ କେତୁ ଗ୍ରହଙ୍କ ପ୍ରଭାବ କମୁଛି ସେମାନଙ୍କ ଜୀବନରେ ବହୁ ପରିବର୍ତ୍ତନ ହେବାକୁ ଯାଉଛି ।

ଆସନ୍ତୁ ଜାଣିବା କେଉଁ ରାଶିରୁ ଶେଷ ହେଉଛି ରାହୁ ଓ କେତୁ ଗ୍ରହଙ୍କ ପ୍ରଭାବ

ମେଷ ରାଶି ଆଗାମୀ ଦିନ ମାନଙ୍କରେ ଲାଭବାନ ହେବେ । ଶିକ୍ଷା କ୍ଷେତ୍ରରେ ଚାଲିଥିବା ଅସୁବିଧା ସମାପ୍ତ ହେବ । ଘରେ ଖୁସିର ବାତାବରଣ ସୃଷ୍ଟି ହେବ । କାର୍ଯ୍ୟ ଓ କ୍ଷେତ୍ରରେ ବଡ ସଫଳତା ହାସଲ କରିବେ ।

କର୍କଟ ରାଶିର ଲୋକମାନଙ୍କ ପାଇଁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ପରିବାରର ଅସୁବିଧା ଦୂର ହେବା ସହିତ ଆପଣଙ୍କର ମାତା ପିତାଙ୍କ ଶରିର ରୋଗରୁ ମୁକ୍ତି ପାଇବ । ଆପଣଙ୍କ ଚିନ୍ତାଧାରା ସକରାତ୍ମକ ରହିବ ।

ତୁଳା ରାଶିର ବ୍ୟକ୍ତିମାନେ ରାହୁ ଓ କେତୁ ଗ୍ରହଙ୍କ ପ୍ରଭାବ ଶେଷ ହେବା ଯୋଗୁ ସେମାନଙ୍କର ଆର୍ଥିକ ବୃଦ୍ଧି ହେବା ସହିତ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣ ବାସ୍ତବ ଜୀବନରେ କଠିନ ପରିସ୍ଥିତିରୁ ମୁକୁଳି ଆସିବେ । ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ବହୁତ୍ ଭଲ ସୁଯୋଗ ପାଇବେ ।

ଧନୁ ରାଶି ଲୋକଙ୍କ ଉପରେ ରାହୁ ଓ କେତୁ ଗ୍ରହଙ୍କ ପ୍ରଭାବ ଶେଷ ହେବା ଯୋଗୁ ଶୁଭ ହେବ । ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ୟା ରୁ ବଞ୍ଚିତ ହେବେ । ଧର୍ମ କ୍ଷେତ୍ରରେ ଆପଣଙ୍କ ମନ ଢଳିବାକୁ ଲାଗିବ । ଆପଣ ଆପଣଙ୍କ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ ।

କୁମ୍ଭ ରାଶି ମାନେ ତାଙ୍କର ବୁଝିବା ଶକ୍ତି ଯୋଗୁ ସମସ୍ୟାରୁ ମୁକ୍ତି ପାଇବେ । ଏହି ରାଶିର ଲୋକେ ଆର୍ଥିକ ଲାଭ ହାସଲ କରିବେ । ଆପଣ ଆପଣଙ୍କର ଶତୃମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରିବେ । ଆପଣ କର୍ମକ୍ଷେତ୍ରରେ ଉନ୍ନତି ହାସଲ କରିବେ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କ ଅବସ୍ଥା

ବୃଷ ରାଶି ଲୋକମାନଙ୍କ ଜୀବନଯାପନ ଶୈଳୀ ସାମାନ୍ୟ ରହିବ । ଘର ପରିବାରରେ ସାମାନ୍ୟ ଭୁଲ ବୁଝାମଣା ଯୋଗୁ ନିଜ ନିଜ ଭିତରେ ମତଭେଦ ଦେଖାଦେବ । ଏଥିପାଇଁ ପରିବାରର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବି ଚିନ୍ତି ନେବା ଉଚିତ୍ ।

 

ମିଥୁନ ରାଶି ଲୋକମାନଙ୍କୁ ବହୁ ଅସୁବିଧାର ସାମନା କରିବାକୁ ପଡିପାରେ । ଆପଣ ମାନସିକ ସ୍ତରରେ କମଜୋର ରହିବେ। ଆପଣଙ୍କ ରୋଜଗାରରେ ଉନ୍ନତି ହେବ କିନ୍ତୁ ଖର୍ଚ୍ଚ ମଧ୍ଯ ସେହିପରି ହେବ । ଏଥିପାଇଁ ଅଦରକାରୀ ଖର୍ଚ୍ଚ କୁ ରୋକ୍ ଲଗାଇବାକୁ ପଡିବ ।

ସିଂହ ରାଶିର ଲୋକମାନେ ରାହୁ ଓ କେତୁ ଗ୍ରହଙ୍କ କୋପରୁ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଆପଣଙ୍କ ମଧ୍ୟରେ ଟିକେ ଚିଡ଼ ଚିଡା ପ୍ରକୃତି ଆସିପାରେ । ଯାହାର ପ୍ରଭାବରେ ଆପଣଙ୍କ ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହେବ । ତେଣୁ ଆପଣ କୌଣସି କାମ ତରବରିଆ ଭାବରେ କରିବେ ନାହିଁ ।

କନ୍ୟା ରାଶି ଲୋକମାଙ୍କୁ ବିରୋଧୀ ମାନେ ତାଙ୍କ ଜୀବନରେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ ତେଣୁ ଆପଣ ଏଥିପାଇଁ ସଦାସର୍ବଦା ସତର୍କ ହୋଇ ରହିବେ । ଆପଣଙ୍କ ପରିବାର ଆପଣଙ୍କୁ ପୁରା ସହଯୋଗ କରିବେ । ଧନ ସମ୍ପତ୍ତି କ୍ଷେତ୍ରରେ ଆପଣକୁ ଫାଇଦା ମିଳିବ ଓ ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବ ।

ବିଛା ରାଶିର ଲୋକମାନଙ୍କୁ ସାବଧାନ ରହିବାକୁ ହେବ । ବିଶେଷ ରୂପରେ ଆପଣ କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବେ । ଅଜଣା ବ୍ୟକ୍ତିଙ୍କ ଉପରେ ଆଖିବୁଜି ବିଶ୍ଵାସ କରିବା ଉଚିତ୍ ନୁହଁ । ଏହି ରାଶିର ଲୋକେ ତାଙ୍କ କ୍ୟାରିୟର ପ୍ରତି ଧ୍ୟାନ ଦେବା ଉଚିତ୍ ।

ମକର ରାଶି ଲୋକମାନଙ୍କୁ ଆଶାଠାରୁ ଅଧିକ ଲାଭ ମିଳିବା ସମ୍ଭାବନା ଅଛି । ଆପଣ ଆପଣଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ହେବେ ଓ କିପରି ଆଗକୁ ବଢିବାକୁ ଯୋଜନା ପ୍ରସ୍ତୁତ କରିବେ ।

ମୀନ ରାଶିର ଲୋକମାନଙ୍କୁ କେତେକ ସମସ୍ୟାର ସମାଧାନ ପାଇଁ ଅସୁବିଧା ସାମନା କରିବାକୁ ପଡିପାରେ । ଏଥିପାଇଁ ଆପଣ ଆପଣଙ୍କ ଆତ୍ମବିଶ୍ବାସ ଓ ସାହସକୁ ଧୈର୍ଯ୍ୟର ସହକାରେ ଅପେକ୍ଷା କରନ୍ତୁ । କୌଣସି ପ୍ରକାରର ବାଦ ବିବାଦକୁ ବଢାଇବେ ନାହିଁ । ସମୟ ଥିବା ଭିତରେ ଆପଣଙ୍କୁ କାମ ବହୁତ୍ ଜଲଦି ପୂରଣ କରିବାକୁ ପଡିବ । ଆପଣ କିଛି ନୂଆ କାମ କରିବା ପାଇଁ ଅଗ୍ରସର ହେବେ । ଏଥିରେ ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ପୁରା ସହଯୋଗ କରିବେ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ  ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *